Hindi News >>Home >>Odisha Sports

ସଚିନ ତେନ୍ଦୁଲକରଙ୍କ ଟ୍ୱିଟ୍ ଉପରେ କମେଣ୍ଟ କରି ଫସିଲେ ଲାବୁଶେନ

Crciket: ସଚିନ ତେନ୍ଦୁଲକର (Sachin Tendulkar) ନିଜ ୨୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ବିଶ୍ୱ କ୍ରିକେଟରେ ଅନେକ ନାମ ଅର୍ଜନ କରିଛନ୍ତି । ସଚିନ କମାତ୍ର ଖେଳାଳି ଯାହାଙ୍କ ନାମରେ ଶହେ ଶତକ ସମେତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ରହିଛି ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jul 30, 2022, 08:28 PM IST

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ (Sachin Tendulkar) ଟ୍ୱିଟରେ କମେଣ୍ଟ ଦେଇଥିବାରୁ ଅଷ୍ଟ୍ରେଲୀୟ କ୍ରିକେଟର ମାର୍ନୁସ ଲାବୁଶେନ (Marnus Labuschagne) ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ବାସ୍ତବରେ କମନୱେଲ୍ଥ ରେ (Commonwealth) କ୍ରିକେଟ୍ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଗଡ୍ ଅଫ୍ କ୍ରିକେଟ୍ କୁହାଯାଉଥିବା ସଚିନ ତେନ୍ଦୁଲକର ଟ୍ୱିଟ କରିଛନ୍ତି । ସଚିନଙ୍କ ଟ୍ୱିଟରେ ରାଜି ହୋଇ ମାର୍ନୁସ ଲାବୁସାଗ୍ନେ କମେଣ୍ଟ ଦେଇ ଲେଖିଛନ୍ତି, 'ସଚିନଙ୍କ ସହ ସହମତ । ଅଷ୍ଟ୍ରେଲିଆ ବନାମ ଭାରତ ମଧ୍ୟରେ ଏକ ଚମତ୍କାର ଓପନର୍ ହେବାକୁ ଯାଉଛି ।

ଲାବୁଶେନଙ୍କ ଏହି କମେଣ୍ଟ ଉପରେ ପ୍ରଶଂସକମାନେ ଏଥିପାଇଁ କ୍ରୋଧିତ ହୋଇଥିଲେ ଯେ ସେ ସଚିନ ତେନ୍ଦୁଲକରଙ୍କ ନାମ ଆଗରେ ସାର ଲଗାଇ ନ ଥିଲେ । ସଚିନ ୨୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ବିଶ୍ୱ କ୍ରିକେଟରେ ଅନେକ ନାମ ଅର୍ଜନ କରିଛନ୍ତି । ସଚିନ ଏକମାତ୍ର ଖେଳାଳି ଯାହାଙ୍କ ନାମରେ ଶହେ ଶତକ ସମେତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ରହିଛି । ସଚିନ୍‌ଙ୍କ ଏହି ସଫଳତାକୁ ଦେଖି ପ୍ରଶଂସକମାନେ ଲାବୁଶେନ୍‌ଙ୍କୁ ସଚିନ୍‌ ସସାର କହିବାକୁ ପ୍ରତିକ୍ରିୟା ଦେଉଛନ୍ତି ।

ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଯେତେବେଳେ ସଚିନ୍ ଡେବ୍ୟୁ କରିଥିଲେ, ସେତେବେଳେ ଆପଣ ଚଢି ପିନ୍ଧୁଥିଲ, କିଛିତ ସମ୍ମାନ ପ୍ରଦର୍ଶନ କର, ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ କୌଣସି ଭାରତୀୟ ଖେଳାଳି ତାଙ୍କ (ସଚିନ) ସହ ଏହିପରି କଥାବାର୍ତ୍ତା କରନ୍ତି ନାହିଁ ।

କମନୱେଲ୍ଥ ଗେମ୍ସରେ ୨୪ ବର୍ଷ ପରେ କ୍ରିକେଟ୍ ଫେରିଛି ​​। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ୩ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ ୧୫୫ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା, ଯାହା କଙ୍ଗାରୁ ଦଳ ୬ ଟି ବଲ ବାକି ଥାଇ ହାସଲ କରି ନେଇଥିଲା । ଭାରତର ପରବର୍ତ୍ତୀ ମ୍ୟାଚ୍ ଜୁଲାଇ ୩୧ ରେ ପାକିସ୍ତାନ ବିପକ୍ଷରେ ହେବ ।

ଏହା ବି ପଢ଼ନ୍ତୁ: ଟ୍ରକ ଡ୍ରାଇଭର ପୁଅ ଗୁରୁରାଜ ଦେଶ ପାଇଁ ଜିତିଲେ ଦ୍ୱିତୀୟ ପଦକ; ରଚିଲେ ଇତିହାସ

ଏହା ବି ପଢ଼ନ୍ତୁ: ଦେଶରେ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ବଡ଼ ବୟାନ ଦେଲେ NSA ଅଜିତ ଡୋଭାଲ

Read More
{}{}