Hindi News >>Home >>Odisha National-International

ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ

Udaipur Murder Case: ବୁଧବାର ଏକ ସର୍ବଦଳୀୟ ବୈଠକ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, "ରାଜସ୍ଥାନ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରାଜ୍ୟ ରହିଆସିଛି । ଗୌରବମୟ ମିଶ୍ରିତ ପରମ୍ପରା ବଜାୟ ରଖିବା ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ।" 

Advertisement
ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ
Stop
Zee Odisha Desk|Updated: Jun 30, 2022, 10:26 AM IST

ନୂଆଦିଲ୍ଲୀ: Udaipur Murder Case: ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲ (Kanhaiya Lal) ଙ୍କ ନିର୍ମମ ହତ୍ୟା ଓ ପରେ ଅଭିଯୁକ୍ତ ଗିରଫ ହେବା ପରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଏପରି ଦଣ୍ଡ ମିଳିବା ଉଚିତ ଯାହା ଏକ ଉଦାହରଣ ପାଲଟିବ । ପୀଡିତାଙ୍କ ପରିବାରକୁ ସମସ୍ତ ସହାୟତା ଦିଆଯିବ ବୋଲି ସେ କହିଛନ୍ତି । 

କଂଗ୍ରେସ ନେତା କହିଛନ୍ତି ଯେ, "ଅଭିଯୁକ୍ତମାନେ ଧରାପଡିଛନ୍ତି ଓ ସେମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟ ଦ୍ୱାରା ଦଣ୍ଡ ମିଳୁ ଯାହା ଦେଶ ତଥା ଦୁନିଆରେ ଏକ ଉଦାହରଣ ପାଲଟିବ । ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ । ଏହି ଘଟଣା ପାଇଁ ଯିଏ ଦାୟୀ, କିମ୍ବା କେତେ ବଡ଼ ବ୍ୟକ୍ତି କିମ୍ୱା  ଅଧିକାରୀ ହେଲେ ମଧ୍ୟ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।"

ସଚିନ ପାଇଲଟ କହିଛନ୍ତି ଯେ, ମୁଁ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ମନେ କରିବି ଓ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିକୋଣରୁ ଏହା ମଧ୍ୟ ଦେଖିବାକୁ ପଡ଼ିବ ବୋଲି ସରକାର କହିଛନ୍ତି । ଏଥି ସହିତ ବୁଧବାର ଏକ ସର୍ବଦଳୀୟ ବୈଠକ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, "ରାଜସ୍ଥାନ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରାଜ୍ୟ ରହିଆସିଛି । ଗୌରବମୟ ମିଶ୍ରିତ ପରମ୍ପରା ବଜାୟ ରଖିବା ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ।"

ଏଠାରେ କହି ରଖୁଛୁ ଯେ, ଜୁନ ୨୮ରେ ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣା ଉଦୟପୁରର ଧନମାଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ହତ୍ୟା କରାଯାଇଥିବା ବ୍ୟକ୍ତି ସୋସିଆଲ ମିଡିଆରେ ବହିଷ୍କୃତ ବିଜେପି ନେତା ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ । ମୃତ ବ୍ୟକ୍ତିଙ୍କ ନାମ କହ୍ନେୟା ଲାଲ ଥିଲା ଓ ସେ ପେଶାରେ ଜଣେ ଟେଲର ଥିଲେ । କହ୍ନେୟା ଲାଲ ମାଲଦାସ ଗାଲି ଅଞ୍ଚଳରେ ତାଙ୍କ ଦୋକାନ ଚଳାଉଥିଲେ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ  (Rahul Gandhi) ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଉଦୟପୁରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ମୁଁ ବହୁତ ସ୍ତବ୍ଧ ଅଛି । ଧର୍ମ ନାମରେ ନିର୍ଦ୍ଦୟତାକୁ ବରଦାସ୍ତ କରାଯାଇପାରିବ ନାହିଁ । ଏହି ନିଷ୍ଠୁରତା ସହିତ ଆତଙ୍କ ବିସ୍ତାର କରିଥିବା ଲୋକଙ୍କୁ ତୁରନ୍ତ କଠୋର ଦଣ୍ଡ ମିଳୁ । ଆମେ ସମସ୍ତଙ୍କୁ ମିଶି ଘୃଣାକୁ ପରାସ୍ତ କରିବାକୁ ପଡିବ । ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଦୟାକରି ଶାନ୍ତି ଓ ଭାଇଚାରା ବଜାୟ ରଖନ୍ତୁ ।"

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା, ଦେଶରେ ଦିନକରେ ସଂକ୍ରମିତ ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

ଏହା ବି ପଢ଼ନ୍ତୁ:-ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା

 

ଏଥି ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Priyanka Gandhi)  କହିଛନ୍ତି ଯେ, "ଉଦୟପୁରରେ ଘଟିଥିବା ହିଂସା ଘଟଣାର ନିନ୍ଦା ଯେତେ କରିବି ସେତେ କମ୍ ହେବ । ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ । ଧର୍ମ ନାମରେ ଘୃଣା ଓ ହିଂସା ବିସ୍ତାର କରୁଥିବା ଉଦ୍ଦେଶ୍ୟ ଆମ ଦେଶ ତଥା ସମାଜ ପାଇଁ ସାଂଘାତିକ ଅଟେ । ମିଳିତ ଭାବେ ଶାନ୍ତି ଓ ଅହିଂସା ପାଇଁ ଉଦ୍ୟମକୁ ମଜବୁତ କରିବାକୁ ପଡ଼ିବ ।"

Read More
{}{}