Hindi News >>Home >>Odisha National-International

Mallikarjun Kharge: ଦୁଇ ଦଶନ୍ଧି ପରେ କଂଗ୍ରେସର ନୂଆ ମୁଖିଆ, ଖଡ଼ଗେଙ୍କ ଏକତରଫା ବିଜୟ

ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୂଆ ଦାୟିତ୍ୱ

Advertisement
Mallikarjun Kharge: ଦୁଇ ଦଶନ୍ଧି ପରେ କଂଗ୍ରେସର ନୂଆ ମୁଖିଆ, ଖଡ଼ଗେଙ୍କ ଏକତରଫା ବିଜୟ
Stop
Prabhudatta Moharana|Updated: Oct 19, 2022, 02:32 PM IST

Mallikarjun Kharge: ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କଂଗ୍ରେସର ଅଧ୍ୟକ୍ଷ ପଦକୁ (Congress President Election) ନେଇ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ଦୁଇ ଦଶନ୍ଧି ପରେ କଂଗ୍ରେସକୁ (Congress) ମିଳିଛି ନୂଆ ମୁଖିଆ। ଗାନ୍ଧି ପରିବାରଙ୍କ (Gandhi family) ହାତରୁ ଯାଇଛି ମଙ୍ଗୁଆଳ କ୍ଷମତା। ଏକତରଫା ଭାବେ ବିଜୟ ହାସଲ କରିଛନ୍ତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ (Mallikarjun Kharge)। ୭ ହଜାରରୁ ଅଧିକ ଭୋଟ ପାଇଛନ୍ତି ଖଡ଼ଗେ (Mallikarjun Kharge)। ଏହା ସହିତ କଂଗ୍ରେସକୁ (Congress) ୩୬ତମ ଅଧ୍ୟକ୍ଷ ମିଳିସାରିଛି। ସେପଟେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁର (Shashi Tharoor) ମାତ୍ର ୧୦୭୨ ଖଣ୍ଡ ଭୋଟ ପାଇ ଖଡ଼ଗେଙ୍କ (Mallickarjun Kharge) ଠାରୁ ଢେର ପଛରେ ରହିଯାଇଛନ୍ତି। ଫଳରେ ଶଶି ଥରୁର (Shashi Tharoor) ନିଜ ପରାଜୟ ବରଣ କରିଛନ୍ତି।

ନବନିର୍ବାଚିତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ (Mallikarjun Kharge) ମଧ୍ୟ ଦଳର ହାଇକମାଣ୍ଡଙ୍କ ସମର୍ଥନ ମିଳିଥିବା ଜଣାପଡିଛି। ଏହି କାରଣରୁ ସେ ଅନ୍ୟ ଅଧିକାଂଶ ନେତାଙ୍କ ସମର୍ଥନ ମଧ୍ୟ ପାଇଛନ୍ତି। କର୍ଣ୍ଣାଟକର ୯ ଥର ବିଧାୟକ ତଥା ଏକାଧିକ ଥର ସାଂସଦ ମଲ୍ଲିକାର୍ଜୁନ ଗାନ୍ଧୀ ପରିବାରର ଜଣେ ବିଶ୍ୱସ୍ତ ନେତା ଭାବରେ ବିବେଚିତ ହୋଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଭାବରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଜୟୀ ଦଳରେ ଏକ ବଡ଼ ପରିବର୍ତ୍ତନ ଆଭାସ ଦେଇଛି। ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହୋଇ କ୍ଷମତା ହାତକୁ ନେବା ଫଳରେ ଗାନ୍ଧୀ ପରିବାର ଏକ ପ୍ରକାର ବ୍ୟାକଫୁଟକୁ ଠେଲି ହୋଇ ଯାଇଛି। ୧୯୯୮ ମସିହାରୁ କ୍ରମାଗତ ଭାବେ ଏହି ପଦବୀ ଗାନ୍ଧୀ ପରିବାର ନିକଟରେ ରହିଥିଲା। ଏହି ପଦରେ ସୋନିଆ ଗାନ୍ଧୀ କ୍ରମାଗତ ଭାବେ ଅଧ୍ୟକ୍ଷ ପଦରେ ରହି ଆସିଥିଲେ। ତେବେ ୨୦୧୭ ରୁ ୨୦୧୯ ମଧ୍ୟରେ ରାହୁଲ ଗାନ୍ଧୀ ଦୁଇ ବର୍ଷ ପାଇଁ ରହିଥିଲେ। ତେବେ ଲୋକସଭା ନିର୍ବାଚନରେ ଦଳର ଲଜ୍ଜାଜନକ ପରାଜୟ ପରେ ସେ ଏହି ପଦରୁ ଓହରି ଯାଇଥିଲେ। ରାହୁଲଙ୍କ ଇସ୍ତଫା ପରେ ଏହି ପଦରେ ଆଉ କୌଣସି ଗାନ୍ଧୀ ପରିବାରର ସଦସ୍ୟ ରହିବେ ନାହିଁ ବୋଲି ସେ ଦାବି କରିଥିଲେ। ତେବେ ରାହୁଲଙ୍କ ପରେ ସୋନିଆ ଗାନ୍ଧୀ ଆଜି ପର୍ଯ୍ୟନ୍ତ ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷା ଭାବେ ରହି ଆସିଥିଲେ। 

ତେବେ ନିର୍ବାଚନ ଶେଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରିବ। ସେପଟେ ଏହି ବିଜୟ ହାସଲ କରିବା ପରେ ଶ୍ରୀ ଖଡ଼ଗେଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାହୁଲ ଗାନ୍ଧୀ ଏ ନେଇ କହିଛନ୍ତି କି ଏବେ କଂଗ୍ରେସର ସମ୍ପୂର୍ଣ୍ଣ ଦାୟିତ୍ୱ ଖଡ଼ଗେଙ୍କ କାନ୍ଧରେ ନ୍ୟସ୍ତ। ରାହୁଲ କହିଛନ୍ତି କି ଦଳର ମୁଖ୍ୟ ଏବେ ତାଙ୍କ କାର୍ଯ୍ୟ ସମ୍ପର୍କରେ ନୀତି ନିର୍ଦ୍ଧାରଣ କରିବେ। ଯଦିଓ ରାହୁଲ ବର୍ତ୍ତମାନ ଭାରତ ଯୋଡ଼ୋ ପଦଯାତ୍ରାରେ ରହିଛନ୍ତି, ସେ ଏହି ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ସଫା ସଫା ମନା କରିଦେଇଥିଲେ। ତାଙ୍କର ପଦଯାତ୍ରା ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଦେଇ ଗତି କରୁଛି। ଏହି ସମୟରେ ରାହୁଲ ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି ଦଳ ମୁଖ୍ୟ ବର୍ତ୍ତମାନ ତାଙ୍କର କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନେବେ। କଂଗ୍ରେସ ଅଧ୍ୟକ୍ଷ ଦଳର ସୁପ୍ରିମୋ। ପ୍ରତି ସଦସ୍ୟ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥାନ୍ତି। ସେ ଦଳରେ ମୋର ଭୂମିକା ସମ୍ପର୍କରେ ଅବଗତ କରିବେ ବୋଲି ସେ କହିଥିଲେ।

ଅଧିକ ପଢନ୍ତୁ: Dhamnagar Bypoll 2022: ବୁଝାଇବାରେ ବିଫଳ ହୋଇ ବିଦ୍ରୋହୀ ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି

{}{}