Hindi News >>Home >>Odisha National-International

ମହୂଆ ମୈତ୍ର ମାମଲା: ସଦାଚାର କମିଟି ରିପୋର୍ଟ ମାଗିଲା ସିବିଆଇ

Mahua Moitra case: ମିଳିଥିବା ଖବର ଅନୁସାରେ ଲୋକସଭା ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ କରୁଛି। ଏଥିନେଇ ଲୋକସଭା ମହାସଚିବଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଚିଠିର ଉତ୍ତର ଆସି ନଥିବା ସୂଚନା ମିଳିଛି।    

Advertisement
Mahua Moitra case
Stop
Zee Odisha Desk|Updated: Jan 10, 2024, 02:46 PM IST

ଭୁବନେଶ୍ୱର: ସଂସଦରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଅଭିଯୁକ୍ତ  ହୋଇ ବିତାଡ଼ିତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୈତ୍ରଙ୍କ  ମାମଲାରେ ଲୋକସଭାକୁ ରିପୋର୍ଟ ମାଗିଛି ସିବିଆଇ। ମିଳିଥିବା ଖବର ଅନୁସାରେ ଲୋକସଭା ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ କରୁଛି। ଏଥିନେଇ ଲୋକସଭା ମହାସଚିବଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଚିଠିର ଉତ୍ତର ଆସି ନଥିବା ସୂଚନା ମିଳିଛି।  

ମହୂଆଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ନେଇ ସଂସଦରେ ଅନେକ ସମୟ ଆଲୋଚନା ହୋଇଛି। ଏହାପରେ ସଦାଚାର କମିଟିରେ ଏ ବାବଦରେ ବ୍ୟାପକ ଶୁଣାଣି ପରେ  ବାଚସ୍ପତିଙ୍କ ନିକଟକୁ ଆସିଥିବା ରିପୋର୍ଟକୁ ଲୋକସଭାରେ ଉପସ୍ଥାପନ କରାଯାଇ ସଂଖ୍ୟାଧିକ ସହମତି ଆଧାରରେ ତାଙ୍କୁ ସଭ୍ୟପଦରୁ ବହିଷ୍କାର କରାଯାଇଛି। ଏ ବିରୁଦ୍ଧରେ ମହୂଆ ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି।   

ଅଭିଯୋଗ ଅନୁସାରେ ମହୂଆଙ୍କ ଲୋକସଭା ଆକାଉଣ୍ଟକୁ ଭାରତ ବାହାରେ ଖୋଲାଯାଇ ସେଥିରେ ପ୍ରଶ୍ନ ପଚରାଯାଉଥିଲା। ନିର୍ଦ୍ଦିଷ୍ଟ ଶିଳ୍ପପତି ଓ ଅନୁଷ୍ଠାନ ବିରୁଦ୍ଧରେ ବ୍ୟବସାୟୀମାନେ ପ୍ରଶ୍ନ ପଚାରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାଦ୍‍ୱାରା ଜାତୀୟ ସୁରକ୍ଷା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗକୁ ତଦନ୍ତ କରିବା ଲାଗି ସିବିଆଇକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ହେଲେ ମହୂଆ ଲୋକସଭା ସଦାଚାର କମିଟି ଆଗରେ କିଛି ତଥ୍ୟ ରଖିଛନ୍ତି  ସେ ସମ୍ବନ୍ଧୀୟ ରିପୋର୍ଟକୁ ସିବିଆଇ ନିଜ ତଦନ୍ତରେ ଅନ୍ତଭୁକ୍ତ କରିବା ଲାଗି ଇଚ୍ଛ ପ୍ରକାଶ ଲୋକସଭାର ମହାସଚିବଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।   

ଲୋକପାଳ ଏହି ମାମଲାର ତଦନ୍ତ ପାଇ: ସିବିଆଇକୁ ଚିଠି ଲେଖିଛନ୍ତି। ଯଦି ଲୋକସଭା ସଦାଚାର କମିଟି ରିପୋର୍ଟକୁ ପ୍ରଦାନ କରନ୍ତି ତେବେ ମହୂଆଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇପାରିବ।  

Read More
{}{}