Hindi News >>Home >>Odisha National-International

ଫ୍ଲୋର ଟେଷ୍ଟ୍ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା, ଜାଣନ୍ତୁ କ'ଣ କହିଲେ କୋର୍ଟ

Maharashtra Floor Test: ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାରଙ୍କୁ ଆସନ୍ତକାଲି ଅର୍ଥାତ ଜୁନ ୩୦ରେ ଫ୍ଲୋର ଟେଷ୍ଟ ପାଇଁ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଆଦେଶ ଦେଇଛନ୍ତି । ଯାହା ପରେ ଶିବସେନା ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ରାଜ୍ୟପାଳଙ୍କ ଆଦେଶ ବିରୋଧରେ ଶ

Advertisement
ଫ୍ଲୋର ଟେଷ୍ଟ୍ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା, ଜାଣନ୍ତୁ କ'ଣ କହିଲେ କୋର୍ଟ
Stop
Zee Odisha Desk|Updated: Jun 29, 2022, 11:58 AM IST

ନୂଆଦିଲ୍ଲୀ: Maharashtra Floor Test: ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାରଙ୍କୁ ଆସନ୍ତକାଲି ଅର୍ଥାତ ଜୁନ ୩୦ରେ ଫ୍ଲୋର ଟେଷ୍ଟ ପାଇଁ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଆଦେଶ ଦେଇଛନ୍ତି । ଯାହା ପରେ ଶିବସେନା ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ରାଜ୍ୟପାଳଙ୍କ ଆଦେଶ ବିରୋଧରେ ଶିବସେନା ମୁଖ୍ୟ ୱିପ୍ ସୁନୀଲ ପ୍ରଭୁଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇଛି । ଆଜି ଅପରାହ୍ନ ୫ଟାରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି ପାଇଁ ସମୟ ସ୍ଥିର କରିଛନ୍ତି । ଏହା ସହିତ କୋର୍ଟ ସମସ୍ତ ପକ୍ଷଙ୍କୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆବେଦନର କପି ହସ୍ତାନ୍ତର କରିବାକୁ କହିଛନ୍ତି ।

କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ ଶିବସେନା ତରଫରୁ ପକ୍ଷ ରଖିବେ । ସେ କୋର୍ଟକୁ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାର ଆବଶ୍ୟକତା ରହିଛି ଓ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ । ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଅସାମ୍ବିଧାନିକ ଓ ଏହା ମାଧ୍ୟମରେ ନିୟମକୁ ଅଣଦେଖା  କରାଯାଉଛି ।

ସଞ୍ଜୟ ରାଉତ କହିଛନ୍ତି ଯେ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ତେଣୁ ଫ୍ଲୋର ଟେଷ୍ଟର ଆଦେଶ ଅସାମ୍ବିଧାନିକ ଅଟେ । ବିଜେପି ରାଜ ଭବନରୁ ରାଜନୀତି କରୁଛି । ସେପଟେ ଏକନାଥ ସିନ୍ଦେ ଗୋଷ୍ଠୀ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇରେ ପହଞ୍ଚିବାକୁ ଘୋଷଣା କରିଛି । ତେବେ ଏହାପୂର୍ବରୁ ଆଜି ଗୋଆର ତାଜ ହୋଟେଲରେ ସମସ୍ତ ବିଧାୟକଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଏହା କୁହାଯାଉଛି ଯେ ଏହା ପଛରେ ଏହି ରଣନୀତି ହେଉଛି କି ଶେଷ ମୁହୂର୍ତ୍ତରେ ବିଧାୟକମାନେ ପହଞ୍ଚିବେ ଯାହା ଦ୍ୱାରା ସେମାନଙ୍କୁ ଏକାଠି ରଖିହେବ ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ସରକାର କ୍ଷମତାରେ ରହିବେ ନା ବିଜେପି ଗଢ଼ିବ ସରକାର, ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାରେ କାହାର ପଲା କେତେ ଭାରି?

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଏଠାରେ କହି ରଖୁଛୁ ଯେ,  ରାଜ୍ୟପାଳ କୋଶୟାରୀ ଚିଠି ଲେଖି ଜୁନ ୩୦ ସକାଳ ୧୧ଟାରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଫ୍ଲୋର ଟେଷ୍ଟ କରିବା ପାଇଁ ଆଦଶ ଦେଇଛନ୍ତି । ରାଜ୍ୟପାଳ ସରକାରଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ, ୭ ସ୍ୱାଧୀନ ବିଧାୟକ ମୋତେ ଚିଠି ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବହୁମତ ହରାଇଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଆବଶ୍ୟକ । ଜୁନ ୩୦ ତାରିଖରେ ଫ୍ଲୋର ଟେଷ୍ଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏହା ସହିତ ବିଧାନସଭା ବାହାରେ ଓ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉ । ଆହୁରି ମଧ୍ୟ ଚିଠିରେ ଲେଖାଯାଇଛି ଯେ ଗୃହର ପ୍ରକ୍ରିୟାର ଲାଇଭ ଟେଲିକଷ୍ଟ ସୁନିଶ୍ଚିତ କରାଯାଉ ।

Read More
{}{}