Hindi News >>Home >>Odisha National-International

MP Teacher Suspended: କ୍ଲାସ୍ ରୁମରେ ଆଦିବାସୀ ଛାତ୍ରୀଙ୍କୁ ନିବସ୍ତ୍ର କଲେ ଶିକ୍ଷକ, ତାପରେ...

Dirty Teacher: ଭାଇରାଲ ହେଉଥିବା ଫଟୋ, ମଧ୍ୟପ୍ରଦେଶର ଶାହାଡୋଲ ଜିଲ୍ଲା ଅନ୍ତର୍ଗତ ବାରାକାଲା ଗ୍ରାମର ଏକ ପ୍ରାଥମିକ ସ୍କୁଲର ବୋଲି କୁହାଯାଉଛି। ଅଭିଯୁକ୍ତ ଶିକ୍ଷକକୁ ଶ୍ରବଣ କୁମାର ତ୍ରିପାଠୀ ବୋଲି ଚିହ୍ନଟ କରାଯାଇଛି। ଭୋଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ, ଶିକ୍ଷକ ଶ୍ରବଣ କୁମାର ତଳେ ବସି କପଡା ସଫା କରୁଛନ୍ତି ଆଉ ୧୦ ବର୍ଷର ଆଦିବାସୀ ଛାତ୍ରୀ ଠିଆ ହୋଇଛନ୍ତି।

Advertisement
MP Teacher Suspended: କ୍ଲାସ୍ ରୁମରେ ଆଦିବାସୀ ଛାତ୍ରୀଙ୍କୁ ନିବସ୍ତ୍ର କଲେ ଶିକ୍ଷକ, ତାପରେ...
Stop
Zee Odisha Desk|Updated: Sep 25, 2022, 04:10 PM IST

MP Teacher Suspended, ଭୋପାଲ: ବରିଷ୍ଠଙ୍କ ପ୍ରସଂଶା ପାଇଁ ମାନବିକତାର ସମସ୍ତ ସୀମା ଟପିଲି ଶିକ୍ଷକ। ନିଜକୁ ସଫେଇ ମିତ୍ରର ପରିଚୟ ଦେବାକୁ ନୀରିହ ଆଦିବାସୀ ଛାତ୍ରୀଙ୍କୁ ନିବସ୍ତ୍ର କରିଛନ୍ତି। ଆଉ ଏହାର ଫଟୋକୁ ସେ ନିଜ ହ୍ୱାଟସଅପ ଗ୍ରୁପରେ ସେୟାର କରିଛନ୍ତି। ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀର ଛାତ୍ରୀ ଜଣକ ବିନା ୟୁନିଫର୍ମରେ ସମସ୍ତଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ଏହି ଲୋମହର୍ଷଣକାରୀ ଘଟଣା ମଧ୍ୟପ୍ରଦେଶର ଶାହାଡୋଲ ଜିଲ୍ଲାରେ ଘଟିଛି। ଫଟୋ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ଭାଇରାଲ ହେଉଥିବା ଫଟୋ, ମଧ୍ୟପ୍ରଦେଶର ଶାହାଡୋଲ ଜିଲ୍ଲା ଅନ୍ତର୍ଗତ ବାରାକାଲା ଗ୍ରାମର ଏକ ପ୍ରାଥମିକ ସ୍କୁଲର ବୋଲି କୁହାଯାଉଛି। ଅଭିଯୁକ୍ତ ଶିକ୍ଷକକୁ ଶ୍ରବଣ କୁମାର ତ୍ରିପାଠୀ ବୋଲି ଚିହ୍ନଟ କରାଯାଇଛି। ଭୋଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ, ଶିକ୍ଷକ ଶ୍ରବଣ କୁମାର ତଳେ ବସି କପଡା ସଫା କରୁଛନ୍ତି ଆଉ ୧୦ ବର୍ଷର ଆଦିବାସୀ ଛାତ୍ରୀ ଠିଆ ହୋଇଛନ୍ତି। ସ୍କୁଲର ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଏହି ଦୃଶ୍ୟକୁ ଦେଖିଛନ୍ତି। କୁହାଯାଉଛି ଯେ, କପଡା ଶୁଖିବା ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ଛାତ୍ରୀ ଜଣକ ସେହିପରି ଭାବେ ନିବସ୍ତ୍ର ହୋଇ ସ୍କୁଲରେ ବସିଥିଲେ।

Also Read: Chandigarh University video scandal: ତିନି ରାଜ୍ୟର ପୋଲିସ ଓ ସେନାକୁ ନାକେଦମ କଲା ଚତୁର୍ଥ ଅଭିଯୁକ୍ତ, ଏମିତି ଗିରଫ ହେଲେ ଯବାନ

ବାରାକାଲା ଗ୍ରାମରେ ଆଦିବାସୀ ବ୍ୟାପାର ବିଭାଗ ଦ୍ୱାରା ପ୍ରାଥମିକ ସ୍କୁଲ ପରିଚାଳିତ ହେଉଛି। ଶ୍ରବଣ କୁମାର ତ୍ରିପାଠୀ ଏଠାରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ତେବେ ଛାତ୍ରୀଙ୍କ ୟୁନିଫର୍ମ ମଇଳା ହୋଇଥିବାରୁ ସେ ତାହାକୁ ସଫା କରିଥିଲେ ଓ ଏହାର ଫଟୋକୁ ବିଭାଗୀୟ ହ୍ୱାଟ୍ସଅପ ଗ୍ରୁପରେ ସେୟାର କରିଥିଲେ। ଏଥିରେ ଶ୍ରବଣ କୁମାର ନିଜକୁ ସଫେଇ ମିତ୍ର ଭାବେ ପରିବେଶଣ କରିଥିଲେ। ଏହି ଘଟଣାଟି ଗତ ଶୁକ୍ରବାର ଦିନ ଘଟିଥିଲା। ତେବେ ଖବର ପ୍ରଚାର ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି। ଶିକ୍ଷକ ଶ୍ରବଣ ତ୍ରିପାଠୀଙ୍କ ବିରୋଧ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।

ସେପଟେ ମଧ୍ୟପ୍ରଦେଶର ଆଦିବାସୀ ଉନ୍ନୟନ ବିଭାଗ କହିଛି ଯେ, ଛାତ୍ରୀଙ୍କୁ ୟୁନିଫର୍ମ ମଇଳା ହୋଇଥିବାରୁ ଶିକ୍ଷକ ତାକୁ ଖୋଲାଇ ସମସ୍ତଙ୍କ ଆଗରେ ତାହାକୁ ସଫା କରିଥିଲେ। ଘଟଣା ବିଷୟରେ ଜାଣିଲା ପରେ ଶନିବାର ଶିକ୍ଷକ ଶ୍ରବଣ ତ୍ରିପାଠୀଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠନ ନିଆଯିବ। ମଧ୍ୟପ୍ରଦେଶରେ ଛାତ୍ରୀଙ୍କୁ ଉତ୍ପୀଡନର ଏହା ପ୍ରଥମ ମାମଲା ନୁହଁ। କିଛି ଦିନ ତଳେ ଶାହଡୋଲ ଜିଲ୍ଲାର ବୁଢାର ବ୍ଲକର ଏକ ସ୍କୁଲରେ ପ୍ରଥମ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ସଫା କରାଉଥିବା ଅଭିଯୋଗ ଆସିଥିଲା। ଏହି ମାମଲାର ମଧ୍ୟ ତଦନ୍ତ ଚାଲୁଛି। 

Read More
{}{}