Hindi News >>Home >>Odisha National-International

LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼, ଆଜିଠୁ ବଢିଲା ଏଲପିଜି ଗ୍ୟାସ ଦର

LPG Price Hike: ଡିସେମ୍ବର ମାସ ଆରମ୍ଭରୁ ଦେଶରେ ଦରବୃଦ୍ଧି ଦେଖିବାକୁ ମିଳିଛି । ଆଜିଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଦେଖିବାକୁ ମିଳିଛି । ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୧ ଟଙ୍କା ବୃଦ୍ଧି ପାଇଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 01, 2023, 02:32 PM IST

LPG Price Hike: ଡିସେମ୍ବର ମାସ ଆରମ୍ଭରୁ ଦେଶରେ ଦରବୃଦ୍ଧି ଦେଖିବାକୁ ମିଳିଛି । ଆଜିଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଦେଖିବାକୁ ମିଳିଛି । ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୧ ଟଙ୍କା ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ବଢିଛି ଏଲପିଜି ଗ୍ୟାସ ସିଲିଣ୍ତର ଦର । ମାସ ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର (Commercial Cylinder Price) ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଏଣିକି ଆଜିଠୁ ୧୯ କେ.ଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ ।

Also Read-Gold Rate: ଆଜିର ସୁନା ଦର ଉପରେ ପକାନ୍ତୁ ନଜର; ୧୦ ଗ୍ରାମକୁ ମାତ୍ର ଏତିକି ଟଙ୍କା

Also Read-Odisha News: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି, ଆଜି ଓଡ଼ିଶା ଫେରୁଛନ୍ତି ଉଦ୍ଧାର ହୋଇଥିବା ୫ ଓଡି଼ଆ ଶ୍ରମିକ

ଆଇଓସିଏଲ (IOCL) ୱେବସାଇଟରେ ଏଲପିଜି (LPG) ସିଲିଣ୍ଡରର ଦରକୁ ଅପଡ଼େଟ କରାଯାଇ ପରବର୍ତ୍ତିତ ଦର ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ଯ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ତର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଦର ୧୭୯୬ ଟଙ୍କା ୫୦ ପଇସା ରହିଥିବାବେଳେ କୋଲକାତାରେ ୧୯୦୮ଟଙ୍କା, ମୁମ୍ବାଇରେ ୧୭୪୯ଟଙ୍କା ଓ ଚେନ୍ନାଇରେ ରହିଛି ଟଙ୍କା ୧୯୬୮.୫୦ ଟଙ୍କାରେ ପହଁଞ୍ଚିଛି ।

 

Read More
{}{}