Hindi News >>Home >>Odisha Politics

2024 Election Survey: ୨୦୨୪ ନିର୍ବାଚନରେ ସଫା ହୋଇଯିବେ ବିରୋଧୀ! ସର୍ବେକ୍ଷଣରୁ ମିଳିଲା ଚମକାଇବା ଭଳି ତଥ୍ୟ

Lok Sabha Election 2024 Survey: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ସର୍ଭେ କରାଯାଇଥିଲା। ଯାହା ମାଧ୍ୟମରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଲୋକଙ୍କ ମତାମତ ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ମିଳିଥିବା ରିପୋର୍ଟ ଶାସକ ଦଳ ଆଶ୍ୱସ୍ତି ଆଣି ଦେଇଥିବା ବେଳେ, ବିରୋଧୀଙ୍କ ଲାଗି ଆଣିଛି ନିରାଶା। 

Advertisement
2024 Election Survey: ୨୦୨୪ ନିର୍ବାଚନରେ ସଫା ହୋଇଯିବେ ବିରୋଧୀ! ସର୍ବେକ୍ଷଣରୁ ମିଳିଲା ଚମକାଇବା ଭଳି ତଥ୍ୟ
Stop
Zee Odisha Desk|Updated: Feb 11, 2023, 07:17 PM IST

Lok Sabha Election 2024 Survey UP: ଚଳିତ ବର୍ଷ ଅନୁଷ୍ଠିତକ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନକୁ ପ୍ରାୟ ୪୦୦ ଦିନ ବାକି ରହିଛି। ସମୟ ପାଖେଇ ଆସୁଥିବା ନିର୍ବାଚନ ଲଢିବାକୁ ଯାଉଥିବା ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କୁହାଯାଏ ଯେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିବା କ୍ଷମତା ରାସ୍ତା ଉତ୍ତର ପ୍ରଦେଶ ଦେଇ ଅତିକ୍ରମ କରିଥାଏ। ଏହି ସମୟରେ ଏକ ସର୍ଭେ ରିପୋର୍ଟ ଆସିଛି। ଯାହା ବିରୋଧୀଙ୍କ ଲାଗି ଚିନ୍ତା ବଢାଇ ଦେଇଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ  ଉତ୍ତର ପ୍ରଦେଶରେ ​ବିରୋଧୀଙ୍କୁ ଜବରଦସ୍ତ ଝଟକା ଲାଗୁଥିବା ନେଇ ସର୍ଭେ ରିପୋର୍ଟ ଦର୍ଶାଉଛି।

"ସି ଭୋଟର" ଏବଂ "ଇଣ୍ଡିଆ ଟୁଡେ" ପକ୍ଷରୁ "ମୁଡ୍ ଅଫ୍ ଦି ନେସନ" ନାମରେ ଏକ ସର୍ଭେ କରାଯାଇଥିଲା। ଯାହା ମାଧ୍ୟମରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଲୋକଙ୍କ ମତାମତ ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ମିଳିଥିବା ରିପୋର୍ଟ ଶାସକ ଦଳ ଆଶ୍ୱସ୍ତି ଆଣି ଦେଇଥିବା ବେଳେ, ବିରୋଧୀଙ୍କ ଲାଗି ଆଣିଛି ନିରାଶା। ସର୍ଭେ ଆକଳନରୁ ଜଣାପଡିଛି ଯେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ହାୱା ବହିବ। ଗତଥର ଅପେକ୍ଷା ବିଜେପି ଏଥର ଅଧିକ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ଏହି ସର୍ଭେ ଫଳାଫଳ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଲାଗି ନିରାଶାଜନକ ହୋଇଛି। କାରଣ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ୟାଦବ ଏବଂ ବିଏସପି ସୁପ୍ରିମୋ ମାୟାବତୀ ଗତ ଥରର ଲୋକସଭା ନିର୍ବାଚନରେ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁ କାରଣରୁ ଉଭୟ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ବିଜେପି ବିଜୟ ପଥକୁ ଏକାଠି ରୋକିବାରେ ସକ୍ଷମ ହୋଇଥିଲେ। ହେଲେ ନିକଟରେ କରାଯାଇଥିବା ସର୍ବେକ୍ଷଣରେ ଜଣାପଡ଼ିଛି ଉଭୟ ଦଳ ସଫା ହୋଇଯିବେ। ଆସନ୍ତା ୨୦୨୪ ଲୋକସଭା ବିଜେପି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଭଳି ଦଳକୁ ମାତ ଦେବାରେ ସକ୍ଷମ ହେବ ବୋଲି ସର୍ବେକ୍ଷଣ ଫଳାଫଳରୁ ଜଣାପଡ଼ିଛି। 

ଗତ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୋଟ ୮୦ ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ୬୪ ଆସନ ପାଇଥିଲା। ବିଜେପି ୬୨ ଏବଂ ଏହାର ମେଣ୍ଟ ସହଯୋଗୀ ଅପନା ଦଳ ସୋନେଲାଲ ୨ ସିଟ୍ ପାଇଥିଲେ। ଅନ୍ୟପଟେ ସମାଜବାଦି ପାର୍ଟି ଏବଂ ବିଏସପି ମେଣ୍ଟ ୧୫ ଆସନ ପାଇଥିଲା। ଯାହା ମଧ୍ୟରୁ ୧୦ ସିଟ୍ ବିଏସପି ଏବଂ ୫ ସିଟ୍ ସମାଜବାଦୀ ପାର୍ଟି ଭାଗରେ ପଡ଼ିଥିଲା। ଅନ୍ୟପଟେ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ଗତ ଥରର ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହେବା ସତ୍ତ୍ୱେ ବିଜେପି ୪୯ ପ୍ରତିଶତ ଭୋଟ୍ ପାଇଥିଲା। 

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ଉତ୍ତର ପ୍ରଦେଶର ବିଭିନ୍ନ ଲୋକସଭା ଆସନରେ ପଡ଼ିବ। ୨୦୨୩ ଜାନୁଆରୀରେ ହୋଇଥିବା ସର୍ଭେ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଉତ୍ତର ପ୍ରଦେଶର ୮୦  ଲୋକସଭା ଆସନ ମଧ୍ୟରୁ ୭୦ ସିଟ ଦଖଲ କରିନେବ। ବିଗତ ୫ ବର୍ଷରେ ଉତ୍ତର ପ୍ରଦେଶରେ ବିଜେପି ଆସନ ସଂଖ୍ୟା ବୃଦ୍ଧି ପାଉଛି। ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ୭୦ ସିଟ୍ ଏନଡିଏ ଖାତାକୁ ଯିବା ପରେ କେବଳ ୧୦ ଆସନ ବାକି ରହିଛି। ଏହି ଆସନ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଏବଂ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯିବ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ସେମାନଙ୍କ ସ୍ଥିତି ବଜାୟ ରଖିବା କଷ୍ଟକର ହୋଇପଡ଼ିବ।

 

Read More
{}{}