Hindi News >>Home >>Odisha National-International

୨୦୨୪ରେ ମୋଦିଙ୍କ ବିରୋଧରେ କେଜ୍ରିୱାଲ, ଏହି ସର୍ଭେରେ ନୀତିଶ ଓ ମମତାଙ୍କଠାରୁ ବହୁତ ଆଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Survey On Lok Sabha Election 2024: ପ୍ରାୟ ଏକ ଦଶନ୍ଧି ପୁରୁଣା ଦଳ ଆମ୍ ଆଦମୀ ପାର୍ଟି (AAP) ଏପର୍ଯ୍ୟନ୍ତ ଦୁଇଟି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛି । ୨୦୧୪ରେ ଦଳ ପଞ୍ଜାବରେ ୪ଟି ଲୋକସଭା ଆସନ ଜିତିଥିଲା । ତେବେ ଦିଲ୍ଲୀରେ ଯେଉଁଠାରେ ଦଳ ସମସ୍ତ ୭ଟି ଆସନରେ ହାରିଥିଲା ।

Advertisement
୨୦୨୪ରେ ମୋଦିଙ୍କ ବିରୋଧରେ କେଜ୍ରିୱାଲ, ଏହି ସର୍ଭେରେ ନୀତିଶ ଓ ମମତାଙ୍କଠାରୁ ବହୁତ ଆଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Stop
Tamal Bakchi|Updated: Aug 25, 2022, 06:44 AM IST

ନୂଆଦିଲ୍ଲୀ: Survey On Lok Sabha Election 2024: ମଦ ଦୁର୍ନୀତି ଅଭିଯୋଗରେ ଆମ୍ ଆଦମୀ ପାର୍ଟି (AAP) ର ଦ୍ୱିତୀୟ ବଡ଼ ନେତା ମନୀଷ ସିସୋଦିଆ ସିବିଆଇ ଯାଞ୍ଚର ସମ୍ମୁଖୀନ ହୋଇଥିବାବେଳେ ଦଳ ତାଙ୍କ ପ୍ରତିରକ୍ଷାରେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରୁଛି । ଏକ ଯୁକ୍ତି ମଧ୍ୟ ରହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା ବୃଦ୍ଧି ଯୋଗୁଁ ମୋଦି ସରକାର ସିସୋଦିଆଙ୍କ ଘରେ ଚଢ଼ାଉ କରିଛନ୍ତି । ଏହା ସହିତ କେଜ୍ରିୱାଲଙ୍କୁ ମଧ୍ୟ ୨୦୨୪ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣ କରାଯାଇଛି । ମୋଦି ବନାମ କିଏର ଜବାବ ମିଳିଯାଇଛି ଓ ପରବର୍ତ୍ତୀ ଲୋକସଭା ନିର୍ବାଚନ ମୋଦି ବନାମ କେଜ୍ରିୱାଲ ହେବାକୁ ଯାଉଛି ବୋଲି AAP କହିଛି ।

ପ୍ରାୟ ଏକ ଦଶନ୍ଧି ପୁରୁଣା ଦଳ ଆମ୍ ଆଦମୀ ପାର୍ଟି (AAP) ଏପର୍ଯ୍ୟନ୍ତ ଦୁଇଟି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛି । ୨୦୧୪ରେ ଦଳ ପଞ୍ଜାବରେ ୪ଟି ଲୋକସଭା ଆସନ ଜିତିଥିଲା । ତେବେ ଦିଲ୍ଲୀରେ ଯେଉଁଠାରେ ଦଳ ସମସ୍ତ ୭ଟି ଆସନରେ ହାରିଥିଲା । ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ମଧ୍ୟ ନିରାଶ ହୋଇଥିଲେ । ଏହା ପରେ ୨୦୧୯ ଲୋକସଭା ନିର୍ବାଚନ ଦଳ ପାଇଁ ଅଧିକ ନିରାଶାଜନକ ଥିଲା । ଏଥର ଦଳ କେବଳ ପଞ୍ଜାବର ସଙ୍ଗରୁର ଆସନରେ ଜିତିବାକୁ ସକ୍ଷମ ହୋଇଥିଲା । ପ୍ରକାଶ ଥାଉକି, ଭଗବନ୍ତ ମାନ ସିଏମ ହେବା ପରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ଦଳ ଏହି ଆସନ ହରାଇଲା ଓ ବର୍ତ୍ତମାନ ଆପର ଲୋକସଭାରେ କୌଣସି ସାଂସଦ ନାହାଁନ୍ତି ।

ଆସନ୍ତା ଲୋକସଭା ନିର୍ବାଚନରେ ​​AAP ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଦଳ ଦାବି କରୁଛି । ଦିଲ୍ଲୀ ପରେ ପଞ୍ଜାବରେ ବଡ଼ ଧରଣର ବିଜୟ ପରେ ସରକାର ଗଠନ କରିଥିବା ଦଳ ମଧ୍ୟ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ପୂରା ଶକ୍ତି ପ୍ରୟୋଗ କରୁଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦଳ ଆଉ କିଛି ରାଜ୍ୟରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି । ଏହା ସହିତ ଅତି କମରେ ୯ଟି ରାଜ୍ୟରେ ଏହି ସଂଗଠନକୁ ମଜବୁତ କରାଯାଉଛି । ଦଳ ଆଶା କରୁଛି ଯେ ଜନସାଧାରଣ ସେମାନଙ୍କୁ କଂଗ୍ରେସ ଓ ବିଜେପିର ବିକଳ୍ପ ଭାବରେ ଗ୍ରହଣ କରିବେ ।

ଏହା ବି ପଢ଼ନ୍ତୁ:-ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ, ଏସବୁ ଫଟେ ଦେଖି ଆପଣଙ୍କ ମଧ୍ୟ ଉଡ଼ିଯିବ ହୋଶ୍!

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା, ଦୀପାବଳୀ ପୂର୍ବରୁ ଆକାଉଣ୍ଟରେ ଜମା ହେବ ଟଙ୍କା

ପ୍ରାୟ ଏକ ମାସ ପୂର୍ବେ ଇଣ୍ଡିଆ ଟିଭି 'ଭଏସ୍ ଅଫ୍ ଦି ନେସନ୍' ନାମକ ଏକ ସର୍ଭେ କରିଥିଲା । ସର୍ଭେର ଫଳାଫଳକୁ ଭିତ୍ତି କରି କୁହାଯାଇଥିଲା ଯେ ଯଦି ଦେଶରେ ନିର୍ବାଚନ ହୁଏ, ତେବେ ଏନଡିଏ ପୁଣି ଥରେ ୩୬୨ଟି ଆସନ ଜିତିବ । ୟୁପିଏ ୯୭ଟି ଆସନ ଏବଂ ଅନ୍ୟ ଦଳଗୁଡିକ ୮୪ଟି ଆସନ ପାଇପାରନ୍ତି । ତେବେ ସମାନ ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରାଯାଇଥିଲା ଯେ ସେମାନେ ମୋଦିଙ୍କ ମଜଭୁତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କାହାକୁ ବୋଲି ଭାବନ୍ତି, ୨୩ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ନାମ ନେଇଥିଲେ । ଏଥିସହିତ କେଜ୍ରିୱାଲ ଦୁଇ ନମ୍ବରରେ ରହିଥିଲେ, ଯାହାଙ୍କୁ ୧୯ ପ୍ରତିଶତ ଲୋକ ମୋଦିଙ୍କ ସାମ୍ନାରେ ସବୁଠାରୁ ଶକ୍ତିଶାଳୀ ବୋଲି ମନେ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ଏବଂ ନିକଟ ଅତୀତରେ ଏନଡିଏ ଛାଡିଥିବା ନୀତିଶ କୁମାରଙ୍କଠାରୁ ଆଗରେ ଅଛନ୍ତି । ମମତା ୧୧ ପ୍ରତିଶତ ଓ ନୀତିଶ ୮ ପ୍ରତିଶତ ମଜଭୁତ ନେତା ବୋଲି  ବିବେଚିତ ହୋଇଥିଲେ । ଏଥି ସହିତ ସୋନିଆ ଗାନ୍ଧୀଙ୍କୁ ୮ ପ୍ରତିଶତ ଲୋକ ସବୁଠାରୁ ମଜଭୁତ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରିଥିଲେ ।

Read More
{}{}