Hindi News >>Home >>Odisha National-International

LICର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

LIC Jeevan Umang Policy: ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । 

Advertisement
LICର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...
Stop
Zee Odisha Desk|Updated: Aug 19, 2022, 07:38 AM IST

ନୂଆଦିଲ୍ଲୀ: LIC Jeevan Umang Policy: ଭାରତୀୟ ଜୀବନ ବୀମା ନିଗମ (LIC) ରେ ନିବେଶ କରିବା ଅତି ସୁରକ୍ଷିତ ବୋଲି ମନେ କରାଯାଏ । LIC ହେଉଛି ଦେଶର ସବୁଠାରୁ ବିଶ୍ୱସ୍ତ ଏବଂ ବୃହତ୍ତମ ବୀମା କମ୍ପାନୀ । ଯଦି ଆପଣ LIC ର କୌଣସି ପଲିସିରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ 'ଜୀବନ ଉମଙ୍ଗ' (Jeevan Umang) ଚୟନ କରିପାରିବେ ।

ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସର ଲୋକମାନେ ଏଥିରେ ନିବେଶ କରିପାରିବେ ।

ପ୍ରିମିୟମ୍ ଦେୟ ଅବଧି ଯଥା PPT ୧୫, ୨୦, ୨୫ ଏବଂ ୩୦ ବର୍ଷ ପାଇଁ ସ୍ଥିର ହୋଇଛି । ପ୍ରିମିୟମ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କିସ୍ତି ପ୍ରଦାନ କରିଦିଆଗଲେ, ପଲିସି ଧାରକଙ୍କୁ ଗ୍ୟାରେଣ୍ଟିର ସହିତ ସର୍ବନିମ୍ନ ରାଶି ମିଳିଥାଏ । ଜୀବନ ବୀମା ରିଟର୍ଣ୍ଣର ୮ ପ୍ରତିଶତ ଆଜୀବନ ପାଇଁ ପ୍ରତିବର୍ଷ ମିଳିଥାଏ । ଏହି ପଲିସିରେ ଛୋଟ ନିବେଶ କରି ଜୀବନ ସାରା ଟଙ୍କା ମିଳିଥାଏ । ଏହି ପଲିସିରେ ଆପଣ ପ୍ରତିଦିନ ୨୮ ଟଙ୍କା ନିବେଶ କରିପାରିବେ । ଏବଂ ଆପଣ ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇପାରିବେ ।

ଧରାଯାଉ, କୌଣସି ବ୍ୟକ୍ତିଙ୍କ ବୟସ ୨୦ ବୟସ ଏବଂ ସେ ୨୫ ବର୍ଷର ପ୍ରିମିୟମ୍ ପେମେଣ୍ଟ୍ ଟର୍ମ ପ୍ଲାନ୍ (୭୯ ବର୍ଷ ଟର୍ମ) ବିକଳ୍ପ ଚୟନ କରେ, ତାଙ୍କୁ ମୋଟ ପ୍ରିମିୟମ୍ ୨,୫୮,୭୫୨ ଟଙ୍କା ଦେବାକୁ ପଡିବ । ଏହି ସମୟ ଅବଧିରେ ପଲିସି ଧାରକ ଦୈନିକ ୨୮ ଟଙ୍କା ନିବେଶ କରି ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇବେ । ୨୫ ବର୍ଷ ପାଇଁ ପ୍ରିମିୟମ ଦେବା ପରେ ୪୫ ବର୍ଷ ବୟସରୁ ଏହି ରାଶିର ୮ ପ୍ରତିଶତ ପ୍ରତିବର୍ଷ ଆଜୀବନ ମିଳିବା ଜାରି ରହିବ ଯାହା ବାର୍ଷିକ ୨୦,୦୦୦ ଟଙ୍କା ହେବ ।

ସେହିପରି ଏଲଆଇସିର ଆଉ ଚମତ୍କାର ପ୍ଲାନ ହେଉଛି 'ଜୀବନ ଅକ୍ଷୟ' ପଲିସି । ଯଦି ଆପଣ ବିନା ବିପଦରେ ଏକ ନିରାପଦ ନିବେଶ ଯୋଜନା କରୁଛନ୍ତି, ତେବେ ଆପଣ LIC ର 'ଜୀବନ ଅକ୍ଷୟ' (Jeevan Akshay) ପଲିସିରେ ନିବେଶ କରିପାରିବେ । ଏହି ପଲିସି ମାଧ୍ୟମରେ ଆପଣ ନିଜ ପାଇଁ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ପ୍ରତି ମାସରେ ଏକ ପେନସନ୍ ବ୍ୟବସ୍ଥା କରିପାରିବେ ।

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଆଶ୍ୱସ୍ତ; ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ ହଜାର ପଦ ଭରିବେ ସରକାର

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ଏହା ହେଉଛି ଏକ ଏନ୍ୟୁଟି ପ୍ଲାନ, ତେଣୁ ଏଥିରେ ଥରେ ନିବେଶ କରି ପେନସନ୍ ସୁବିଧା ଦିଆଯାଇଥାଏ । ଏହି ପଲିସିର ସର୍ତ୍ତ ବିଷୟରେ କହିବାକୁ ଗଲେ, ୩୦ରୁ ୮୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ବ୍ୟକ୍ତି ନିବେଶ କରିପାରିବେ । ସର୍ବନିମ୍ନ ବାର୍ଷିକ ପେନସନ୍ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ ବାଧ୍ୟତାମୂଳକ ଅଟେ । ଅଧିକତମ ନିବେଶର କୌଣସି ସୀମା ନାହିଁ ।

Read More
{}{}