Hindi News >>Home >>Odisha National-International

ADR Report: ୯ବର୍ଷ ଶାସନରେ କଂଗ୍ରେସକୁ ବଳିଲାଣି ବିଜେପି, ହେଲାଣି ଦେଶର ଧନୀ ରାଜନୈତିକ ଦଳ

ଦେଶକୁ କଳାଟଙ୍କା ମୁକ୍ତ କରିବାକୁ ନାରା ଦେଇଥିଲା ବିଜେପି। ଏହାମଧ୍ୟରେ ଏବେ ୯ବର୍ଷ ପୂରିଲାଣି। ଲଗାତାର ପ୍ରଥମ ଅଣ କଂଗ୍ରେସ ଦଳ ଭାବେ ୨ଥର କ୍ଷମତାକୁ ଆସି ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି ବିଜେପି। କିନ୍ତୁ ଏହାମଧ୍ୟରେ ଦେଶକୁ ୬୦ବର୍ଷ ଶାସନ କରିଥିବା ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି ବିଜେପି। ଦେଶର ସବୁଠାରୁ ଧନୀ ଦଳ ଭାବେ ଏବେ ଉଭା ହୋଇଛି। ଆଉ ଏହା ଆଉ କେହି ନୁହେଁ ADR(Association for Democratic Reforms)ର ରିପୋର୍ଟ କହୁଛି। 

Advertisement
ADR Report: ୯ବର୍ଷ ଶାସନରେ କଂଗ୍ରେସକୁ ବଳିଲାଣି ବିଜେପି, ହେଲାଣି ଦେଶର ଧନୀ ରାଜନୈତିକ ଦଳ
Stop
Priyanka Panda |Updated: Nov 09, 2022, 03:46 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ କିଏ। ରାଜନୈତିକ ଦଳ ମାନଙ୍କୁ ଫଣ୍ଡିଂ ଦିଆଯିବାକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଯାଏ। ଆଉ ବର୍ତ୍ତମାନ ସମୟରେ ହେଉଥିବା ନିର୍ବାଚନ ମାନଙ୍କରେ ପଲିଟିକାଲ ପାର୍ଟିମାନେ ଖର୍ଚ୍ଚ କରୁଥିବା ବିପୁଳ ଅର୍ଥକୁ ଦେଖି ସମସ୍ତେ ଏହା ହିଁ ଭାବନ୍ତି ଯେ କେତେ ଧନୀ ଏହି ରାଜନୈତିକ ଦଳ। ଯେଉଁ ପ୍ରକାରର ନିର୍ବାଚନ ଖର୍ଚ୍ଚର ଆକାର ମଧ୍ୟ ସେତେ ଅଧିକ। ଆଉ ଆମ ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନରେ ବି କେତେ ମାତ୍ରାରେ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା କାହାକୁ ଅଛପା ନାହିଁ। ରାଜନୈତିକ ଦଳମାନେ କର୍ପୋରେଟ ଡୋନେସନ, ରାଜନୈତିକ ଚାନ୍ଦା ଓ ଫିକ୍ସ ଡିପୋଜିଟ ବ୍ୟତୀତ ଅନ୍ୟ ସ୍ରୋତରୁ ବି ଅର୍ଥ ସଂଗ୍ରହ କରି ବ୍ୟୟ କରୁଛନ୍ତି। ବିଜେପି, କଂଗ୍ରେସ ସମେତ ଦେଶର ରାଜନୈତିକ ପାର୍ଟିଙ୍କ ନିକଟରେ କୋଟି କୋଟି ଟଙ୍କାର ପାଣ୍ଠି ରହିଛି। ତେବେ ଏଥିରେ ଆସନ୍ତୁ ଜାଣିବା କେଉଁ ପାର୍ଟିର ପାଣ୍ଠି କେତେ ଅଧିକ। ଦେଶର ସବୁଠୁ ଧନୀ ଦଳ କିଏ?

ଏଡିଆର ବା Association for Democratic Reformsର ରିପୋର୍ଟ ଅନୁସାରେ ଦେଶର ମୋଟ ୪୮ଟି ରାଜନୈତିକ ଦଳଙ୍କ ନିକଟରେ ୭,୩୭୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ତେବେ ପ୍ରଥମେ ଜାଣିବା ଏଡିଆର ରିପୋର୍ଟ କଣ। ରାଜନେତାମାନଙ୍କର ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ବିବରଣୀ ତଥା ରାଜନୈତିକ ଦଳ ମାନଙ୍କର ଆର୍ଥିକ ସୂଚନା ପାଇଁ ADR ତଥ୍ୟ ପ୍ରକାଶ କରିଥାଏ। ଗତ କିଛି ବର୍ଷ ମଧ୍ୟରେ, ADR ର ରିପୋର୍ଟକୁ ନେଇ ବହୁ ଡିବେଟ ମଧ୍ୟ ହୋଇଛି। ଆଉ ଏହି ଏଡିଆରରେ ୭ଟି ଜାତୀୟ ଦଳ ଥିବା ବେଳେ ୪୧ଟି ଆଞ୍ଚଳିକ ଦଳ ଅଛନ୍ତି। ୭ଟି ଜାତୀୟ ଦଳଙ୍କ ନିକଟରେ ମୋଟ ୫୩୪୯.୨୫ କୋଟି ଟଙ୍କାର ପୁଞ୍ଜି ଥିବା ବେଳେ ୭ ଆଞ୍ଚଳିକ ରାଜନୈତିକ ଦଳଙ୍କ ନିକଟରେ ୨୦୨୩.୭୧ କୋଟି ଟଙ୍କାର ଜମା ପୁଞ୍ଜି ରହିଛି। ଟପ୍ ୩ ଧନୀ ଦଳଙ୍କ ମଧ୍ୟରେ ବିଜେପି, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ରହିଛି। ଆଉ ଏହି ଦଳ ମାନଙ୍କ ମଧ୍ୟରୁ ବିଜେପି ପାଖରେ ସର୍ବାଧିକ ୨୯୦୪.୧୮ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ କଂଗ୍ରେସ ନିକଟରେ ୯୨୮.୮୪ କୋଟି ଓ ବସପା ନିକଟରେ ୭୩୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଜେପି ନିକଟରେ ସର୍ବାଧିକ ୨୮୬୬.୭୧୭ କୋଟି ଟଙ୍କାର ଫିକ୍ସ ଡିପୋଜିଟ ଥିବା ବେଳେ କଂଗ୍ରେସର ୮୫୦.୪୨୬ ଓ ବସପାର ୭୩୫.୭୭ କୋଟି ଟଙ୍କା ଫିକ୍ସ ଡିପୋଜିଟ ରହିଛି। ରାଜନୈତିକ ପାର୍ଟିମାନଙ୍କର ଅବଧି ଜମା ବ୍ୟାଙ୍କମାନଙ୍କରେ ଫିକ୍ସ ଡିପୋଜିଟ ଅଥବା ଅନ୍ୟ  ଦୀର୍ଘକାଳୀକ ନିବେଶ ଆକାରରେ ରହିଛି।

ସେପଟେ ଯଦି ଆମ ରାଜ୍ୟ କଥା କହିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଦ୍ୱିତୀୟରେ ରହିଛି। ତେବେ ପ୍ରଥମରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ରହିଛି। ଦଳ ନିକଟରେ ୫୭୨.୨୧ କୋଟି ଟଙ୍କାର ପାଣ୍ଠି ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଆଉ ଏହାପଛକୁ ଆମ ରାଜ୍ୟ ଓଡ଼ିଶାର ବିଜୁ ଜନତା ଦଳ ରହିଛି। ବିଜେଡି ନିକଟରେ ୨୩୨.୨୭ କୋଟିର ପାଣ୍ଠି ରହିଛି। ସେହିପରି ପଲାନୀସ୍ୱାମୀଙ୍କ ପାର୍ଟି ଏଆଇଡିଏମକେର ମୋଟ ପାଣ୍ଠିର ପରିମାଣ ୨୦୬.୭୫ କୋଟି ଟଙ୍କା।

ତେବେ ସବୁଠୁ କମ୍‌ ପୁଞ୍ଜିର ରାଜନୈତିକ ଦଳ ଭାବେ ଶରଦ ପାୱାରଙ୍କ ପାର୍ଟି ଏନସିପି ଓ ବାମ ଦଳ ରହିଛନ୍ତି। ଏନସିପିପ ମୋଟ ପାଣ୍ଠିର ପରିମାଣ ୩୧.୦୫ କୋଟି ହୋଇଥିବା ବେଳେ ସିପିଆଇ ମୋଟ ସମ୍ପତ୍ତିର ପରିମାଣ ୨୪.୮୭ କୋଟି ଟଙ୍କା ଦର୍ଶାଇଛି। ଏଥିରୁ ଦେଶରେ ଏବେ ଶାସକ ବିଜେପି ଏବେ ସବୁଠୁ ଧନୀ ଦଳ ଭାବେ ପରିଗଣିତ ହେଉଛି।  ତେବେ ଏହି ରିପୋର୍ଟ ଆସିବା ପରେ ବହୁ ମତ ମଧ୍ୟ ପ୍ରକାଶ ପାଇଛି। କଳାଟଙ୍କା ବିରୋଧରେ ଦେଶରେ ନାରା ଦେଇଥିବା ବିଜେପି ଏବେ ଦେଶର ଧନୀ ଦଳ କିପରି ହେଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି। କାରଣ ଦେଶକୁ ୬୦ବର୍ଷ ଧରି କଂଗ୍ରେସ ଲୁଟିଥିବା କହୁଥିବା ବିଜେପି ମାତ୍ର ୯ବର୍ଷ ଶାସନ ମଧ୍ୟରେ କିପରି ଧନୀ ହେଲା ତାହା ସମସ୍ତଙ୍କୁ ଚକିତ କରିଛି। 

Read More
{}{}