Hindi News >>Home >>Odisha National-International

ଜାଣନ୍ତୁ ଏମିତି ୫ ବୃକ୍ଷ ବିଷୟରେ ଯାହା ନା କେବେ ଶୁଣିଥିବେ ନା ଜାଣିଥିବେ...

ପୂରା ଦୁନିଆ କଥା ଦେଖିଲେ ବୃକ୍ଷର ବିଭିନ୍ନ ପ୍ରଜାତି ଦେଖିବାକୁ ମିଳେ।  କିଛି ବିଷୟରେ ତ ଆମକୁ ଜଣାଥାଏ, ଆଉ କିଛି ଏମିତି ବି ରହିଛି ଯାହା ବିଷୟରେ ଆମକୁ ଜଣା ନଥାଏ।  ଯେଉଁ ବୃକ୍ଷ ଗୁଡ଼ିକ କି ଖୁବ୍ ବିଚିତ୍ର। ଯାହା ବିଷୟରେ ଆପଣଙ୍କୁ ବୋଧହୁଏ ଜଣାନଥିବ।  ଆଜି ସେମିତି ୫ଟି ବୃକ୍ଷ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ବିଷୟରେ ଆପଣ ଶୁଣିନଥିବେ।  ଯେଉଁ ବୃକ୍ଷକୁ ଦେଖିଲେ ଆପଣ କହିବେ ଯେ ପ୍ରକୃତି ଫୁରସତରେ ବନାଇଛି ନିଶ୍ଚୟ।

Advertisement
ଜାଣନ୍ତୁ ଏମିତି ୫ ବୃକ୍ଷ ବିଷୟରେ ଯାହା ନା କେବେ ଶୁଣିଥିବେ ନା ଜାଣିଥିବେ...
Stop
Zee Odisha Desk|Updated: Aug 16, 2022, 07:23 PM IST

ନୂଆଦିଲ୍ଲୀ: ଆମ ଜୀବନରେ ବୃକ୍ଷ(Tree)ର ଗୁରୁତ୍ବ କେତେ ଯେ ଅଧିକ ତାହା ଆପଣଙ୍କୁ ଖୁବ ଭଲଭାବରେ ଜଣା। ପ୍ରାଣୀ ଜଗତର ଉଦ୍ଧାର କରୁଛନ୍ତି ବୃକ୍ଷଲତା। ବଞ୍ଚିବା ପାଇଁ ସମସ୍ତଙ୍କର ଦରକାରୀ ଅମ୍ଳଜାନ(Oxygen) ବୃକ୍ଷରୁ ମିଳୁଥିବା ବେଳେ ଆମର ଅନ୍ୟାନ୍ୟ ଛୋଟରୁ ବଡ଼ ମୂଲ୍ୟବାନ ଜିନିଷ ବୃକ୍ଷ ନିକଟରୁ ମିଳିଥାଏ।  ବଞ୍ଚିବା ପାଇଁ ଖାଦ୍ୟ, ଫଳ, ମୂଳ ଆଦି ବୃକ୍ଷରୁ ହିଁ ମିଳେ। ସେହିପରି ବାୟୁମଣ୍ଡଳକୁ ସ୍ୱଚ୍ଛ   କରିବାରେ ବୃକ୍ଷ ସାହାଯ୍ୟ କରିଥାଏ।  ମଣିଷ ନିଜ ଆବଶ୍ୟକତା ଅନୁସାରେ ଗଛକୁ ବ୍ୟବହାର କରିଥାଏ। ଏମିତି ବି ବୃକ୍ଷ ରହିଛି ଯାହା ଆମକୁ ମୂଲ୍ୟବାନ ଔଷଧ ପ୍ରଦାନ କରୁଛି।  ବିଭିନ୍ନ ଘରୋଇ ଉପକରଣ ବି ଆମେ ଗଛ ନିକଟରୁ ପାଉ।  ଯେବେ ଥକା ଲାଗେ ଗଛର ଛାଇ ତଳେ ହିଁ ଭଲ ନିଦ ଆସେ।  ତେବେ ପୂରା ଦୁନିଆ କଥା ଦେଖିଲେ ବୃକ୍ଷର ବିଭିନ୍ନ ପ୍ରଜାତି ଦେଖିବାକୁ ମିଳେ।  କିଛି ବିଷୟରେ ତ ଆମକୁ ଜଣାଥାଏ, ଆଉ କିଛି ଏମିତି ବି ରହିଛି ଯାହା ବିଷୟରେ ଆମକୁ ଜଣା ନଥାଏ।  ଯେଉଁ ବୃକ୍ଷ ଗୁଡ଼ିକ କି ଖୁବ୍ ବିଚିତ୍ର। ଯାହା ବିଷୟରେ ଆପଣଙ୍କୁ ବୋଧହୁଏ ଜଣାନଥିବ।  ଆଜି ସେମିତି ୫ଟି ବୃକ୍ଷ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ବିଷୟରେ ଆପଣ ଶୁଣିନଥିବେ।  ଯେଉଁ ବୃକ୍ଷକୁ ଦେଖିଲେ ଆପଣ କହିବେ ଯେ ପ୍ରକୃତି ଫୁରସତରେ ବନାଇଛି ନିଶ୍ଚୟ। 

ନଂ-୧
ରେନବୋ ଇଉକାଲିପଟସ(Rainbow Eucalyptus ) 
ଏହି କଲରଫୁଲ ଗଛକୁ ଦେଖିଲେ ଲାଗୁଛି ଯେମିତି ଏହି ଗଛରେ ପେଣ୍ଟିଂ ହୋଇଛି।  କିନ୍ତୁ ଅସଲରେ ଏହା କୌଣସି ପେଣ୍ଟିଂ ନୁହେଁ  ବରଂ ଏକ ସୁନ୍ଦର ଗଛ।   ଯାହାକୁ  ରେନବୋ ଇଉକାଲିପଟସ ନାଁରେ ଜଣାଯାଏ।  ଅନ୍ୟ ଗଛ ମୁକାବିଲାରେ ଏହା ସମ୍ପୂର୍ଣ୍ଣ ଅଲଗା। ଏହାର ରଙ୍ଗ ରେନବୋ ଭଳି ଦେଖିବାକୁ। ଆପଣଙ୍କ ପ୍ରିୟର ସବୁ ରଙ୍ଗ ଏଥୁରେ ଆପଣଙ୍କୁ ମିଳିଯିବ।  ଏହି ବୃକ୍ଷର ଅନ୍ୟ ଏକ ଖାସ କଥା ବି ରହିଛି। ବଦଳୁଥିବା ମୌସମ ଅନୁସାରେ ଏହି ଗଛରୁ ଚୋପା ଛାଡ଼ିଥାଏ ଯାହା ସହିତ ଏହାର ରଙ୍ଗ ବି ବଦଳିଥାଏ। ଏହାର ଇନର ଲେୟାର ହାଲକା ସବୁଜ ରଙ୍ଗର ହୋଇଥାଏ। ଯାହାକି ବାୟୁ ସଂସ୍ପର୍ଶରେ ଆସି ରଙ୍ଗ ବଦଳିଇଥାଏ।  ଏହି  ଗଛ କେବଳ  ହାୱାଇ, ଫିଲିପିନ୍ସ, ଇଣ୍ଡୋନେସିଆ, ପୋପୁଆ ଭଳି ଦେଶରେ ଦେଖୁବାକୁ ମିଳେ।  ତେବେ କଲରଫୁଲ ହେବା ସହିତ ଏହାର ଆଉ ବିଶେଷତ୍ୱ ହେଉଛି ଏହା ଖୁବ ଲମ୍ବା।  ବର୍ଷକୁ ୩ଫୁଟ ଲେଖାଏଁ ଏହା ବଢ଼ିଥାଏ।  ପ୍ରାକୃତିକ ଭାବେ   ରେନବୋ ଇଉକାଲିପଟସ ୨୫୦ଫୁଟରୁ ବି ଅଧିକ ବଢ଼ିଥାଏ। 

Also Read: Odisha Flood Live Update:ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ, ହିରାକୁଦରେ ବିପଦ ସଂକେତ ଉପରେ ପାଣି

ନଂ-୨

ହାଇପରିଅନ (Hyperion )

ଏହି ଗଛ ଏତେ ଉଚ୍ଚ ଯେ, ମାଧ୍ୟାକର୍ଷଣ ଶକ୍ତି ବି କାମ କରେନା ପରି ଲାଗେ। ଏହି ଗଛ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିଠାରୁ ବି ୭୫ଫୁଟ ଅଧିକ ଉଚ୍ଚ।  ହାଇପରିଅନକୁ ଦୁନିଆର ସବୁଠାରୁ ଉଚ୍ଚ ଜ୍ଞାତ ଜୀବିତ ବୃକ୍ଷ କୁହାଯାଏ। ଯାହାର ହାଇଟ ୧୧୬ ମିଟର ।  ୨୫ ଅଗଷ୍ଟ ୨୦୦୬ରେ ଏହି ଗଛର ଆବିଷ୍କାର କରାଯାଇଥିଲା।  ପ୍ରକୃତିବାଦୀ  କ୍ରିସ ଆଟକିନସ ଓ ମାଇକେଲ ଟେଲର ଏହାକୁ ଆବିଷ୍କାର କରିଥିଲେ।  ଏହି ଗଛର ଚଉଡ଼ା କାଫି ଅଧିକ।  ତେବେ ଏହି ବିରାଟ ବୃକ୍ଷର ବୟସ ସୀମା କେତେ  ହେବ ତାହା କଣ ଆପଣ ଅନ୍ଦାଜା ଲଗାଇପାରିବେ?... ଏହି ବୃକ୍ଷର ବୟସ ୬୦୦ରୁ  ୮୦୦ ବର୍ଷ ହୋଇଥିବା ଜଣାପଡ଼ିଛି।  ମୁଖ୍ୟତଃ ଏହା କାଲିଫର୍ଣ୍ଣିଆରେ ଦେଖିବାକୁ ମିଳେ। 

ନଂ-୩
ଡ୍ରାଗନ  ବ୍ଲଡ୍ ଟ୍ରି(Dragon Blood Tree)
ଏହି ଗଛକୁ ଆପଣ ଦେଖି କରି ହିଁ ଜାଣିପାରୁଥିବେ ଯେ ଏହା କେତେ ଆଶ୍ଚର୍ଯ୍ୟଜନକ। ଖାଇବା ଛତୁ ବା ଛତା ଭଳି ଦେଖାଯାଉଛି  ଏହି ଗଛ। ଯାହାକି  ଖୁବ ରହସ୍ୟଜନକ।  କାରଣ ଏହି ଗଛର ଉପର ଭାଗ ତ ହରା ଭରା ଦେଖାଯାଏ। କିନ୍ତୁ ଗଛର ଗଣ୍ଡି ଭାଗରେ ନା କୌଣସି ଡାଳ ରହିଛି ନା କୌଣସି ହରାଭରା ପତ୍ର।  ଡ୍ରାଗନ ବ୍ଲଡ ଟ୍ରି ର ଆଉ ଏକ ବିଶେଷତ୍ୱ ହେଉଛି ଏହାକୁ କାଟିବା ମାତ୍ରେ ଏଥିରୁ ବ୍ଲଡ ବାହାରିଥାଏ, ଆଶ୍ଚର୍ଯ୍ୟ ହୋଇଗଲେ କି?   ବ୍ଲଡ ନୁହେଁ ବ୍ଲଡ ଭଳି ଲାଲ ରଙ୍ଗର ଏକ ପଦାର୍ଥ ବାହାରିଥାଏ। ଯାହାକି ଅନେକ କାମରେ ବି ଲାଗିଥାଏ। ଗିଟାର ପେଣ୍ଟ କରିବାରେ, ଚୁଟି ରଙ୍ଗ କରିବା ଭଳି କାମରେ ବ୍ୟବହାର କରାଯାଇଥାଏ।  ଆଉ ଏହି ରେଡ ପଦାର୍ଥ ଅନୁସାରେ ହିଁ ଏହାର ନାମକରଣ କରାଯାଇଛିଡ୍ରାଗନ  ବ୍ଲଡ୍ ଟ୍ରି ।     ଏହି ଗଛ ୩୦ରୁ ୪୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ବଢ଼ିଥାଏ।  ଅସାଧରଣ ଦେଖାଯାଉଥିବା ଏହି ଗଛ ଏବେ ବିଲୁପ୍ତ ହେବାକୁ ବସିଛି।  

Also Read: Odisha Flood Update; ଫଟୋରେ ଦେଖନ୍ତୁ ରାଜ୍ୟର ବନ୍ୟା ବିଭିଷିକାର ଦୃଶ୍ୟ

ନଂ-୪

ୱେବଡ୍ ଟ୍ରି(Webed Tree)
ଦୁନିଆର ସବୁଠୁ ୟୁନିକ ଟ୍ରି ମଧ୍ୟରେ ଚାଇନାର ଏହି ୱେବଡ୍ ଟ୍ରି ମଧ୍ୟ ସାମିଲ ରହିଛି। ଦକ୍ଷିଣ ଚୀନର ଉଆଙ୍ଗରେ ଏହି ଗଛ ଦେଖିବାକୁ ମିଳେ। ଏହାର ବିଶେଷତ୍ୱ ହେଉଛି ଏହାର ଶାଖା। ଗୋଟିଏ ଉପରେ ଗୋଟିଏ ଛନ୍ଦି ହୋଇ ରହିଥାଏ ଏହାର ଏହି ଶାଖା।  ମାଟିରୁ ହିଁ ଦେଖିବାକୁ ମିଳେ ଏପରି। ତେବେ ଆମେ ଯାହାକୁ ଶାଖା କହୁଛୁ ପ୍ରକୃତରେ ତାହା ଶାଖା ନୁହେଁ। ଏହା ଏହି ଗଛର ଚେର। ଅନ୍ୟ ଗଛର ଚେର ମାଟି ତଳେ ଏପରି ଥିବା ବେଳେ ୱେବଡ୍ ଟ୍ରିର ଚେର ଏପରି ମାଟି ଉପରେ ଥାଏ, ଓ ଚେର ଉପରେ ଗଛ। 

ନଂ-୫
ଟେଟ୍ରାମିଲ୍ସ(Tetrameles)
ଏହି ଗଛକୁ ଦେଖିବାକୁ ଏବେ ଲୋକଙ୍କ ଭିଡ଼ ଜମୁଛି।  କାହିଁକି ନା ସମୟ ଅନୁସାରେ ଟେଟ୍ରାମିଲ୍ସ ଏକ ମନ୍ଦିର(Temple)କୁ କବଜା କରିବାକୁ ବସିଛି। ଅସଲରେ ମନ୍ଦିର ଉପରେ ଉଠିଥିବା ଏହି ଗଛ ଧୀରେ ଧୀରେ ଏପରି  ବ୍ୟାପୁଛି ଯେ ଏହାକୁ କଣ୍ଟ୍ରୋଲ(Control) କରିବା ମୁସକିଲ ହୋଇପଡ଼ିଛି।   କମ୍ବୋଡ଼ିଆର ଏକ ମନ୍ଦିରରେ ଏହି ଗଛ ଦେଖିବାକୁ ମିଳୁଛି। ପୂରା ମନ୍ଦିରରେ ଏହା ବ୍ୟାପିବା ପରେ ବର୍ତ୍ତମାନ ଏହା ଆଟ୍ରାକସନ ହୋଇଯାଇଛି। 

ତେବେ ଆମେ ଆପଣଙ୍କୁ ୫ଟି ଏପରି ବୃକ୍ଷ ଦେଖାଇଲୁ ଯାହା ଦୁନିଆରେ ଖୁବ ବିଚିତ୍ର। ଆପଣଙ୍କୁ କେଉଁ ବୃକ୍ଷ ଭଲ ଲାଗିଲା କମେଣ୍ଟ କରି କୁହନ୍ତୁ। 

Read More
{}{}