Hindi News >>Home >>Odisha National-International

Kerala: ପିଏଫଆଇ ପାଇଁ ବିବାଦରେ ପୋଲିସ, ଡିଜି ଙ୍କୁ ଚାଞ୍ଚଲ୍ୟକର ରିପୋର୍ଟ ଦେଲା ଆଇବି

Kerala Police PFI Connection:  ପିଏଫଆଇ ସହ ରହିଥିବା ସମ୍ବନ୍ଧକୁ ନେଇ କେରଳ ପୋଲିସ ବାବଦରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ। 

Advertisement
 Kerala: ପିଏଫଆଇ ପାଇଁ ବିବାଦରେ ପୋଲିସ, ଡିଜି ଙ୍କୁ ଚାଞ୍ଚଲ୍ୟକର ରିପୋର୍ଟ ଦେଲା ଆଇବି
Stop
Subhramjit Ray|Updated: Oct 04, 2022, 03:35 PM IST

PFI Connection of Kerala Police: କେରଳ ପୋଲିସ ବାବାଦରେ ଆସିଛି ଚମକାଇବା ଭଳି ଖବର। ନିକଟରେ ନିଷିଦ୍ଧ ହୋଇଥିବା ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସହିତ ବେଆଇନ ସମ୍ବନ୍ଧକୁ ବିବାଦ ଘେରକୁ ଟଣା ହୋଇଛି କେରଳ ପୋଲିସ।  ଏନେଇ ମିଳିଥିବା ଗୁପ୍ତ ପ୍ରାୟ ୮୭୩ ଜଣ ପୋଲିସ କର୍ମଚାରୀଙ୍କ ସମ୍ପର୍କ ପିଏଫଆଇ ସହ ରହିଥିବା ଜଣାପଡ଼ିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ କେରଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ଘଟଣା ସହ ଜଡ଼ିତ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛି। 

ଇଣ୍ଟେଲିଜେନ୍ସ ବ୍ୟୁରୋ (Intelligence Bureau) ଆଇବି (IB) କେରଳ ପୋଲିସ ମହାନିର୍ଦ୍ଦେଶକଙ୍କୁ (Kerala Police DG) ପ୍ରଦାନ କରା ଯାଇଥିବା ରିପୋର୍ଟ ଅନୁସାରେ ରାଜ୍ୟ ପୋଲିସ ବଳର ସବ୍-ଇନ୍ସପେକ୍ଟର ଏବଂ ଷ୍ଟେସନ ହେଡ୍ ଅଫିସର, ସିଭିଲ ପୋଲିସ ଅଫିସର ଭଳି  ପୋଲିସ କର୍ମଚାରୀ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ପରିସରଭୂକ୍ତ ହୋଇଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ବର୍ତ୍ତମାନ ଏହି ପୋଲିସ ଅଧିକାରୀଙ୍କ ଆର୍ଥିକ କାରବାରର ବିବରଣୀ ସଂଗ୍ରହ କରୁଛନ୍ତି। ଯାହାଫଳରେ ସେମାନଙ୍କର ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organizations) ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (Popular Front of India) ପିଏଫଆଇ (PFI) ସହ ରହିଥିବା ସମ୍ବନ୍ଧକୁ  ଚିହ୍ନଟ କରାଯାଇ ପାରିବ।

Also Read: Banned Organization: : କେବଳ ପିଏଫଆଇ ନୁହେଁ, ଅନ୍ୟ ୮ ସଙ୍ଗଠନ ଉପରେ ଲାଗିଲା ପ୍ରତିବନ୍ଧକ

ଆଇବି ରିପୋର୍ଟ ଅନୁସାରେ କେରଳ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଥିବା ପ୍ରାଥମିକ ଅଭିଯୋଗ ହେଉଛି ଯେ ସେମାନେ ପିଏଫଆଇ ଉପରେ ହୋଇଥିବା ଚଢାଉ ଘଟଣାରେ ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ କରିଛନ୍ତି। ଏହା ପୂର୍ବରୁ ଗତ ଫେବୃଆରରେ ଥୋଡୁପୁଜାସ୍ଥିତ କରିମାନନୁର ଥାନା ସହ ଜଡିତ ଜଣେ ସିଭିଲ ପୋଲିସ ଅଧିକାରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ଆରଏସଏସ ନେତାଙ୍କ ସବିଶେଷ ତଥ୍ୟ ପିଏଫଆଇ ଭଳି ସଂସ୍ଥାକୁ ପ୍ରଦାନ କରିବା ଅଭିଯୋଗରେ ସେବାରୁ ବରଖାସ୍ତ ହୋଇଥିଲେ। ଏଭଳି ଅଭିଯୋଗରେ ଏସଆଇ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ମୁନାର ଥାନାରୁ ଅନ୍ୟତ୍ର ସ୍ଥାନାନ୍ତର କରା ଯାଇଥିଲା।

ଗତ ସପ୍ତାହରେ ଗୃହ ମନ୍ତ୍ରଣାଳୟ ପିଏଫଆଇ ଏବଂ ଏହା ସହିତ ଜଡ଼ିତ ଅନ୍ୟ ୮ ସଂସ୍ଥା ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି ହୋଇଥିଲା। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଏଫ୍ଆଇ ଏବଂ ଏହା ସହ ଅନୁବନ୍ଧିତ ଅନ୍ୟ ୮ ସଙ୍ଗଠନ ବୈଶ୍ୱିକ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଥିବାରୁ ତଥା ଅନେକ ଆତଙ୍କବାଦୀ ମାମଲାରେ ଜଡିତ ହୋଥିବାରୁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ୟୁଏପିଏ ଧାରା ୩ (୧) ଅନୁଯାୟୀ କ୍ଷମତା ପ୍ରୟୋଗ କରି ପିଏଫଆଇ ଏବଂ ଏହାର ସହଯୋଗୀ ସଂସ୍ଥାକୁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛନ୍ତି।

Also Read: Ban on PFI: କାହିଁକି ଲଗାଗଲା ପ୍ରତିବନ୍ଧକ? ଗୋଟିଏ ଗୋଟିଏ କରି କାରଣ ଦର୍ଶାଇଲା ଗୃହ ମନ୍ତ୍ରଣାଳୟ

ଜାତୀୟ ଅନୁସନ୍ଧାନ ଏଜେନ୍ସି () ଏନଆଇଏ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଇଡି ବ୍ୟତୀତ ଅନ୍ୟ ଏଜେନ୍ସି ପକ୍ଷରୁ ଗତ ସେପ୍ଟମ୍ବର ୨୨ ତାରିଖରେ ଦେଶର ୧୫ ରାଜ୍ୟରେ ପିଏଫଆଇ ଆଡ୍ଡା ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପିଏଫଆଇ  ଏବଂ ଏହା ସହ ଜଡିତ ସଂସ୍ଥା ବିରୋଧରେ ଅନେକ ପ୍ରମାଣ ପାଇଥିଲେ ଯାଞ୍ଚ ଏଜେନ୍ସି। ଏହା ପରେ କେନ୍ଦ୍ରୀୟ ଏଜେନ୍ସି ଦେଶର ଅନ୍ୟ ୯ ରାଜ୍ୟରେ ପିଏଫଆଇ ଆଡ୍ଡା ଉପରେ ଚଢାଉ କରିଥିଲେ। ପ୍ରଥମ ରାଉଣ୍ଡରେ ୧୦୬ ଏବଂ ଦ୍ୱିତୀୟ ରାଉଣ୍ଡରେ ହୋଇଥିବା ୨୪୭ ଲୋକଙ୍କୁ ଗିରଫ କିମ୍ବା ହେପାଜତକୁ ନିଆ ଯାଇଥିଲା ଯେଉଁମାନେ ପିଏଇଫଆଇ ସହ ଜଡ଼ିତ ରହିଥିଲେ। ଏହି ଚଢାଉ ସମୟରେ ଅନୁସନ୍ଧାନକାରୀ ସଂସ୍ଥା ପିଏଫଆଇ ବିରୋଧରେ ଦୃଢ ପ୍ରମାଣ ପାଇଥିଲେ। ଏହା ପରେ ଗୃହ ମନ୍ତ୍ରଣାଳୟ  ପିଏଫଆଇ ଏବଂ ଏହା ସହିତ ଜଡ଼ିତ ଅନ୍ୟ ୮ ସଂସ୍ଥା ଉପରେ  ନିଷେଧାଦେଶ ଜାରି କରିଛନ୍ତି। 

 

Read More
{}{}