Hindi News >>Home >>Odisha State

Student Strike: ଅଧ୍ୟକ୍ଷଙ୍କ ନିଲମ୍ବନ ଦାବି କରି କେନ୍ଦୁଝର ଜିସିଇ ଛାତ୍ର ଆନ୍ଦୋଳନ

ବିକ୍ଷୋଭ ସମୟରେ ଅଧକ୍ଷ ଦୁର୍ନୀତି କରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ତେବେ ଅଧ୍ୟକ୍ଷ କେଉଁ ପ୍ରକାର ଦୁର୍ନୀତି କରିଛନ୍ତି ଏବଂ କେଉଁ କାମରେ ଦୁର୍ନୀତି କରିଛନ୍ତି ତଥ୍ୟ ଦିଅ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ମାଗିବାରୁ କିଛି କହି ପାରିନଥିଲେ।

Advertisement
Student Strike: ଅଧ୍ୟକ୍ଷଙ୍କ ନିଲମ୍ବନ ଦାବି କରି କେନ୍ଦୁଝର ଜିସିଇ ଛାତ୍ର ଆନ୍ଦୋଳନ
Stop
Zee Odisha Desk|Updated: Aug 29, 2022, 04:01 PM IST

Student Strike: କେନ୍ଦୁଝର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଙ୍ଗ କଲେଜ (GCE ) ଛାତ୍ରଛାତ୍ରୀ ଅଧ୍ୟକ୍ଷ ତ୍ରିଲୋଚନ ସାହୁଙ୍କୁ (Trilochan Sahoo) ବଦଳି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ l ଛାତ୍ରଛାତ୍ରୀ ସହରର କାଳୀ ପଡିଆ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। 

ବିକ୍ଷୋଭ ସମୟରେ ଅଧକ୍ଷ ଦୁର୍ନୀତି କରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ତେବେ ଅଧ୍ୟକ୍ଷ କେଉଁ ପ୍ରକାର ଦୁର୍ନୀତି କରିଛନ୍ତି ଏବଂ କେଉଁ କାମରେ ଦୁର୍ନୀତି କରିଛନ୍ତି ତଥ୍ୟ ଦିଅ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ମାଗିବାରୁ କିଛି କହି ପାରିନଥିଲେ। ତେବେ କଲେଜର କିଛି ଅଧ୍ୟାପକ ମନୋଜ ସେନାପତି, ମୁକେଶ ଭାତରେ, ଦୟାନିଧି ଜେନା, ସୁଧାଂଶୁ ମିଶ୍ର ପ୍ରମୁଖ ଅଧ୍ୟାପକ ବିରୋଧରେ ଲକ୍ଷାଧିକ ଟଙ୍କାର ରିକୋଭାରୀ ପାଇଁ ଚିଠି ହେବା ପରେ ଏଭଳି ଛାତ୍ର ଆନ୍ଦୋଳନ କରାଯାଉଛି କି ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ ବି ଛାତ୍ରମାନେ ଚୁପ ରହିଥିଲେ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ନେଇ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ସେ ସରକାରୀ କଟକଣା ଯୋଗୁ ବ୍ୟାରେ ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ଓ ଅଭିଯୋଗର ଉତ୍ତରରେ ସେ କହିଥିଲେ ଯେ କଲେଜର ନିର୍ମାଣ କାର୍ଯ୍ୟ ଇଡକୋ କରୁଛି। ସେହିପରି ଛାତ୍ରଛାତ୍ରୀମାନେ ଖେଳ ପଡିଆ ଦାବି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ୩୩ ଏକର ଜମି କଲେଜକୁ ଦେଇଥିବା ବେଳେ ଇଣ୍ଡୋର ଷ୍ଟାଡିୟମ ପାଇଁ ୭ କୋଟି ଟଙ୍କା ଅନୁମୋଦନ ହୋଇଛି ବୋଲି ଗଣମାଧ୍ୟମ ଦସ୍ତାବିଜ ଦେଖାଇବା ବେଳେ ଛାତ୍ରଛାତ୍ରୀମାନେ ଚୁପ ରହିଥିଲେ। ସେହିପରି ଚଳିତ ବର୍ଷ ମୋଟ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ଲେସ ମେଣ୍ଟ କରାଯାଇଛି ବୋଲି ଗଣମାଧ୍ୟମ ତଥ୍ୟ ଦେବା ପରେ ଛାତ୍ରଛାତ୍ରୀମାନେ ଚୁପ ରହିଥିଲେ।

ତେବେ ବିଶ୍ବସ୍ତସୂତ୍ରରୁ ମିଳିଥିବା ଖବର ଅନୁସାରେ, କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିଂୟରିଂ ମହାବିଦ୍ୟାଳରେ ଉକ୍ତ ବିବାଦୀୟ ପ୍ରଫେସର ରମେଶ ମହାପାତ୍ରଙ୍କ ନେତୃ‌ତରେ ୪-୫ ଜଣ ସହକାରୀ ପ୍ରଫେସର ତଥା ଇଂ ମୁକେଶ ଭାତ୍ରେ, ଇଂ ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଏସ୍‌ଏସ୍‌ ଦାସ, ମନୋଜ ସେନାପତି, ସହକାରୀ ପ୍ରଫେସର ଉମାକାନ୍ତ ବେହେରାଙ୍କ ଭଳି କିଛି କର୍ମଚାରୀ ମିଶି ମହାବିଦ୍ୟାଳୟରେ ସବୁବେଳେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ବିଭିନ୍ନ ସମୟରେ ଛାତ୍ର ଆନ୍ଦୋଳନ କରାଇବା ସହିତ ଛାତ୍ରମାନଙ୍କ ଇଣ୍ଟରନାଲ ମାର୍କ କାଟିବା ନେଇ ଧମକ ଦେଇ ସେମାନଙ୍କୁ ଆନ୍ଦୋଳନରେ ସାମିଲ କରାଉଥିଲେ। ଏଥିନେଇ ସରକାରଙ୍କୁ ଏକାଧିକ ଥର ଗୁଇନ୍ଦା ରିପୋର୍ଟ ଯାଇଥିଲା। ଏମିତିକି ସରକାରୀ କର୍ମଚାରୀ ହୋଇ ବି ସବୁବେଳେ ସରକାରଙ୍କୁ ଅଡୁଆରେ ପକାଇବା ଭଳି କାର୍ଯ୍ୟ କରୁଥିଲେ । ଯେଉଁଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଏମାନଙ୍କ ବିରୋଧରେ ରିପୋର୍ଟ ଯାଇଥିଲା। ଫଳରେ ସରକାର ଗତକାଲି ପ୍ରଫେସର ରମେଶ ମହାପାତ୍ରଙ୍କୁ ରାତି ଅଧିଆ ବଦଳି କରି ଏହି ପ୍ରଫେସରଙ୍କୁ କେନ୍ଦୁଝର ଛାଡି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଆହୁରି ୪ରୁ ୫ ଜଣ ପ୍ରଫେସର ଏବଂ ସହକାରୀ ପ୍ରଫେସର ସରକାରଙ୍କ ସ୍କାନରରେ ରହିଥିବା ଜଣାଯାଇଛି।

Read More
{}{}