Hindi News >>Home >>Odisha National-International

Kedarnath Gaurikund Accident: କେଦାରନାଥରେ ଶ୍ରଦ୍ଧାଳୁ ଦୁର୍ଘଟଣାର ଶିକାର, ୩ ମୃତ

3 Pilgrims Dead In Landslide In Kedarnath: ଶ୍ରଦ୍ଧାଳୁମାନେ ଚାରଧାମ ଯାତ୍ରା କରୁଥିବା ସମୟରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅନେକ ଶ୍ରଦ୍ଧାଳୁ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରୁ କେଦାରନାଥ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ପାହାଡ ଫାଟି ଯାଇ ରାସ୍ତାରେ ବିରାଟ ପଥର ଖସି ପଡିଥିଲା। ଯେଉଁଥୂପାଇଁ ତିନିଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା।

Advertisement
Accident in Gaurikund
Stop
Zee Odisha Desk|Updated: Jul 21, 2024, 03:43 PM IST

Accident in Gaurikund: ଶ୍ରଦ୍ଧାଳୁମାନେ ଚାରଧାମ ଯାତ୍ରା କରୁଥିବା ସମୟରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅନେକ ଶ୍ରଦ୍ଧାଳୁ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରୁ କେଦାରନାଥ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ପାହାଡ ଫାଟି ଯାଇ ରାସ୍ତାରେ ବିରାଟ ପଥର ଖସି ପଡିଥିଲା। ଯେଉଁଥୂପାଇଁ ତିନିଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା। ଏବେ ଏହାର ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି।

ସେ କହିଛନ୍ତି ଯେ ପାହାଡରୁ ପଥର ଖସିଯିବା ଏବଂ ଭକ୍ତମାନେ ତଳେ ପୋତି ହୋଇଯିବା ବିଷୟରେ ସୂଚନା ପାଇବା ମାତ୍ରେ ଚାରଧାମ୍ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ  NDRF, DDR, YMF ଟିମ୍ ଘଟଣାସୁଳରେ ପଠାଯାଇଥିଲା।ସେଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଇଛି। ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେତୁ ଏହି ଦୁର୍ଘଟଣାର କାରଣ ଦର୍ଶାଯାଇଛି।SDRF ସୂତ୍ରରୁ ପ୍ରକାଶ ଯେ ଅଦ୍ୟାବଧି ତିନି ଭକ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଠ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଏବେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାନୁସାରେ, ଏହି ଭକ୍ତମାନେ କେଦାରନାଥ ଧାମକୁ ଦର୍ଶନ କରିବାକୁ ଯାଉଥିଲେ ଏବଂ ସକାଳେ  ଗୌରୀକୁଣ୍ଡରୁ ପାଦରେ ଯାତ୍ରା ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ମୃତ ବ୍ୟକ୍ତି ଜଣକ ନାଗପୁର (ମହାରାଷ୍ଟ୍ର) ର ୩୧ ବର୍ଷିୟ  କିଶୋର ଅରୁଣ ପାରାଟେ ଓ ୨୪ ବର୍ଷିୟ ସୁନୀଲ ମହାଦେବ କାଲେ  ଏବଂ ତିଲୱାରା (ରୁଦ୍ରପ୍ରୟାଗ) ର ଅନୁରାଗ ବିଷ୍ଟ ବୋଲି ଜଣାପଡିଛି।

ତେବେ ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଏବଂ ମୃତକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି କ୍ଷତି ସହିବାକୁ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Read More
{}{}