Hindi News >>Home >>Odisha National-International

'ସାର' ପାଇଁ ସାର୍ ନିଲମ୍ବିତ! କେନ୍ଦ୍ରମନ୍ତ୍ରୀଙ୍କ ସହ କରିଥିଲେ ଯୁକ୍ତିତର୍କ

ମୋଦି ସରକାରଙ୍କ ରାସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବାଙ୍କୁ ଶିକ୍ଷକ କୁଶଲ ପାଟିଲ, ସାରର ଅଭାବ ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ, ମୁଁ ଏବାଦରେ କିଛି କରିପାରିବି ନାହିଁ।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jun 27, 2022, 12:06 PM IST

 

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀଙ୍କ ସହ ଯୁକ୍ତିତର୍କ ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ସାରଙ୍କୁ ସାର ପାଇଁ ନିଲମ୍ବିତ କରାଯାଇଛି। ଏହି ଘଟଣାଟି କର୍ଣ୍ଣାଟକର ବିଦର ଜିଲ୍ଲାରେ ଘଟଛି। ନିଲମ୍ବିତ ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି ବିଦର ଜିଲ୍ଲାର ହେଡାପୁରା ଗ୍ରାମର କୁଶଲ ପାଟିଲ। କେନ୍ଦ୍ରମନ୍ତ୍ରୀଙ୍କ ସହ ଯୁକ୍ତିତର୍କର ରେକର୍ଡିଂ ଭାଇରାଲ କରିଥିବା ଅଭିଯୋଗରେ ଶିକ୍ଷା ବିଭାଗ ତାଙ୍କ କୁଶଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗୁରୁବାର କର୍ଣ୍ଣାଟକ ଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିରେ ଶିକ୍ଷକ କୁଶଲ ପାଟିଲଙ୍କୁ ନିଲମ୍ବିନ କରାଯାଇଥିବା ସୂଚନା ଦିଆଯାଇଛି। କିଛି ଦିନ ପୂର୍ବେ କୁଶଲ ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାରକୁ ନେଇ ଯୁକ୍ତିତର୍କ ହୋଇଥିଲା। ଗତ ସପ୍ତାହରେ ଏହାର ଦୁଇଟି ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ବିନା ଅନୁମତିରେ ଅଡିଓ ରେକର୍ଡ କରିବା ଓ ତାକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି।

Also Read: 'ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର'

ରିପୋର୍ଟ ଅନୁସାରେ, ମୋଦି ସରକାରଙ୍କ ରାସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବାଙ୍କୁ ଶିକ୍ଷକ କୁଶଲ ପାଟିଲ, ସାରର ଅଭାବ ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ, ମୁଁ ଏବାଦରେ କିଛି କରିପାରିବି ନାହିଁ। ଏହାସହ ସେ ରାଗି ଯାଇ ସାରକୁ ନେଇ ମିଥ୍ୟ ଖବର ପ୍ରଚାର କରୁଥିବା ଲୋକ କିଏ ବୋଲି ପଚାରିଥିଲେ। ଏହାସହ ରାଜ୍ୟକୁ ସାର ପଠାଯାଇଛି, ସ୍ଥାନୀୟ ବିଧାୟକଙ୍କୁ ପଚାର ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

 

ଅନ୍ୟପଟେ ଶିକ୍ଷକ କୁଶଲ ପାଟିଲ, ମନ୍ତ୍ରୀଙ୍କୁ ତାଙ୍କ ଅଞ୍ଚଳରେ ଭୋଟ ଭିକ୍ଷା ନେଇ ଆହ୍ୱାନ କରିବା ସହ ବିଦର ଲୋକସଭାରୁ କୌଣସି ନେତା ପୁନଃନିର୍ବାଚିତ ହେବେନାହିଁ ବୋଲି କହିଥିଲେ। ମନ୍ତ୍ରୀ ଏବଂ ଶିକ୍ଷକଙ୍କ ଏହି ବାର୍ତ୍ତାଳାପର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଇଓ ଏହାର ତଦନ୍ତ କରି ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲେ। ତେବେ ଲୋକପ୍ରିୟ ହେବା ପାଇଁ କୁଶଲ ପାଟିଲ ଅନାଧିକାରୀକ ଭାବେ ଅଡିଓ ଭାଇରାଲ କରିଥିରୁ ତାଙ୍କୁ ନଲମ୍ବିତ କରାଯାଇଥିବା ସମ୍ପୃକ୍ତ ବିଭାଗ କହିଛି।

Also Read: ଅଟକିଛି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି, ୩୦ ଟ୍ରିଲିୟନର ସ୍ୱପ୍ନ ଦେଖୁଛନ୍ତି ମୋଦିଙ୍କ ମନ୍ତ୍ରୀ

କୁଶଲ ପାଟିଲ କହିଛନ୍ତି ଯେ, ସୋ ଗୋଟିଏ କୃଷକ ପରିବାରୁ ଆସିଛନ୍ତି। ବର୍ତ୍ତମାନ କୃଷି କାର୍ଯ୍ୟ ଆରମ୍ଭ ହୋଇଛି ଆଉ କୃଷକମାନେ ସାର ପାଉନାହାନ୍ତି। ରାସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବାଙ୍କ ନିକଟକୁ ଯାଇ ସାର ସମସ୍ୟା ବିଷୟରେ ପ୍ରଶ୍ନ ପଚାରିବାର ଅଧିକାର ଅଛି, କାରଣ ସେମାନ ହିଁ ମନ୍ତ୍ରୀଙ୍କୁ ନିର୍ବାଚିତ କରିଛନ୍ତି। 

 

Read More
{}{}