Hindi News >>Home >>Odisha National-International

Karnataka: ପର୍ଦ୍ଦାଫାଶ ହେଲା ଆଇଏସଆଇଏସ ଟେରର ମୋଡ୍ୟୁଲ

Karnataka Police: ଏହି ମାମଲାରେ ତଦନ୍ତକୁ ଆଗେଇ ନେଇ ଶିବମୋଗା, ମାଙ୍ଗାଲୁରୁ ଏବଂ ତୀର୍ଥହଲ୍ଲୀ ଠାରେ ୧୧ ସ୍ଥାନରେ ଏହି ୩ ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରା ଯାଇଥିଲା। ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଅଧା ଜଳିଯାଇଥିବା ଜାତୀୟ ପତାକା ସମେତ କିଛି ବିବାଦୀୟ ଦସ୍ତାବିଜ ଜବତ କରିଛି।

Advertisement
 Karnataka: ପର୍ଦ୍ଦାଫାଶ ହେଲା ଆଇଏସଆଇଏସ ଟେରର ମୋଡ୍ୟୁଲ
Stop
Subhramjit Ray|Updated: Sep 23, 2022, 05:45 PM IST

ISIS Module Exposed: ରାଜ୍ୟରେ ଆଇଏସ୍ ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ଚାଞ୍ଚଲ୍ୟକର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ। ଏହି ମାମଲାରେ ଶିବମୋଗା ଜିଲ୍ଲାର ଏସପି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଏନେଇ ସିଟି ପୋଲିସ ଅଧୀକ୍ଷକ ଲକ୍ଷ୍ମୀ ପ୍ରସାଦଙ୍କ କହିବା ଅନୁସାରେ ଏହି ମାମଲାରେ ଗିରଫ ହୋଇଥିବା ଉଭୟ ଯୁବକ ଅତ୍ୟନ୍ତ କଟ୍ଟର ଥିଲେ। ସେମାନେ ଏହି ନୀତି ଅନୁସରଣ କରୁଥିଲେ, ବ୍ରିଟିଶ ସରକାରଙ୍କ ଠାରୁ ପାଇଥିବା ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ। ଯେତେବେଳେ ଭାରତରେ ଶରିୟା ଆଇନ ଲାଗୁ ହେବ ସେତେବେଳେ ଯାଇ ପ୍ରକୃତ ସ୍ୱାଧୀନତା ଉପଲବ୍ଧ ହେବ।

କର୍ଣ୍ଣାଟକ ପୋଲିସ (Karnataka Police) ସୂଚନା ଅନୁସାରେ ଏହି ମାମଲାରେ ଫେରାର ରହିଥିବା ମୁଖ୍ୟ ଅଭିଯୁକ୍ତ ଶାରିକ୍ ଜବୀଉଲ୍ଲାହକୁ ପ୍ରସ୍ତୁତ କରିଛନ୍ତି। ସେ ନିଜର ଉଦ୍ଦେଶ୍ୟ ପୂରଣ କରିବା ପାଇଁ  ପରୀକ୍ଷାମୂଳକ ଭିତ୍ତିରେ ବୋମା ବିସ୍ଫୋରଣରେ ତାଲିମ ନେଇଥିଲେ। ଏନେଇ ଅଭିଯୁକ୍ତ ଆମାଜନ ସପିଂ ସାଇଟ ଯୋଗେ ବୋମା ତିଆରି ସାମଗ୍ରୀ କିଣିବା ପରେ କେତେକ ବିସ୍ଫୋରଣ ଘଟାଇଥିଲେ।

ଗତ ଅଗଷ୍ଟ ୧୫ ତାରିଖରେ ବୀର ସାବରକର ପୋଷ୍ଟର ବିବାଦ ପରେ ଶିବମୋଗା ଜିଲ୍ଲାରେ ସୃଷ୍ଟି ହୋଇଥିଲା ହଙ୍ଗମା। ଏହି ସମୟରେ ଜଣେ ହିନ୍ଦୁ ଯୁବକ ପ୍ରେମ ସିଂହଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଶିବମୋଗା ଗ୍ରାମୀଣ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନ ବେଳେ ଶରିକ ନାମକ ଜଣେ ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଏହା ପରେ ତାହାର ସହଯୋଗୀ ମାଜ ଏବଂ ୟାସିନଙ୍କ ନାମ ସାମ୍ନାକୁ ଆସିଲା। ମାଙ୍ଗାଲୁରୁ ଗ୍ରାଫିଟି ମାମଲାରେ ଗିରଫ ହେବା ପରେ ମାଜ ଏବଂ ଶରିକ ୨୦୨୦ ରେ ଜେଲ ଯାଇଥିଲେ।

Also Read: Assam: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ୨ ସଦିଗ୍ଧ ଗିରଫ

ଜାମିନରେ ମୁକୁଳିବା ପରେ ସେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ISIS Terror Group) ଦ୍ୱାରା କରା ଯାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ (ISIS Terror Activity) ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲା। ଦେଶର ଏକତା, ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ବିପଦଗ୍ରସ୍ତ କରିବା ପାଇଁ ଅଭିଯୁକ୍ତ ଷଡଯନ୍ତ୍ର କରିଥିଲେ। ଏନେଇ ସେ ବିସ୍ଫୋରଣ ପାଇଁ ସାମଗ୍ରୀ ସଂଗ୍ରହ କରିବା ଏବଂ କ୍ରିପ୍ଟୋ କରେନ୍ସି ଜରିଆରେ ଦେୟ ପ୍ରଦାନ କରିବା ଆରମ୍ଭ କରିଥିଲା। ପୋଲିସ ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ଯେ ଏହି ଲୋକ ଦେଶର ଜାତୀୟ ପତାକା ମଧ୍ୟ ପୋଡ଼ିଛନ୍ତି।

ସୟଦ ୟାସିନ୍ PUC ପଢୁଥିଲା। ଯେତେବେଳେ ସେ ତାଙ୍କ ସହ ଅଧ୍ୟୟନ କରୁଥିବା ମାଜ ମୁନିର ଅହମ୍ମଦକୁ ଭେଟିଥିଲା, ମାଜ ମୁନିର ଅହମ୍ମଦଙ୍କ ମାଧ୍ୟମରେ ୟାସିନ ଶାରିକଙ୍କ ସହ ପରିଚିତ ହୋଇଥିଲେ। ଏହା ପରେ, ଯେତେବେଳେ ୟାସିନ୍ ମାଜଙ୍କୁ ଭେଟିଲେ, ସେ ଏବଂ ଶାରିକ୍ ୟାସିନଙ୍କ ସହ ଜିହାଦ୍ ବାବଦରେ କଥାବାର୍ତ୍ତା କରୁଥିଲେ। ପରେ ଶରିକ ଜିହାଦ ସହ ଜଡିତ ଫାଇଲ୍, ଭିଡିଓ, ଅଡିଓ ଏବଂ ଚରମପନ୍ଥ, ମୌଳବାଦ, ଆଇଏସ୍ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ଆତଙ୍କ ସମ୍ବନ୍ଧୀୟ ଲିଙ୍କ୍ ୟାସିନକୁ ଟେଲିଗ୍ରାମ, ସିଗନାଲ୍, ଇନଷ୍ଟାଗ୍ରାମ, ୱାୟାର, ଏଲିମେଣ୍ଟ ଇତ୍ୟାଦି ମେସେଞ୍ଜର ଆପ୍ ମାଧ୍ୟମରେ ପଠାଇବା ଆରମ୍ଭ କରିଥିଲା। 

Also Read: Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

 

ଏହି ମାମଲାରେ ତଦନ୍ତକୁ ଆଗେଇ ନେଇ ଶିବମୋଗା, ମାଙ୍ଗାଲୁରୁ ଏବଂ ତୀର୍ଥହଲ୍ଲୀ ଠାରେ ୧୧ ସ୍ଥାନରେ ଏହି ୩ ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରା ଯାଇଥିଲା। ଚଢାଉ ବେଳେ ୧୪ ମୋବାଇଲ ଏବଂ ଗୋଟିଏ ଡଙ୍ଗଲ ସହିତ ୨  ଲ୍ୟାପଟପ୍, ଗୋଟିଏ ପେନ୍ ଡ୍ରାଇଭ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଉଦ୍ଧାର କରାଯାଇଥିଲା। ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଅଧା ଜଳିଯାଇଥିବା ଜାତୀୟ ପତାକା ସମେତ କିଛି ବିବାଦୀୟ ଦସ୍ତାବିଜ ଜବତ କରିଛି।

Read More
{}{}