Hindi News >>Home >>Odisha National-International

Karnataka: ''ସହମତି ଭିତ୍ତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ', ଏହି ମନ୍ତବ୍ୟ ସହ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

Karnataka HC:  ଏହି ମାମଲାରେ ରାୟ ଶୁଣାଇ ଜଷ୍ଟିସ ଏମ.ନାଗପ୍ରସନ୍ନା କହିଛନ୍ତି ଯେ, ଏହି ମାମଲାରେ ଯୌନ ସମ୍ପର୍କର ସମ୍ମତି ଥରେ, ଦୁଇ ଥର, ତିନି ଥର କିମ୍ବା କିଛି ଦିନ ଏବଂ କିଛି ମାସ ପାଇଁ ନିଆ ଯାଇନଥିଲା। ଏହା ପାଞ୍ଚ ବର୍ଷ ପାଇଁ ଚାଲିଥିଲା। 

Advertisement
Karnataka: ''ସହମତି ଭିତ୍ତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ', ଏହି ମନ୍ତବ୍ୟ ସହ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ
Stop
Zee Odisha Desk|Updated: Mar 13, 2023, 06:44 PM IST

Karnataka High Court: ଦୁଷ୍କର୍ମ ସହ ଜଡ଼଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପ୍ରେମିକା ଦୁଷ୍କର୍ମ ଏବଂ ବିଶ୍ୱାସ ଘାତକତା କରିଥିବାର ଅଭିଯୋଗ କରିଥିଲେ। ଏହି ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିବା ପରେ ଅଦଲତ ପ୍ରେମିକାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୀଡ଼ିତା ପ୍ରେମିକା ଅଭିଯୋଗ କରିଛନ୍ତି ବିବାହ କାରଣରୁ ତାଙ୍କ ପ୍ରେମିକ ତାଙ୍କ ସହ ଶାରିରୀକ ସମ୍ବନ୍ଧ ରଖିଥିଲେ। ହେଲେ ପରେ ସେ ସମ୍ପର୍କ ଭାଙ୍ଗି ଦେଇଥିଲେ।

ଏହି ମାମଲାରେ ରାୟ ଶୁଣାଇ ଜଷ୍ଟିସ ଏମ.ନାଗପ୍ରସନ୍ନା କହିଛନ୍ତି ଯେ, ଏହି ମାମଲାରେ ଯୌନ ସମ୍ପର୍କର ସମ୍ମତି ଥରେ, ଦୁଇ ଥର, ତିନି ଥର କିମ୍ବା କିଛି ଦିନ ଏବଂ କିଛି ମାସ ପାଇଁ ନିଆ ଯାଇନଥିଲା। ଏହା ପାଞ୍ଚ ବର୍ଷ ପାଇଁ ଚାଲିଥିଲା। ଏଭଳି ପରିସ୍ଥିତିରେ କୁହାଯାଇ ପାରିବ ନାହିଁ ଯେ ପାଞ୍ଚ ବର୍ଷ ଧରି ପ୍ରେମିକାଙ୍କ ବିନା ଅନୁମତିରେ ତାଙ୍କ ପ୍ରେମିକ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା।

କୋର୍ଟ କହିଛନ୍ତି ଯେ, "ବେଶ ଲମ୍ବା ସମୟ ଧରି  ସମ୍ପର୍କରେ ରହିବା ଏବଂ ଏହି ସମୟ ମଧ୍ୟରେ ଉଭୟଙ୍କ ସମ୍ପର୍କ ଆଧାରରେ ଏହାକୁ ୩୭୫ ଏବଂ ୩୭୬ ଅଧୀନରେ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ। ଆଇପିସି ଧାରା ୩୭୫ ଅନୁଯାୟୀ ଯଦି ଜଣେ ମହିଳାଙ୍କ ବିନା ସମ୍ମତିରେ ରଖାଯାଉଥିବା ଶାରିରୀକ ସମ୍ପର୍କକୁ ଦୁଷ୍କର୍ମ ଭାବରେ ବିବେଚନା କରେ ଏବଂ ଧାରା ୩୭୬ ଅନୁଯାୟୀ ଏହି ମାମାଲାରେ ଦଣ୍ଡ କରିବାର ବ୍ୟବସ୍ଥା ରହିଛି। 

ବେଙ୍ଗାଲୁରୁର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ୫ ବର୍ଷ ଧରି ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣି ଅପରାଧିକ ମାମଲା ଦାଏକ କରିଥିଲେ। ପ୍ରେମିକ ଜଣଙ୍କ ସିଭିଲ କୋର୍ଟ ଏବଂ ସେସନ୍ସ କୋର୍ଟ ଠାରେ ତାଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ। ଖବର ଅନୁଯାୟୀ, ଅଭିଯୋଗକାରୀ ଏବଂ ସେ ୫ ବର୍ଷ ଧରି ସମ୍ପର୍କରେ ରହିଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ହେଲେ ଜାତିଗତ ପାର୍ଥକ୍ୟ କାରଣରୁ ତାହା କରିପାରି ନଥିଲେ।

ବିଚାରପତି କହିଛନ୍ତି ଯେ କେବଳ ଆର୍ଥିକ କାରବାର ଆଇପିସି ଧାରା ୪୦୬ ଅନୁଯାୟୀ ଅପରାଧିକ ପ୍ରତାରଣାର ମାମଲା ହେବ ନାହିଁ। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଧାରା ୩୨୩ (ଗୁରୁତର ଆକ୍ରମଣ) ଏବଂ ଧାରା ୫୦୬ (ଅପରାଧିକ ଧମକ) ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଏହି ଅପରାଧ ପାଇଁ ବିଚାରର  ସାମ୍ନା କରିବାକୁ ପଡ଼ିପାରେ। 

Read More
{}{}