Hindi News >>Home >>Odisha National-International

OLA Auto: ବନ୍ଦ ହେଲା ଓଲା ଅଟୋ ସେବା, କଣପାଇଁ କିଏ ବନ୍ଦ କଲା ଜାଣନ୍ତୁ

ଏହି ସେବା ବନ୍ଦ କରିବାକୁ ଆଗାମୀ ୩ ଦିନ ସମୟ ଦିଆଯାଇଛି। ଖବର ଅନୁଯାୟୀ, ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟ ଟେକ୍ନୋଲୋଜି ଆକ୍ଟ 2016 ଅନୁଯାୟୀ ଏଗ୍ରିଗେଟର୍ସ ଦ୍ୱାରା ପରିଚାଳିତ ଅଟୋ ସେବାକୁ ବିଭାଗ ବେଆଇନ ବୋଲି କହିଛି।

Advertisement
OLA Auto: ବନ୍ଦ ହେଲା ଓଲା ଅଟୋ ସେବା, କଣପାଇଁ କିଏ ବନ୍ଦ କଲା ଜାଣନ୍ତୁ
Stop
Prabhudatta Moharana|Updated: Oct 07, 2022, 08:33 PM IST

OLA Auto:  ବେଙ୍ଗାଲୁରୁ: ଦେଶରେ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ତୁଲାଇଛି ଓଲା। ଚୁଟକିରେ ସେବା ଯୋଗାଇ ଦେଉଥିବା ଓଲା ପାଇଁ କିନ୍ତୁ ଆସିଛି ଦୁଃଖଦ ଖବର। କର୍ଣ୍ଣାଟକ ସରକାର ରାଜ୍ୟରେ ଓଲା ଅଟୋ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 

ଉକ୍ତ ବିଜ୍ଞପ୍ତିରେ ବିଭାଗ ପକ୍ଷରୁ କୁହାଯାଇଛି କି ଅଟୋ ସେବା ବନ୍ଦ ହେବା ଉଚିତ। ଏପରିକି ଏହି ସେବା ଦ୍ୱାରା ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦର ଠାରୁ ଅଧିକ ଦର ଦାବି ହେଉଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ସେବା ବନ୍ଦ କରିବାକୁ ଆଗାମୀ ୩ ଦିନ ସମୟ ଦିଆଯାଇଛି। ଖବର ଅନୁଯାୟୀ, ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟ ଟେକ୍ନୋଲୋଜି ଆକ୍ଟ 2016 ଅନୁଯାୟୀ ଏଗ୍ରିଗେଟର୍ସ ଦ୍ୱାରା ପରିଚାଳିତ ଅଟୋ ସେବାକୁ ବିଭାଗ ବେଆଇନ ବୋଲି କହିଛି।

ଖବର ଅନୁଯାୟୀ, ଯାତ୍ରୀମାନେ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ କମ୍ପାନୀଗୁଡିକ ସର୍ବନିମ୍ନ ଶହେ ଟଙ୍କା ବେସ୍ ଭଡା ଭାବରେ ଚାର୍ଜ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ଅଟୋ ଡ୍ରାଇଭରମାନେ ପ୍ରଥମ ଦୁଇ କିଲୋମିଟର ପାଇଁ ୩୦ ଟଙ୍କା ଏବଂ ତା’ପରେ କିଲୋମିଟର ପିଛା ୧୫ ଟଙ୍କା ଧାର୍ଯ୍ୟ କରିବାକୁ ଯୋଗ୍ୟ ଅଟନ୍ତି।

ରାଜ୍ୟ ପୋଲିସ କର୍ତ୍ତୃପକ୍ଷ କହିଛନ୍ତି ଯେ କେବଳ ଟ୍ୟାକ୍ସି ପାଇଁ ନିୟମ ପ୍ରଯୁଜ୍ୟ ଥିବାରୁ ଓଲା ଅଟୋ ଚାଳକମାନେ ଗାଡ଼ି ଚଳାଇବାକୁ ଯୋଗ୍ୟ ନୁହଁନ୍ତି। ଓଲା ଅନୁଯାୟୀ, ରାଇଡ୍-ହେଲିଙ୍ଗ୍ ୟୁନିକର୍ଣ୍ଣ କହିଛି ଯେ ଅପରେସନ୍ ସାଧାରଣ ଭାବରେ ଚାଲିବ। ତେବେ ଆନୁଷ୍ଠାନିକ ଭାବେ କମ୍ପାନୀ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି।

ତେବେ ଏହି ଚାଳକମାନଙ୍କ ସେବାକୁ ବେଆଇନ ଘୋଷଣା କରିବାରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଦୁଇ ଦୁଇ ଥର ଏହି ଚାଳକଙ୍କୁ ବେଆଇନ ବୋଲି ଘୋଷଣା କରାଯାଇଛି। ୨୦୧୬ ମସିହା ଓ ପରେ ୨୦୧୯ ମସିହାରେ ସରକାର ଏମାନଙ୍କୁ ଘୋଷଣା କରିଥିଲେ। 

ସୂଚନା ଦେଇ କର୍ଣ୍ଣାଟକର ପରିବହନ ବିଭାଗ, କମିଶନର୍, ସଡକ ପରିବହନ ଏବଂ ସୁରକ୍ଷା ବିଭାଗ, ରାପିଡୋ ଅଟୋ-ରିକ୍ସା ସେବା ଏଗ୍ରିଗେଟର୍ସଙ୍କୁ ଦେଇଥିବା ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି ରାପିଡୋ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଯୋଗାଇ ଦିଆଯାଉଥିବା ସେବା ନିୟମର ପରିଧି ମଧ୍ୟରେ ରହିଛି। ଏହା କୌଣସି ପ୍ରକାର ନିୟମ ଉଲ୍ଲଂଘନ କରିନାହିଁ। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମଧ୍ୟ ଆମର ହସ୍ତଗତ ହୋଇଛି। ଆମେ ମଧ୍ୟ ଏହାର ଜବାବ ରଖିଛୁ। ଧାର୍ଯ୍ୟ ଦର ଠାରୁ ଅଧିକ ଅର୍ଥ ନେଉଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟ। ଆମେ ଆମର ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ଦର ନେଉଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦର ଅନୁଯାୟୀ ଆମେ ଗ୍ରାହକଙ୍କ ଠାରୁ ଦର ନେଉଛୁ। ରାପିଡ଼ୋ ତାର ଗ୍ରାହକଙ୍କ ଠାରୁ କୌଣସି ପ୍ରକାରର ଅତ୍ୟାଧିକ ଦର ଦାବି କରୁନାହିଁ ବୋଲି ରାପିଡ଼ୋ ପକ୍ଷରୁ ସ୍ପଷ୍ଟିକରଣରେ କୁହାଯାଇଛି। 

ରାପିଡ଼ୋ ମୁଖପାତ୍ର ଆହୁରି ମଧ୍ୟ କହିଛି ଯେ, ବେଙ୍ଗାଲୁରୁରେ ନିୟମ ଅନୁଯାୟୀ ରାପିଡ଼ୋ ତାର ସେବା ଜାରି ରଖିବ। ଯଦି ବି କୌଣସି ମିଥ୍ୟା ଖବର ଗୁଜବ ହୋଇଛି ତାହା ନିଶ୍ଚିତ ପକ୍ଷେ ଅମାନବୀୟ ତଥା ବିରକ୍ତିକର ଘଟଣା ବୋଲି ରାପିଡୋ ପକ୍ଷରୁ କୁହାଯାଇଛି। 

{}{}