Hindi News >>Home >>Odisha National-International

ଓଡ଼ିଶା ବାଟରେ କର୍ଣ୍ଣାଟକ! କ୍ୟାମେରା ଉପରେ ୧୨ ଘଣ୍ଟା ବି ଲାଗିଲାନି କଟକଣା

ସରକାରୀ କାର୍ଯ୍ୟାଳୟରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ଉପରେ ଲାଗିଥିବା କଟକଣାକୁ କର୍ଣ୍ଣାଟକ ସରକାର ପ୍ରତ୍ୟାହୃତ କରିନେଇଛନ୍ତି। ପୂର୍ବ ନିର୍ଦ୍ଦେଶନାମା ଅନୁସାରେ କୌଣସି ବାହାର ବ୍ୟକ୍ତି ସରକାରୀ କର୍ଯ୍ୟାଳୟରେ  କାମ ସମୟରେ ଫଟୋ ଉଠାଇ ପାରିବେ ନାହିଁ କି ଭିଡିଓ କରିପାରିବେ ନାହିଁ।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jul 16, 2022, 07:33 AM IST

ବେଙ୍ଗାଲୁରୁ: ଓଡ଼ିଶା ବାଟରେ କର୍ଣ୍ଣାଟକ ସରକାର! କ୍ୟାମେରା ଉପରେ ୧୨ ଘଣ୍ଟା ବି ଲାଗିଲାନି କଟକଣା। ନିୟମ ଲାଗୁ କରିବାର ଦିନକ ପୂର୍ବରୁ କଟକଣାକୁ ସରକାର ପ୍ରତ୍ୟାହାର କରିଛନ୍ତି। ସରକାରୀ ଅନୁଷ୍ଠାନରେ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି ହୋଇପାରିବ ନାହିଁ ବୋଲି ଶୁକ୍ରବାର କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।

ସରକାରୀ କାର୍ଯ୍ୟାଳୟରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ଉପରେ ଲାଗିଥିବା କଟକଣାକୁ କର୍ଣ୍ଣାଟକ ସରକାର ପ୍ରତ୍ୟାହୃତ କରିନେଇଛନ୍ତି। ପୂର୍ବ ନିର୍ଦ୍ଦେଶନାମା ଅନୁସାରେ କୌଣସି ବାହାର ବ୍ୟକ୍ତି ସରକାରୀ କର୍ଯ୍ୟାଳୟରେ  କାମ ସମୟରେ ଫଟୋ ଉଠାଇ ପାରିବେ ନାହିଁ କି ଭିଡିଓ କରିପାରିବେ ନାହିଁ। କିନ୍ତୁ ବିରୋଧିଙ୍କ ତୀବ୍ର ବିରୋଧ ପରେ ସରକାର ଦିନକୁ ପୂର୍ବରୁ କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି। ବିଭାଗୀୟ ଦୁର୍ନୀତିକୁ ଲୁଚାଇବା ପାଇଁ ବିଜେପି ସରକାର କ୍ୟାମେରା ଉପରେ କଟକଣା ଲଗାଇଥିବା ବିରୋଧ ଦଳ ଅଭିଯୋଗ କରିଥିଲା।

Also Read: ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ ୫ ମୃତ, ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଶୁକ୍ରବାର କର୍ଣ୍ଣାଟକ DPAR ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ସରକାରୀ କାର୍ଯ୍ୟାଳୟରେ କୌଣସି ବାହାର ଲୋକ ଫଟୋ ଉଠାଇବେ ନାହିଁ କି ଭିଡିଓ କରିବେ ନାହିଁ। ଏପରି କରିବା ଦ୍ୱାରା ସରକାରୀ କାମରେ ବ୍ୟାହତ ହେବା ସହ ମହିଳା କର୍ମଚାରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟ କର୍ମଚାରୀ ସଙ୍ଘର ଅନୁରୋଧ କ୍ରମେ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। ଫଟୋ ଓ ଭିଡ଼ିଓର ଦୁରୁପଯୋଗ ହେଉଥିବା ସଙ୍ଘ ଦାବି କରିଥିଲା।

ନିକଟରେ କର୍ଣ୍ଣାଟକରେ ଅନେକ ସରକାରୀ ଅଧିକାରୀ, କର୍ମଚାରୀ ଓ ନେତା ମନ୍ତ୍ରୀ ଲାଞ୍ଚ ନେଇ କ୍ୟାମେରା ସାମନାରେ ଧରାପଡିଛନ୍ତି। ଭିଡିଓ ମଧ୍ୟ ଭାଇରାଲ ହୋଇଛି। ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ସାମ୍ବାଦିକଙ୍କୁ ଅଟକାଇବାକୁ ପୂର୍ଣ୍ଣ ବ୍ୟବସ୍ଥା ଥିଲା। ଏହି ପ୍ରସଙ୍ଗ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ପ୍ରିୟଙ୍କ ଖାଡଗେ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହି କଟକଣା ଦ୍ୱାରା ବିଜେପିର ୪୦ ପ୍ରତିଶତ ଲୋକଙ୍କୁ ଦୁର୍ନୀତି କରିବାରେ ସୁବିଧା ହେବ।

Also Read: NIRF India Ranks 2022: ଶୀର୍ଷରେ ଏହି ସବୁ ଶିକ୍ଷାନୁଷ୍ଠାନ, ଲିଷ୍ଟରେ ନାହିଁ ଓଡ଼ିଶାର ନାମ

ଗତ ସପ୍ତାହରେ ଠିକ୍ ସମାନ ମାମଲା ଓଡିଶାରେ ଘଟିଥିଲା। ରାଜ୍ୟର ଏକାଧିକ ଜିଲ୍ଲାର ଶିକ୍ଷାନୁଷ୍ଠାନରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ ଲଗାଇଦିଆଯାଇଥିଲା। କ୍ଲାସ ସମୟରେ କୌଣସି ସାମ୍ବାଦିକ ଶ୍ରେଣୀ କକ୍ଷକୁ ଯାଇ ପାରିବେ ନାହିଁ ବୋଲି ଡିଇଓମାନେ ନିର୍ଦ୍ଦେଶନାମା ଜାରି କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ଏହା ସପକ୍ଷରେ ଯୁକ୍ତି ବାଢିଥିଲେ। ଲୋକଙ୍କ ବିରୋଧ ପରେ କଟକଣା ପ୍ରତ୍ୟାହାର କରାଯାଇଛି। ସରକାର ଶିକ୍ଷା ବିଭାଗର ଦୋଷ ତ୍ରୁଟି ଲୁଚାଇବାକୁ ଏପରି ନିୟମ ଆଣୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

 

 

 

 

 

 

Read More
{}{}