Hindi News >>Home >>Odisha National-International

Hookah Ban: ଏଣିକି ହୁକ୍କା ଟାଣିଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ!

Hookah Ban: ବ୍ୟାନ୍ ହେଲା ହୁକ୍କା । ଏଣିକି ଆଉ ହୁକ୍କା ଟାଣିପାରିବେନି ଲୋକେ । ହୁକ୍କା ଉତ୍ପାଦନର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିରେ ରଖି ଏପରି ଘୋଷଣା କରାଯାଇଛି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 08, 2024, 01:29 PM IST

Hookah Ban in karnataka: ବ୍ୟାନ୍ ହେଲା ହୁକ୍କା । ଏଣିକି ଆଉ ହୁକ୍କା ଟାଣିପାରିବେନି ଲୋକେ । ହୁକ୍କା ଉତ୍ପାଦନର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିରେ ରଖି ଏପରି ଘୋଷଣା କରାଯାଇଛି ।

ଖବର ଅନୁଯାୟୀ, ହୁକ୍କା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି କର୍ଣ୍ଣାଟକ ସରକାର । ସାର୍ବଜନୀନ ସ୍ବାସ୍ଥ୍ୟ ଓ ଯୁବପିଢିଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ଏହି ନିଷେଧାଦେଶ ଜାରି କରିଛନ୍ତି । ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ (Dinesh Gundu Rao) ସୂଚନା ଦେଇଛନ୍ତି ।  ନିଜ ସୋସିଆଲ ମିଡିଆ ଏକ୍ସ (X)ରେ ପୋଷ୍ଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି, ‘ହୁକ୍କା ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ । ଏହି ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକା, ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ’ । ସେ ଆହୁରି କହିଛନ୍ତି, ‘କର୍ଣ୍ଣାଟକରେ ସରକାର ହୁକ୍କା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଆଗାମୀ ଭବିଷ୍ୟତ ପିଢି ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ନିରାପଦ ତଥା ସୁସ୍ଥ ପରିବେଶ ଗଠନ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି’ ।

ରାଜ୍ୟ ସରକାରଙ୍କ ଆଦେଶରେ କୁହାଯାଇଛି, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଓଟିପିଏ (ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩), ଶିଶୁ ଯତ୍ନ ଏବଂ ସୁରକ୍ଷା ଆଇନ ୨୦୧୫, ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ଅଧିନିୟମ ୨୦୦୬, କର୍ଣ୍ଣାଟକ ପଏଜନ୍‌ (ସଂରକ୍ଷଣ ଏବଂ ବିକ୍ରୟ) ନିୟମ ୨୦୧୫ ଏବଂ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ମାମଲା ରୁଜୁ କରାଯିବ। ସରକାରଙ୍କ କହିବାଅନୁଯାୟୀ , ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି । ସରକାରୀ ଆଦେଶ ଅନୁଯାୟୀ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି, କିଭଳି ୪୫ ମିନିଟର ହୁକ୍କା ଧୂମପାନ ୧୦୦ ସିଗାରେଟ୍ ଟାଣିବା ସହିତ ସମାନ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ସେପଟେ ସେପ୍ଟେମ୍ବର ୨୦୨୩ରେ କର୍ଣ୍ଣାଟକ ସରକାର ସହ ତମାଖୁ ଉପରେ ମଧ୍ୟ କିଛି ନୟମ ଆଣିଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୮ ବର୍ଷ ବୟସରୁ କମ୍‌ ଥିବା ନାବାଳକ-ନାବାଳିକା ତମାଖୁ ସେବନ କରିପାରିବେ ନାହିଁ ବୋଲି କୁହାଯାଇଥିଲା। ହେଲେ ଏହାକୁ ପୁଣି ସଂଶୋଧନ କରାଯାଇ ୨୧ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ୨୧ ବର୍ଷ ଯାଏଁ ଯୁବକ ଯୁବତୀମାନେ ତମାଖୁ ସେବନ କରିପାରିବେ ନାହିଁ । ଗତବର୍ଷ ହରିୟାଣା ସରକାର ମଧ୍ୟ ସମାନ ପଦକ୍ଷେପ ନେଇଥିଲା । ସାରା ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକମାନଙ୍କ ହୁକ୍କା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ।

Also Read- Repo Rate: ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

Read More
{}{}