Hindi News >>Home >>Odisha National-International

karnataka Election: କିଏ ସେ ଜ୍ୟୋତିଷ? ଯିଏ କର୍ଣ୍ଣାଟକରେ କଂଗ୍ରେସ ବିଜୟ ନେଇ କରିଥିଲେ ଆଗୁଆ ଭବିଷ୍ୟବାଣୀ

karnataka Election Prediction: ବହୁ ଜନମତ ସହ କର୍ଣ୍ଣାଟକରେ ବିଜେପି ହାତରୁ ଶାସନ କ୍ଷମତା ଛଡ଼ାଇ ନେଇଛି କଂଗ୍ରେସ  । ଶାସକ ବିଜେପିକୁ ମାତ ଦେଇ ଦୀର୍ଘ ୫ ବର୍ଷ ପରେ କର୍ଣ୍ଣାଟକରେ ପୁଣି କ୍ଷମତାକୁ ଫେରିଛି ବିରୋଧୀ କଂଗ୍ରେସ । କର୍ଣ୍ଣାଟକରେ କଂଗ୍ରେସର ବିଜୟ ନେଇ ଜଣେ ଜ୍ୟୋତିଷ ବହୁ ପୂର୍ବରୁ କହିଥିଲେ, ଯାହାର ପରିଣାମ ବାସ୍ତବରେ ଦେଖିବାକୁ ମିଳିଛି । ରୁଦ୍ର କରଣ ପ୍ରତାପ ନାମକ ଜଣେ ଜ୍ୟୋତିଷ ଏଭଳି ଭବିଷ୍ୟବାଣୀ କରିଥିଲେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 14, 2023, 03:22 PM IST

karnataka Election: ଜନମତରେ ଜୟ ଲାଭ କଲା ହାତ।  ବହୁମତ ସହ କର୍ଣ୍ଣାଟକର (karnataka Election) କିଙ୍ଗ ହେଲା କଂଗ୍ରେସ (Congress) । ବିଜେପି ହାତରୁ ଶାସନ କ୍ଷମତା ଛଡ଼ାଇ ନେଇ ବାଜି ମାରିଛି ହାତ । ବିପୁଳ ଜନମତ ସହ କର୍ଣ୍ଣାଟକର ଶାସନ ଗାଦି ସମ୍ଭାଳିବି କଂଗ୍ରେସ । ଶାସକ ବିଜେପିକୁ ମାତ ଦେଇ ୫ ବର୍ଷ ପରେ କର୍ଣ୍ଣାଟକରେ ପୁଣି କ୍ଷମତାକୁ ଫେରିଛି ବିରୋଧୀ କଂଗ୍ରେସ (congress) । ତେବେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଏବେ ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ ଚର୍ଚ୍ଚାରେ। ପୂର୍ବରୁ ତାଙ୍କ ଭବିଷ୍ୟବାଣୀ ଏବେ ବାସ୍ତବରେ ପରିଣତ ହୋଇଛି । ଜ୍ୟୋତିଷ ରୁଦ୍ର କରଣ ପ୍ରତାପ ଏଭଳି ଭବିଷ୍ୟବାଣୀ କରିଥିଲେ । ରୁଦ୍ର କରଣ ପ୍ରତାପ ପ୍ରଥମେ ଗତ ମାର୍ଚ୍ଚ ମାସ ୩ ତାରିଖରେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ନେଇ କହିଥିଲେ ପୁନଃର୍ବାର ଗତ ଏପ୍ରିଲ ମାସରେ ସମାନ କଥା ଦୋହରାଇଥିଲେ । ଆଗାମୀ ଦିନରେ କଂଗ୍ରେସ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସେ ଟ୍ବଇଟ କରିଥିଲେ । ତେବେ ଜ୍ୟୋତିଷ ରୁଦ୍ରଙ୍କ ଏହି ଭବିଷ୍ୟବାଣୀ ଏବେ ସତ ହୋଇଛି । କର୍ଣ୍ଣାଟକରେ କଂଗ୍ରେସର ସରକାର ଗଢ଼ିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ୨୨୪ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନରୁ କଂଗ୍ରେସ ୧୩୮ଟି ଆସନ ହାତେଇ ଥିବା ବେଳେ ବିଜେପି ୬୨ଟି ଆସନରେ ସନ୍ତୁଷ୍ଟ ହୋଇଛି । ସେପଟେ ବିଜୟ ନେଇ ରାଜ୍ୟ ପିସିସି କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀଙ୍କ ସେଲିବ୍ରେସନ ଆରମ୍ଭ ହୋଇଛି । ସେପଟେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ରାଜ୍ୟ କଂଗ୍ରେସ ସଭାପତି ଡ଼ି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମଧ୍ଯରୁ ଜଣଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ପୁଅ ଯତୀନ୍ଦ୍ର ସିଦ୍ଦରମୈୟା ଦାବି କରିଛନ୍ତି । ସେପଟେ ନିର୍ବାଚନ ହାରିବା ପରେ ଏହାର କାରଣ ନେଇ ଅନୁଧ୍ଯାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ (Basavaraj Bommai) କହିଛନ୍ତି ।

ସେପଟେ ତେବେ ଶନିବାର ପ୍ରଧାମମନ୍ତ୍ରୀ ମୋଦି ଟ୍ବଇଟ କରି କଂଗ୍ରେସକୁ ବିଜୟ ନେଇ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ବଇଟ କରି ଲେଖିଛନ୍ତି ଯେ, “ଲୋକଙ୍କ ଆକାଂକ୍ଷା ପୂରା କରିବା ପାଇଁ ଆପଣଙ୍କୁ ମୋର ଅଭିନନ୍ଦନ । ମୁଁ ସେହି ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ କର୍ଣ୍ଣାଟକ ନିର୍ବାଚନରେ ଆମର ସମର୍ଥନ କରିଛନ୍ତି” । ମୁଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କଠୋର ପରିଶ୍ରମକୁ ପ୍ରଶଂସା କରୁଛି । ଆମେ ଆଗାମୀ ସମୟରେ ଆହୁରି ଉତ୍ସାହର ସହ କର୍ଣ୍ଣାଟକର ସେବା କରିବୁ” । ତେବେ କର୍ଣ୍ଣାଟକରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପ୍ରେସମିଟ୍ କରି ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ରାହୁଲ ଗାନ୍ଧୀ (Rahul Gandhi) । ବିରୋଧୀଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ, “ରାଜ୍ୟରେ ସେହ୍ନର ବିଜୟ ଓ ଘୃଣାର ପରାଜୟ ହୋଇଛି । ଆମେ ଗରିବର ମୁଦ୍ଦା ଉପରେ ଲଢିଲୁ, ସେହ୍ନ ଆଉ ପ୍ରେମର ସହ ଏହି ଲଢେଇ ଲଢିଲୁ । କର୍ଣ୍ଣାଟକର ଜନତା ଆମକୁ ଦେଖାଇଦେଲେ ଯେ, ଏ ଦେଶକୁ ସେହ୍ନ ଭଲ ଲାଗେ । ସେ ଆଉ ମଧ୍ଯ କହିଥିଲେ ଯେ, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି । ତେବେ ଶନିବାର ରାହୁଲ କ୍ୟାବନେଟରେ ଜନତାଙ୍କୁ ଦିଆଯାଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି କହିଛନ୍ତି” ।

କଣ ଥିଲା ସେହି କଂଗ୍ରେସର ପ୍ରତିଶ୍ରୁତି

୧-ରାଜ୍ୟ ସଡ଼କ ପରିବହନରେ ମହିଳାଙ୍କୁ ମାଗଣା ଯାତ୍ରା

୨- ମହିଳାଙ୍କୁ ବେରୋଜଗାର ଭତ୍ତା ପ୍ରଦାନ ସହ ପ୍ରତି ପରିବାରର ମହିଳା ମଖ୍ୟଙ୍କୁ ମାସିକ ୨ ହଜାର ଲେଖାଏଁ  ଭତ୍ତା ପ୍ରଦାନ ।

୩- ନାଇଟ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଲେଖାଏଁ ବିଶେଷ ଭତ୍ତା ସହ ସତ୍ତାକୁ ଫେରିବାର ବର୍ଷେ ଭିତରେ ଶାସକ ବିଜେପି ଦ୍ବାରା ପାରିତ ଜନ ବିରୋଧୀ ଆଇନକୁ ରଦ୍ଦ କରିବା।

୪- ରାଜ୍ୟବାସୀଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ସହ ଅନ୍ନଭାଗ୍ୟ ଯୋଜନାରେ ୧୦ କିଲୋ ଚାଉଳ, ୫ ବର୍ଷ ପାଇଁ କିଶାନ କଲ୍ୟାଣ ପାଇଁ ଦେଢ ଲକ୍ଷ ଟଙ୍କା, ଫସଲରେ କ୍ଷତି ପାଇଁ ଚାଷୀଙ୍କୁ ୫ ହଜାର କୋଟି ଟଙ୍କା ପ୍ରଦାନ ।

୫- ନୂଆ ଶିକ୍ଷା ନୀତି ରଦ୍ଦ  ।

 

 

 

 

 

 

{}{}