Hindi News >>Home >>Odisha National-International

Kabul Blast: ଥରି ଉଠିଲା କାବୁଲ, ୫ ମୃତ

ତେବେ ଏହି ବୋମା ମାଡ଼ କିଏ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। 

Advertisement
Kabul Blast: ଥରି ଉଠିଲା କାବୁଲ, ୫ ମୃତ
Stop
Prabhudatta Moharana|Updated: Oct 05, 2022, 06:15 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଯେବେଠାରୁ ତାଲିବାନ ତାର ନିଜ ଅକ୍ତିଆରକୁ ନେଇଛି କ୍ରମାଗତ ଭାବେ ବିଭିନ୍ନ ପ୍ରକାର ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଏହି କ୍ରମରେ ଆଜି ଅପରାହ୍ଣରେ କାବୁଲ ସହରରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଆଫଗାନିସ୍ତାନର ଗୃହମନ୍ତ୍ରାଳୟ ନିକଟରେ ଥିବା ଏକ ମସଜିଦରେ ହୋଇଥିବା ଜଣାପଡ଼ିଛି। ଏହି ବୋମାମାଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫାଇ ଟାକୋର କହିଛନ୍ତି ଯେ ବିସ୍ଫୋରଣ ଚାଲିଥିବା ବେଳେ ମସଜିଦରେ ପ୍ରାର୍ଥନା କରାଯାଉଥିବାରୁ ତଦନ୍ତ ଜାରି ରହିଛି। ତେବେ ଏହି ବୋମା ମାଡ଼ କିଏ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। 

 

Read More
{}{}