Hindi News >>Home >>Odisha National-International

Communal Clash Before Mahashivratri: ମହାଶିବରାତ୍ରୀ ପୂର୍ବରୁ ସାମ୍ପ୍ରଦାୟିକ ସଂଘର୍ଷ, ୧୪୪ ଧାରା ଜାରି

Palamu Communal Clash: ଝାଡଖଣ୍ଡ ପାଲାମୁ ଜିଲ୍ଲାର ପନକୀ ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବେଳେ ମାରପିଟ ମଧ୍ୟ ହୋଇଥିଲା। ଯେତେବେଳେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା, ସେତେବେଳେ ପୋଲିସ ଉପରକୁ ପଥର ମାଡ଼ କରାଯାଇଥିଲା। 

Advertisement
Communal Clash Before Mahashivratri: ମହାଶିବରାତ୍ରୀ ପୂର୍ବରୁ ସାମ୍ପ୍ରଦାୟିକ ସଂଘର୍ଷ, ୧୪୪ ଧାରା ଜାରି
Stop
Zee Odisha Desk|Updated: Feb 15, 2023, 03:53 PM IST

Communal Clash In Jharkhand: ମହାଶିବରାତ୍ରୀ ପୂର୍ବରୁ ଝାଡଖଣ୍ଡ ପାଲାମୁ ଜିଲ୍ଲାରେ ଘଟିଯାଇଛି ସାମ୍ପ୍ରଦାୟିକ ସଂଘର୍ଷ। ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସଂଘର୍ଷ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ମହାଶିବରାତ୍ରୀ ପ୍ରସ୍ତୁତିକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ସମ୍ପ୍ରଦାୟ। ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୧୨ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଆସନ୍ତା ୧୮ ତାରିଖରେ ପାଳିତ ହେବାକୁ ଯାଉଛି  ମହାଶିବରାତ୍ରୀ। ଏହି ଉତ୍ସବର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ତୋରଣ ଦ୍ୱାର ନିର୍ମାଣ କରାଯାଉଥିଲା। ହେଲେ ଯେତେବେଳେ ତୋରଣ ଦ୍ୱାର ନିର୍ମାଣ ସେତେବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଏହାକୁ ଭାଙ୍ଗି ଦେଇଥିଲେ।

ହେଲେ ତୋରଣ ଦ୍ୱାର ଭଙ୍ଗାଯିବାକୁ ବିରୋଧ କରିଥିଲା ଅପରପକ୍ଷ। ଯାହାକୁ ନେଇ ନେଇ ବିବାଦ ତେଜିବାରେ ଲାଗିଥିଲା। ଝାଡଖଣ୍ଡ (Jharkhand) ପାଲାମୁ ଜିଲ୍ଲାର (Palamu District) ପନକୀ ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା (Communal Clash) ବେଳେ ମାରପିଟ ମଧ୍ୟ ହୋଇଥିଲା। ଯେତେବେଳେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା, ସେତେବେଳେ ପୋଲିସ ଉପରକୁ ପଥର ମାଡ଼ (Stone Pelting on Police) କରାଯାଇଥିଲା। ପୋଲିସ (Jharkhand Police) କୌଣସି ପ୍ରକାରେ ହିଂସାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ହେଲେ ଏବେ ମଧ୍ୟ ପନକୀ ଗ୍ରାମରେ ତିକ୍ତତା ଜାରି ରହିଛି। ସୁରକ୍ଷାଗତ ଦୃଷ୍ଟିକୋଣରେ ସ୍ଥାନୀୟ ପ୍ରଶାସନ ପନକୀ ଗ୍ରାମରେ ୧୪୪ ଧାରା ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।

ସାମ୍ପ୍ରଦାୟିକ ସଂଘର୍ଷ ପରେ ପନକୀ ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଯବାନ ନିୟୋଜିତ କରାଯାଇଛି। ତହସି, ପିପରାଟାଣ୍ଡ ଏବଂ ଲେସଲିଗଞ୍ଜ ଥାନାର ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି। ପାଲାମୁ ପୋଲିସ ଅଧୀକ୍ଷକଙ୍କ (Palamu Superintendent of Police) ସମେତ ଅନେକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ହିଂସାକାଣ୍ଡ ସମୟରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ତିନୋଟି ଥାନାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଯେଉଁଥିପାଇଁ ପନକୀ ଗ୍ରାମରେ ଶାନ୍ତି ବ୍ୟବସ୍ଥା ବଜାୟ ରହିଛି। ପାଲାମୁ ଏସପି ସି.କେ ସିହ୍ନା (Palamu SP CK Sinha) ନ୍ୟୁଜ୍ ଏଜେନ୍ସି ANI ସହ ବାର୍ତ୍ତାଳାପରେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି।

Read More
{}{}