Hindi News >>Home >>Odisha National-International

Cargo Ship Capsize: ଗଙ୍ଗା ନଦୀରେ ଭାରସାମ୍ୟ ହରାଇଲା ମାଲବାହକ ଜାହାଜ, ବୁଡ଼ିଗଲା ୩ ଟ୍ରକ

Jharkhand Bihar Border:  ଗଙ୍ଗା ନଦୀରେ ଏକ ମାଲବାହକ ଜାହାଜ ଭାରସାମ୍ୟ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବିହାର-ଝାଡଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ମଧ୍ୟ ତତ୍କାଳ ଆରମ୍ଭ ହୋଇଯାଇଛି।

Advertisement
Cargo Ship Capsize: ଗଙ୍ଗା ନଦୀରେ ଭାରସାମ୍ୟ ହରାଇଲା ମାଲବାହକ ଜାହାଜ, ବୁଡ଼ିଗଲା ୩ ଟ୍ରକ
Stop
Zee Odisha Desk|Updated: Dec 30, 2022, 04:27 PM IST

Truck Capsizes in Gange: ଶୁକ୍ରବାର ଝାଡଖଣ୍ଡ-ବିହାର ସାହେବଗଞ୍ଜ ସୀମାରେ ଅବସ୍ଥିତ ଗରମ ଘାଟସ୍ଥିତ ଗଙ୍ଗା ନଦୀରେ ଏକ ମାଲବାହକ ଜାହାଜ ଭାରସାମ୍ୟ ହରାଇଛି। ଏହି ଘଟଣାରେ ଡିବିଏଲ୍ ନାମକ ଏକ କମ୍ପାନୀର ତିନୋଟି ଟ୍ରକ୍ ପାଣିରେ ବୁଡ଼ି ଯାଇଛି। ଜାହାଜ ଭାରସାମ୍ୟ ହରାଇବା ଘଟଣାରେ ଜଣେ ବ୍ୟକ୍ତି ନିଖୋଜ ରହିଥିବା କୁହାଯାଉଛି। 

ଗଙ୍ଗା ନଦୀରେ (Ganga River) ଏକ ମାଲବାହକ ଜାହାଜ ଭାରସାମ୍ୟ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବିହାର-ଝାଡଖଣ୍ଡ ପୋଲିସ (Bihar Jharkhand Police) ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ମଧ୍ୟ ତତ୍କାଳ ଆରମ୍ଭ ହୋଇଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ସାହିବଗଞ୍ଜ ଡେପୁଟି କମିଶନର ରାମ ନିୱାସ ଯାଦବ କହିଛନ୍ତି ଯେ ଶୁକ୍ରବାର ସକାଳେ ମାଲବାହୀ ଜାହାଜରେ (Cargo Ship) ଟ୍ରକ୍ ଲୋଡ୍ ହୋଇଥିଲା। ଏହି ସମୟରେ ଏକ ଟ୍ରକ ଟାୟାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ କାରଣରୁ ମାଲବାହକ ଜାହାଜ ଅନିୟନ୍ତ୍ରିତ ହୋଇଯିବାରୁ ଜାହାଜରେ ଲୋଡ ହୋଇଥିବା ତିନୋଟି ଟ୍ରକ ଗଙ୍ଗା ନଦୀରେ ଓଲଟି ପଡିଥିଲା। ହେଲେ ଅନ୍ୟ ତିନୋଟି ଟ୍ରକ ମାଲବାହକ ଜାହାଜରେ ରହିଥିଲା। ବାକି ଟ୍ରକ ପାଣିରେ ପଡ଼ିଯାଇଛି। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ କରାଯାଉଛି। ସମସ୍ତ ଟ୍ରକ ପାଣିରୁ ବାହାର କରାଯିବ। ଖବର ମିଳୁଛି ଯେ ଜଣେ ଏହି ଘଟଣାରେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। 

ଝାଡଖଣ୍ଡ-ବିହାର ସୀମାକୁ (Jharkhand-Bihar Border) ଯୋଡୁଥିବା ଗଙ୍ଗା ନଦୀରେ ଚଳାଚଳ କରୁଥିବା ମାଲବାହକ ଜାହଜରେ ଓଭରଲୋଡ଼ିଂ କରି ବେଆଇନ ଭାବେ ଗାଡି ମଟର ପଠାଇବା କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଆସୁଛି। ଏହି ପ୍ରକାର ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି। ପରେ ପ୍ରଶାସନ ଡଙ୍ଗା ଏବଂ ମାଲବାହାକ ଜାହାଜ ଚଳାଇବାକୁ ବାରଣ କରିଥିଲା। ହେଲେ ବେଆଇନ ଭାବେ ଡଙ୍ଗା ଏବଂ ମାଲବାହକ ଜାହାଜ ଚଳାଇବା କାର୍ଯ୍ୟ ଜାରି ରହିଛି। ଏହା ସହିତ ଏହି ଅଞ୍ଚଳରେ ପଥର ପରିବହନ କାର୍ଯ୍ୟ ମଧ୍ୟ ବେଆଇନ ଭାବେ କରାଯାଉଛି। ବେଆଇନ ପଥର ଚାଲାଣ କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

Read More
{}{}