Hindi News >>Home >>Odisha National-International

Jagan Mohan Reddy: ୨୦୧୯ ରେ ନାଇଡୁଙ୍କ ଘରେ ଚାଲିଥିଲା ବୁଲଡୋଜର, ଏବେ ଜଗନଙ୍କ ପାଳି

Jagan Mohan Reddy: YSRCP କୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ତାଙ୍କ ଦଳ ମାତ୍ର ୧୧ ଟି ସିଟ୍ ଜିତିଛି। ଯେଉଁଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୩୫ ଟି ସିଟ୍ ବିଶିଷ୍ଟ ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା।   

Advertisement
Jagan Mohan Reddy: ୨୦୧୯ ରେ ନାଇଡୁଙ୍କ ଘରେ ଚାଲିଥିଲା ବୁଲଡୋଜର, ଏବେ ଜଗନଙ୍କ ପାଳି
Stop
Rasmita Sahoo|Updated: Jun 16, 2024, 01:44 PM IST

Jagan Mohan Reddy: ଆନ୍ଧ୍ରପ୍ରଦେଶରେ ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା YSRCP ସଭାପତି ଜଗନମୋହନ ରେଡ୍ଡୀଙ୍କ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ଲୋଟସ୍ ପଣ୍ଡରେ ଜଗନ୍ ମୋହନ ରେଡ୍ଡୀଙ୍କ ବାସଭବନ ସମ୍ମୁଖରେ ଏହା ତାଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଅତିକ୍ରମଣ କରି ନିର୍ମାଣ କରାଯାଇଥିଲା, ଯେଉଁଥିପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ଥର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଶୁଣିନଥିଲା । ହେଲେ ଏବେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଆସିବା ପରେ ଜଗନ ମୋହନ ରେଡ୍ଡି ଙ୍କ ଘର ଉପରେ ଆକ୍ସନ ଜାରି ରହିଛି। 

ସ୍ଥାନ ଉପରେ ଅତିକ୍ରମଣ ଅଭିଯୋଗ
ରାସ୍ତା ନିର୍ମାଣକୁ ନେଇ ନଗର ପରିଷଦକୁ ଅନେକ ଅଭିଯୋଗ ଆସିଥିଲା, ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜଗନମୋହନ ରେଡ୍ଡୀଙ୍କ ସମର୍ଥକଙ୍କ ଅନୁଯାୟୀ, ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରାସ୍ତା କଡ଼ରେ ନିର୍ମାଣ କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ ଜଗନ୍ ମୋହନ ରେଡ୍ଡୀଙ୍କ(Jagan Mohan Reddy) ପରାଜୟ ପରେ କୌଣସି ସୁରକ୍ଷା ନଥିଲା। ଏହି କାରଣରୁ ଅଧିକାରୀମାନେ ପୋଲିସର ଉପସ୍ଥିତି ମଧ୍ୟରେ ସେମାନଙ୍କର ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଥିଲେ।

 

ହାଇଦ୍ରାବାଦର ଲୋଟସ୍ ପଣ୍ଡରେ(Hyderabad Lotus Pond) ବେଆଇନ ଭାବେ ଫୁଟପାଥ୍ ଏବଂ ରାସ୍ତା ନିର୍ମାଣ କରାଯାଇଥିଲା, ଏହି କାରଣରୁ ଯାନବାହାନ ଚାଳକ ଏବଂ ପଥଚାରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ସରକାର ଅନେକ ଥର ଚେତାବନୀ ଦେଇଛନ୍ତି ଯେ ବେଆଇନ ନିର୍ମାଣକୁ କୌଣସି ସ୍ଥାନରେ ଅଣଦେଖା କରାଯିବ ନାହିଁ। ରାସ୍ତାରେ ଟ୍ରାଫିକ୍ ଜାମ୍ ହେଉଥିବାରୁ ସେଠାରେ ନିର୍ମିତ ତିନୋଟି ସେଡ୍ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। ନିକଟରେ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜଗନ ମୋହନ ରେଡ୍ଡୀଙ୍କ ଦଳ YSRCP କୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ତାଙ୍କ ଦଳ ମାତ୍ର ୧୧ ଟି ସିଟ୍ ଜିତିଛି। ଯେଉଁଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୩୫ ଟି ସିଟ୍ ବିଶିଷ୍ଟ ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା। ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ୨୧ ଟି ସିଟ୍ ପାଇଥିବାବେଳେ ବିଜେପି ୮ ଟି ସିଟ୍ ପାଇଛି।

ସୂଚନାଯୋଗ୍ୟ, ଯେତେବେଳେ ୨୦୧୯ ମସିହାରେ ଜଗନ ମୋହନ ରେଡ୍ଡି ବିପୁଳ ମାତ୍ରାରେ ସମର୍ଥନ ପାଇ ରାଜ୍ୟରେ ସରକାର ଗଢିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଆକ୍ସନ । ସେତେବେଳେର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଲ୍ଡିଂ 'ପ୍ରଜା ବେଦିକା' ଭାଙ୍ଗିଥିଲେ ଜଗନ ମୋହନ ରେଡ୍ଡି ସରକାର। କେବଳ ଏତିକି ନୁହେଁ ତାଙ୍କ ବାସଭବନରେ କରାଯାଇଥିବା ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇଥିଲା। ଆଉ ଏବେ ସେଇ ସମାନ ଧାରା ପୁଣିଥରେ ଦୋହରାଇଛନ୍ତି ଏବେର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ(Andhra Pradesh Chief Minister Chandrababu Naidu)।  

Also Read: Rahu Gochar: ରାହୁଙ୍କ ଚଳନ, ୨୦୨୫ ଯାଏଁ ମାଲାମାଲ୍ ଏହି ୩ ରାଶି

Also Read:  Srimandira News: ତରବରିଆ ହେଲା କି ନିଷ୍ପତ୍ତି, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼

Read More
{}{}