Hindi News >>Home >>Odisha National-International

Aditya L1: ଆଉ ଏକ ମାଇଲଖୁଣ୍ଟ ଅପେକ୍ଷାରେ ଭାରତ, ଆଜି ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ ଏଲ-୧

Aditya L1: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ (Surya Mission Aditya L1) ଶନିବାର ଅପରାହ୍ନ ୪ଟାରେ ନିଜ ଗନ୍ତବ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟରେ (Lagrange Point) ପହଞ୍ଚିବ। ଇସ୍ରୋ ଆଦିତ୍ୟ ଏଲ-୧କୁ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କି.ମି ଦୂରରେ ଫାଇନାଲ ଅର୍ବିଟରେ ପ୍ରବେଶ କରାଇବ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Jan 06, 2024, 11:16 AM IST

Aditya L1: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ (Surya Mission Aditya L1) ଶନିବାର ଅପରାହ୍ନ ୪ଟାରେ ନିଜ ଗନ୍ତବ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟରେ (Lagrange Point) ପହଞ୍ଚିବ। ଇସ୍ରୋ ଆଦିତ୍ୟ ଏଲ-୧କୁ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କି.ମି ଦୂରରେ ଫାଇନାଲ ଅର୍ବିଟରେ ପ୍ରବେଶ କରାଇବ । ଏହା ସଫଳ ହେଲେ ଚନ୍ଦ୍ରଯାନ-୩ ପରେ ମହାକାଶ କ୍ଷେତ୍ରରେ ଆଉ ଏକ ବଡ଼ ଉପଲବ୍ଧି କରିବ ଭାରତ । ଆଦିତ୍ୟ ଏଲ-୧ ପଏଣ୍ଟରେ ପହଁଞ୍ଚିବା ପରେ ଆଦିତ୍ୟ ଇଞ୍ଜିନକୁ ଆଉ ଥରେ ଫାୟାର କରାଯିବ, ଯାହାଫଳରେ ଏହା ଆଗକୁ ଗତି ନ କରି ସେଠାରେ ସ୍ଥିର ରହିବ ପରେ ଏଲ -୧ ପଏଣ୍ଟର ଚତୁପାର୍ଶ୍ବରେ ଘୂର୍ଣ୍ଣନ କରିବ । ଇସ୍ରୋ ଆଦିତ୍ୟ-ଏଲକୁ (Aditya L1) ନେଇ ଗବେଷଣା ଜାରି ରହିଛି । ଆଦିତ୍ୟ ଏଲ-୧ ଆସନ୍ତା ୫ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ବାବଦରେ ତଥ୍ୟ ପ୍ରଦାନ କରିବ । ଯାହା ଖାଲି ଭାରତ ପାଇଁ ନହେଁ ବରଂ ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।

ସୂଚନା ଥାଉ କି,  ୨୦୨୩ ସେପ୍ଟେମ୍ବର ୯ରେ ଆଦିତ୍ୟ ଏଲ-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଷ ଧୱନ ପ୍ରକ୍ଷେପଣ କେନ୍ଦ୍ରରୁ ପଠାଯାଇଥିଲା । ହେଲେ ଅର୍ବିଟରେ ପ୍ରବେଶ କରାଇବା ଲାଗି ଆଦିତ୍ୟ ଏଲ-୧ ସାଟେଲାଇଟର ଥ୍ରଷ୍ଟରକୁ କିଛି ସମୟ ପାଇଁ ଅନ୍ କରାଯିବ। ଏଥିରେ ୧୨ ଥ୍ରଷ୍ଟର ରହିଛି । ଏହା ପିଏସଏଲଭି ସି-୫୭ର ୫୯ତମ ତଥା ଏକ୍ସଏଲ୍ ଭର୍ସନର ୨୫ ତମ । ୧୧୦ ଦିନର ଯାତ୍ରା କରିବା ପରେ ଆଦିତ୍ୟ-ଏଲ ୧ ଏହାର ଲକ୍ଷ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ଯାଉଛି । ଏହି ପଏଣ୍ଟରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ପଡ଼େ ନାହିଁ । ଯାହା ଫଳରେ ସେଠାରେ ରହି ଏହି ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିବା ସହଜ ହେବ।

ଏହା ବି ପଢନ୍ତୁ-Train Tragedy: ଚଳନ୍ତା ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ, ଜଳିଗଲେ ଏକାଧିକ

ପୃଥିବୀଠାରୁ ସୂର୍ଯ୍ୟ ମଧ୍ଯରେ ଏଭଳି ୫ଟି ଲାଗରେଞ୍ଜ ପଏଣ୍ଟ ରହିଛି । ପ୍ରଥମ ଲାଗରେଞ୍ଜ ପଏଣ୍ଟ ପୃଥିବୀଠାରୁ ୧୫ ଲକ୍ଷ କି.ମି ଦୂରରେ ଅବସ୍ଥିତ । ସେଠାରେ ଯଦି କୌଣସି ବସ୍ତୁ ରଖାଯାଏ ତାହା ସେହି ପଏଣ୍ଟକୁ ଚକ୍କର କାଟିବା ଆରମ୍ଭ କରିବ । ସୂର୍ଯ୍ୟ ବିଭିନ୍ନ ଗତିବିଧି, ସୌରଝଡ଼ ଓ ମହାକାଳର ପାଣିପାଗ ସମ୍ପର୍କରେ ଆଦିତ୍ୟ- ଏଲ ୧ ଅଧ୍ଯୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁ ମଣ୍ତଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁଁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହାକାଶ ଯାନ ଅଧ୍ଯୟନ କରିବ । ସୂର୍ଯ୍ୟ ଉପରେ ଅଧ୍ଯୟନ ପାଇଁ ଆଦିତ୍ୟ ଏଲ-୧ ମହାକାଶ ଯାନରେ ୭ଟି ପେଲୋଡ଼ ରହିଛି । ଏହି ସମସ୍ତ ପଲୋଡ଼ ଇସ୍ରୋର ବିଭିନ୍ନ କେନ୍ଦ୍ର ଓ ବୈଜ୍ଞାନିକ ପ୍ରତିଷ୍ଠାନର ସହଯୋଗରେ ଭାରତର ସମୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି । ଆଦିତ୍ୟ-ଏଲ ୧ ଉକ୍ତ ପଏଣ୍ଟରେ ପହଁଞ୍ଚିବା ପରେ ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଥିବା ଅନ୍ୟ ୪ ସାଟେଲାଇଟ ସମୂହରେ ଏହା ସାମିଲ ହୋଇଯିବ ।

 

 

 

 

 

 

Read More
{}{}