Hindi News >>Home >>Odisha National-International

Solar Mission Aditya L1: ମହାକାଶରୁ ଦେଶବାସୀଙ୍କୁ ଖୁସି ଖବର ଦେଲା ଆଦିତ୍ୟ L-1

Aditya L1: ସୂର୍ଯ୍ୟ ଅଧ୍ୟୟନ ନେଇ ସୌର ଅବଜରଭେଟୋରୀ ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଓ ଇଲେକ୍ଟ୍ରୋନ୍ ମାପିବା ଆରମ୍ଭ କରିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 18, 2023, 02:43 PM IST

Solar Mission Aditya L1: ମହାକାଶରୁ ଖୁସି ଖବର ଦେଲା ଆଦିତ୍ୟ L-1 । ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ISRO ପଠାଇଥିବା ଆଦିତ୍ୟ- L1 ମହାକାଶରେ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଛି । ସୂର୍ଯ୍ୟ ଅଧ୍ୟୟନ ନେଇ ସୌର ଅବଜରଭେଟୋରୀ ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଓ ଇଲେକ୍ଟ୍ରୋନ୍ ମାପିବା ଆରମ୍ଭ କରିଛି ।

ଏନେଇ ଇସ୍ରୋ ISRO ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି । ମିଶନ୍ ଅପଡେଟ୍ ରେ ଇସ୍ରୋ (ISRO) ପକ୍ଷରୁ କୁହାଯାଇଛି ଯେ, ସୁପ୍ରା ଥର୍ମଲ୍ ଓ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ନାମକ ଯନ୍ତ୍ରର ସେନ୍ସର ରହଛି ଯାହା ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି ।  ଇସ୍ରୋ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ତଥ୍ୟ ପୃଥିବୀ ଚାରିପାଖରେ ଥିବା କଣିକାର ବିଶ୍ଳେଷଣ କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

 

ଆଜି ରାତିରେ ପୃଥିବୀ ଛାଡିବ ଆଦିତ୍ୟ L1

ଆଦିତ୍ୟ L1 ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ସୋମବାର ମଧ୍ୟରାତ୍ରୀରେ ମହାକାଶଯାନ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍ ପଏଣ୍ଟ ୧ ଇନ୍ସର୍ସନ୍ (TL1I) ଅତିକ୍ରମ କରିବ ବୋଲି ଇସ୍ରୋ କହିଛି । TL1 ପୃଥିବୀର କକ୍ଷପଥରୁ ଏକ ଉତକ୍ଷେପଣ ଅଟେ, ଯାହା ସେପ୍ଟେମ୍ବର ୧୯ ତାରିଖ ରାତି ୨:୦୦ ମିନିଟ୍ ଛଡ଼ାଯିବ । ପୃଥିବୀଠାରୁ ପ୍ରାୟ ୧.୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ 1 (L1) କୁ ପ୍ରାୟ ୧୧୦ ଦିନର ଯାତ୍ରା ଆରମ୍ଭର ପ୍ରତୀକ ଅଟେ।

ପ୍ରକାଶ ଥାଉ କି, ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ- L1 ମିଶନକୁ ଲଞ୍ଚ କରାଯାଇଥିଲା । ସୂର୍ଯ୍ୟଙ୍କ ଫଟୋ, କ୍ରୋମୋସିୟର ଓ କୋରୋନା ଅଧ୍ୟୟନ କରିବା ଏହାର ଲଞ୍ଚ ପଛର ମୂଳ ଉଦ୍ଦେଶ୍ୟ ଥିଲା । ଏହାସହ ଏହା ସ୍ପେସ୍ ପାଣିପାଗର ଗତିଶୀଳତା, କଣିକା ଓ  କ୍ଷେତ୍ରର ପ୍ରସାର ବିଷୟରେ ମଧ୍ୟ ଅନୁସନ୍ଧାନ କରିବ ।

Also Read-Special Session of Parliament : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ୫ ଦିନରେ ଏଥର କ’ଣ ସବୁ ହେବ ନୂଆ, କାହିଁକି ଡକାଯାଇଛି ଏ ଅଧିବେଶନ

Also Read-India vs Bharat: ସେଦିନ ବି ଥିଲା ୧୮ ସେପ୍ଟେମ୍ବର, ଆଜି ବି ୧୮ ସେପ୍ଟେମ୍ବର; ଦେଶର ନାଁ କୁ ନେଇ ହେବ ଆଲୋଚନା

Read More
{}{}