Hindi News >>Home >>Odisha National-International

Al-Aqsa Mosque: ରମଜାନ ବେଳେ ଇସ୍ରାଏଲ ନେଲା ବଡ଼ ନିଷ୍ପତ୍ତି, ରମଜାନ ଶେଷ ନହେବା ପର୍ଯ୍ୟନ୍ତ ଅଲ-ଆକସା ଭିତରକୁ ଯିବେ ନାହିଁ ଇହୁଦୀ ଏବଂ ପର୍ଯ୍ୟଟକ

 Al-Aqsa Mosque Update:  ରମଜାନ ବେଳେ ଇସ୍ରାଏଲ ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ରମଜାନ ଶେଷ ହେବା ପର୍ଯ୍ୟନ୍ତ ଅଲ-ଆକସା ମସଜିଦ ଭିତରକୁ ଯିବେ ନାହିଁ ଇହୁଦୀ ଏବଂ ପର୍ଯ୍ୟଟକ। 

Advertisement
Al-Aqsa Mosque: ରମଜାନ ବେଳେ ଇସ୍ରାଏଲ ନେଲା ବଡ଼ ନିଷ୍ପତ୍ତି, ରମଜାନ ଶେଷ ନହେବା ପର୍ଯ୍ୟନ୍ତ ଅଲ-ଆକସା ଭିତରକୁ ଯିବେ ନାହିଁ ଇହୁଦୀ ଏବଂ ପର୍ଯ୍ୟଟକ
Stop
Zee Odisha Desk|Updated: Apr 13, 2023, 10:00 PM IST

Israel Palestine Conflict: ରମଜାନ ସମୟରେ ଅଲ-ଅକ୍ସା ମସଜିଦ ଠାରେ ହୋଇଥିବା ସଂଘର୍ଷ ପରେ ଇସ୍ରାଏଲ ଏବଂ ପ୍ରତିଦ୍ୱନ୍ଦ୍ୱୀ ଆରବ ଦେଶଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପବିତ୍ର ସହର ଜେରୁସେଲମ ଠାରେ ସୃଷ୍ଟି ହୋଇଥିବା ଅଶାନ୍ତ ବାତାବରଣ ମଧ୍ୟରେ ଇସ୍ରାଏଲ, ଅଲ-ଅକ୍ସା ମସଜିଦ ପରିସରରେ ଇହୁଦୀ ଏବଂ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ବିଗତ ସପ୍ତାହରେ ଇସ୍ରାଏଲ ପୋଲିସ ଅଲ-ଅକ୍ସା ମସଜିଦ ପରିସରରେ ଲଗାତାର ଚଢାଉ କରିବା ରଖିଥିଲା। ପ୍ରଥମେ ୧୨ ଜଣ ପାଲେଷ୍ଟାଇନୀୟଙ୍କୁ ଗିରଫ କରାଯାଇ ବେଳେ, ପରେ ଗିରଫଦାରୀ ସଂଖ୍ୟା ୪ ଶହକୁ ବୃଦ୍ଧି ପାଇଥିଲା।

ରମଜାନ ଇସ୍ରାଏଲ ପୋଲିସ ଅଲ-ଅକ୍ସା ମସଜିଦ ପରିସରରେ ଚଢାଉ କରିବାକୁ ନେଇ ତାତି ଉଠିଥିଲେ ପଡୋଶୀ ଆରବ ଦେଶ। ଏହି କାର୍ଯ୍ୟାନୁଷ୍ଠାନ ପରେ ଗାଜା ଷ୍ଟ୍ରିପ୍, ଦକ୍ଷିଣ ଲେବାନନ୍ ଏବଂ ସିରିଆ ପଟରୁ ଇସ୍ରାଏଲ୍ ଉପରେ ରକେଟ୍ ମାଡ଼ କରାଯାଇଥିଲା। ଯାହା ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ବାୟୁ ମାର୍ଗରୁ ଆକ୍ରମଣ କରାଯାଇଥିଲା।

ଇସ୍ରାଏଲ ପ୍ରତିରକ୍ଷା ବଳର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ, ଇସ୍ରାଏଲ୍ ପୋଲିସ୍ ଷ୍ଟାଫ୍ ହେର୍ଜି ହାଲେଭି, ସିନ୍ ବେଟ୍ ମୁଖ୍ୟ ରୋନେନ୍ ବାର୍ ଏବଂ ପୋଲିସ୍ କମିଶନର କୋବି ଶାବତାଇଙ୍କ ଦ୍ୱାରା ଏହି ପ୍ରତିବନ୍ଧକକୁ ସର୍ବସମ୍ମତି କ୍ରମେ ସୁପାରିଶ କରାଯାଇଛି। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲ ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ ଗିଭିର ଏହାକୁ ବିରୋଧ କରିଛନ୍ତି। ଏନେଇ ଜାତୀୟ ସୁରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହା ଦେଶର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିଆଯାଇଥିବା ଏକ ଗୁରୁତର ନିଷ୍ପତ୍ତି। ଏହି ନିଷ୍ପତ୍ତି ବର୍ତ୍ତମାନ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାକୁ ଆହୁରି ବଢାଇବ। ଜଣେ ମଜବୁତ ଦକ୍ଷିଣପନ୍ଥୀ ରାଜନେତା ଭାବରେ ପରିଚିତ ଇତାମାର ବେନ ଗିଭିର କହିଛନ୍ତି ଯେ,  ଯେତେବେଳେ ଆତଙ୍କବାଦୀ ଆମ ଉପରେ ଆକ୍ରମଣ କରନ୍ତି, ସେତେବେଳେ ଆମେ ସେମାନଙ୍କ ସାମ୍ନାରେ ଆତ୍ମସମର୍ପଣ କରିବା ଠିକ ନୁହେଁ।

ଗତ ଏକ ବର୍ଷ ମଧ୍ୟରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ ପ୍ରାୟ ୧୦୦ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ହୋଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଗୋଟିଏ ସମୟରେ ଇହୁଦୀଙ୍କ ଫସହ ଏବଂ ମୁସଲମାନଙ୍କ ରମଜାନ ପାଳିତ ହେଉଥିବାରୁ ପବିତ୍ର ସହର ଜେରୁସେଲମ ଠାରେ ଉତ୍ତେଜନା ବୃଦ୍ଧି ପାଇଛି। 

ରମଜାନ ମାସରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ପବିତ୍ର ନଗରୀ ଜେରୁଜେଲମ ଠାରେ ଅବସ୍ଥିତ ଅଲ ଅକ୍ସା ମସଜିଦ। ପ୍ରାୟ ୨ ବର୍ଷ ପୂର୍ବେ ଏହି ମସଜିଦ ପରିସରରେ ଇସ୍ରାଏଲ ପୋଲିସ ପ୍ରବେଶ କରିବାକୁ ନେଇ ସୃଷ୍ଟି ହୋଇଥିବା ସଂଘର୍ଷ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜେରୁଜେଲମସ୍ଥିତ ଅଲ-ଆକସା ମସଜିଦ ଭିତରେ ପ୍ରବେଶ କରିବାକୁ ନେଇ ପାଲେଷ୍ଟାଇନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଙ୍ଗଠନ ହମାସ ଏବଂ ଇସ୍ରାଏଲ। ଗତ ୨୦୨୧ ମେ ମାସରେ ଇସ୍ରାଏଲ ସେନା ଏବଂ ହମାସ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ କମ୍ପି ଉଠିଥିଲା ଜେରୁଜେଲମ ସହର ସମେତ ଗାଜା ଷ୍ଟ୍ରିପ୍।   

 

 

 

Read More
{}{}