Hindi News >>Home >>IPL 2023

IPL 2023: ଆଇପିଏଲ ପୂର୍ବରୁ ଏହି ଷ୍ଟାର ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ୭ ଓଭର ବୋଲିଂ, ୭ ଓଭର ମେଡେନ, ନେଲେ ୭ ୱିକେଟ୍

Cricket News: ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ୱେଷ୍ଟଇଣ୍ଡିଜ ଷ୍ଟାର ଅଲରାଉଣ୍ଡର ନିଜ ଦେଶରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜ ଠାରେ ଚାଲିଥିବା ଘରୋଇ ମ୍ୟାଚ୍ ସମୟରେ ଏହି କ୍ରିକେଟର ଜଣଙ୍କ ୭ ୱିକେଟ୍ ନେଇଛନ୍ତି। ଏହି ମୁକାବିଲାରେ ତାଙ୍କର ବୋଲିଂ ବିଶ୍ଳେଷଣ ୭ ଓଭର, ୭ ମେଡେନ୍ ଏବଂ ୭ ୱିକେଟ୍ ରହିଛି। 

Advertisement
IPL 2023: ଆଇପିଏଲ ପୂର୍ବରୁ ଏହି ଷ୍ଟାର ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ୭ ଓଭର ବୋଲିଂ, ୭ ଓଭର ମେଡେନ, ନେଲେ ୭ ୱିକେଟ୍
Stop
Zee Odisha Desk|Updated: Mar 22, 2023, 01:19 PM IST

West Indies Cricketer Sunil Narine: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱରେ ଏହି କ୍ରିକେଟ ଲିଗ ସହ ଜଡ଼ିତ ରହିଥିବା ପ୍ରତ୍ୟେକ ଖେଳାଳିଙ୍କ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିଥାଏ। ୱେଷ୍ଟଇଣ୍ଡିଜ୍ ଦଳର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରିନ ମଧ୍ୟ ଏପରି ଜଣେ କ୍ରିକେଟର, ଯାହାଙ୍କ ଉପରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି। 

ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ସୁନୀଲ ନାରିନ ନିଜ ଦେଶରେ ଏପରି ବୋଲିଂ ପ୍ରଦର୍ଶନ କରିଛନ୍ତି, ଯାହାକୁ ଶୁଣିବା ପରେ ଭାରତୀୟ କ୍ରିକେଟ୍ ପ୍ରଶଂସକ ଆହୁରି ଅଧିକ ଉତ୍ସାହିତ ହୋଇଉଠିବେ। ୱେଷ୍ଟଇଣ୍ଡିଜ ଠାରେ ଚାଲିଥିବା ଘରୋଇ ମ୍ୟାଚ୍ ସମୟରେ ଏହି ଭାରତୀୟ ମୂଳର କାରିବିଆନ୍ ସ୍ପିନର ୭ ୱିକେଟ୍ ନେଇଛନ୍ତି। ଏହି ମୁକାବିଲାରେ ତାଙ୍କର ବୋଲିଂ ବିଶ୍ଳେଷଣ ୭ ଓଭର, ୭ ମେଡେନ୍ ଏବଂ ୭ ୱିକେଟ୍ ରହିଛି। ତାଙ୍କର ଏହି ରେକର୍ଡ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ୱେଷ୍ଟଇଣ୍ଡିଜ୍ କୁଇନ୍ସ ପାର୍କ କ୍ରିକେଟ୍ କ୍ଲବ ପାଇଁ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଖେଳିବା ବେଳେ ସୁନୀଲ ନାରିନ୍ ଏହି ଚମତ୍କାର ବୋଲିଂ କରିଛନ୍ତି। ତାଙ୍କ ଦଳର ମ୍ୟାଚ୍ କ୍ଲାର୍କ ରୋଡ୍ ୟୁନାଇଟେଡ୍ କ୍ଲବ ସହିତ ହୋଇଥିଲା। ଯେଉଁଥିରେ ସେ ୭ ଓଭର ବୋଲିଂ କରିଥିଲେ ଏବଂ ଗୋଟିଏ ରନ୍ ବ୍ୟୟ କରିନଥିଲେ। ଏହା ସହିତ ୭ ୱିକେଟ୍ ନେଇଥିଲେ। ଏହି କାରଣରୁ କ୍ଲାର୍କ ରୋଡ୍ ୟୁନାଇଟେଡ୍ ଦଳ ପ୍ରଥମ ଇନିଂସରେ ମାତ୍ର ୭୬ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ତାଙ୍କ ସାଥୀ ବୋଲର ଶନ୍ ହ୍ୟାକଲେଟ୍ ମଧ୍ୟ ୨ ୱିକେଟ୍ ନେଇଥିଲେ। ସୁନୀଲ ନାରିନଙ୍କ ଦଳ ୩ ୱିକେଟ୍ ହରାଇ ୨୬୮ ରନ୍ ସଂଗ୍ରହ କରିଥିଲା। ଯେଉଁଥିରେ ଇସା ରାଜାଙ୍କ ଶତକ ମଧ୍ୟ ସାମିଲ ରହିଛି।

ଆନ୍ତର୍ଜାତୀୟ କ୍ରିକେଟ୍ ଦୁନିଆରେ ପ୍ରବେଶ କରିବା ସମୟରେ ସୁନୀଲ ନାରିନଙ୍କୁସ ଜଣେ ରହସ୍ୟ ବୋଲର କୁହାଯାଉଥିଲା। କାରଣ ସେ ଉଭୟ ଲେଗ୍ ସ୍ପିନ୍ ଏବଂ ଅଫ୍ ସ୍ପିନ୍ ବୋଲିଂ ଶୈଳୀର ମିଶ୍ରଣ ବ୍ୟବହାର କରିଥାନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଦୁନିଆର ଏହି ରହସ୍ୟମୟ ବ୍ୟକ୍ତିଙ୍କୁ  ବଲିଉଡ କିଙ୍ଗ ଖାନ ଯଥା ଶାହାରୁଖ ଖାନଙ୍କ ଦଳ କୋଲକାତା ନାଇଟ ରାଇଡର୍ସ କିଣିଥିଲା। ପ୍ରାରମ୍ଭିକ ଆଇପିଏଲ ସିଜିନ ସମୟରେ ନାରିନ୍ ମଧ୍ୟ ଏକ ରହସ୍ୟ ବୋଲର ବୋଲି ପ୍ରମାଣିତ କରିଥିଲେ। ହେଲେ ପରେ ସେ ବ୍ୟାଟ୍ ସହିତ କେକେଆର୍ ଦଳ ପାଇଁ ଜବରଦସ୍ତ ପାଳି ଖେଳିକରିଥିଲେ। ସେ ଅନେକ ଆଇପିଏଲ ମ୍ୟାଚ ବେଳେ ଦଳ ପାଇଁ ଓପନିଂ ବ୍ୟାଟିଂ କରିଥିଲେ ଏବଂ ଜବରଦସ୍ତ ହିଟିଂ ପାଇଁ ଭାରତୀୟ ଦର୍ଶକ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ।

୩୪ ବର୍ଷୀୟ କ୍ରିକେଟର ସୁନୀଲ ନାରିନ  ୨୦୧୨ ବର୍ଷ ଆଇପିଏଲ ସିଜନ ବେଳେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ। ସେ ଏ ପର୍ଯ୍ୟନ୍ତ ୧୪୮ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୧୫୨ ୱିକେଟ୍ ନେଇଛନ୍ତି।। ଏହା ସହିତ ସେ ଥରେ ୫ ୱିକେଟ୍ ଏବଂ ଗୋଟିଏ ପାଳିରେ ୪ ୱିକେଟ୍ ୭ ଥର ନେଇଛନ୍ତି। ସୁନୀଲ ନାରିନଙ୍କ ଇକୋନୋମି ରେଟ ୬.୬୩% ରହିଛି। କେବଳ ଏତିକି ନୁହେଁ, ସେ ୫ ଅର୍ଦ୍ଧଶତକ ବଳରେ ଆଇପିଏଲ ମୁକାବିଲାରେ ୧୦୨୫ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୭୫ ରନ୍ ସାମିଲ ରହିଛି। ଆଇପିଏଲ ମୁକାବିଲାରେ ସେ ୬୩ ଛକା ମାରିଥିବା ବେଳେ ୧୧୨ ଚୌକା ମାରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ସୁନୀଲ ନାରିନ ୬ ଟେଷ୍ଟ ମକାବିଲାରେ ୨୧ ୱିକେଟ୍, ୬୫ ଦିନିକିଆ ମୁକାବିଲାରେ ୯୨ ୱିକେଟ୍ ଏବଂ ୫୧ ଟି-୨୦ ମୁକାବିଲାରେ ୫୨ ୱିକେଟ୍ ନେଇଛନ୍ତି।

ଆଇପିଏଲ ମୁକାବିଲାରେ ସୁନୀଲ ନାରିନଙ୍କ ସର୍ବକାଳୀନ ରେକର୍ଡ

  • ଇକୋନୋମି ରେଟ ଅନୁଯାୟୀ ଆଇପିଏଲ ମୁକାବିଲାରେ ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ।
  • ଅଧିକାଂଶ ୱିକେଟ୍ ଦୃଷ୍ଟିରୁ ସୁନୀଲ ନାରିନ ଅଷ୍ଟମ ସ୍ଥାନରେ ଅଛନ୍ତି।
  • ଆଇପିଏଲ ମୁକାବିଲାରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବୋଲର ମଧ୍ୟରେ ନାରିନ୍ ଚତୁର୍ଥ ସ୍ଥାନରେ ଅଛନ୍ତି।
  • ୧୭ ବଲ ଖେଳି ୫୦ ରନ୍ ପୂରଣ କରିଥିବା ୯ ବ୍ୟାଟ୍ସମ୍ୟାନ ତାଲିକାରେ ସାମିଲ ଅଛନ୍ତି ସୁନୀଲ ନାରିନ।
  • ଦ୍ରୁତତମ ୫୦ ରନ୍ ସଂଗ୍ରହ କରିବାରେ ଏହି ପ୍ରଦର୍ଶନ ଚତୁର୍ଥ ସ୍ଥାନରେ ରହିଛି। 

 

Read More
{}{}