Hindi News >>Home >>Odisha National-International

WTO: ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ, ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍

WTO: ୟୁଏଇର ଆବୁଧାବିରେ ବିଶ୍ବ ବାଣିଜ୍ୟ ସଂଗଠନ (World Trade Organization )ର ଚାରି ଦିନିଆ ମନ୍ତ୍ରୀ ମଣ୍ତଳ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।  ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ।  ଭାରତର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁସ୍ ଗୋଏଲଙ୍କ ନେତୃତ୍ବରେ  ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ମଣ୍ତଳ ଏହି ବୈଠକରେ ସାମିଲ ହେବାକୁ ଯାତ୍ରା କରିଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Feb 26, 2024, 06:56 AM IST

WTO: ୟୁଏଇର ଆବୁଧାବିରେ ବିଶ୍ବ ବାଣିଜ୍ୟ ସଂଗଠନ (World Trade Organization )ର ଚାରି ଦିନିଆ ମନ୍ତ୍ରୀ ମଣ୍ତଳ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।  ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ।  ଭାରତର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁସ୍ ଗୋଏଲଙ୍କ ନେତୃତ୍ବରେ  ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ମଣ୍ତଳ ଏହି ବୈଠକରେ ସାମିଲ ହେବାକୁ ଯାତ୍ରା କରିଛନ୍ତି।  ଏହି ମନ୍ତ୍ରୀମଣ୍ତଳ ବୈଠକରେ ଭାରତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସ୍ଥାୟୀ ପଦକ୍ଷେପ ନେବାକୁ ଦାବି  ଉପସ୍ଥାପନ କରିବ।  

ଋଷିଆ-ୟୁକ୍ରେନ୍-ଋଷିଆ ସହ ହମସାର ଯୁଦ୍ଧ ଲାଗି ବିଶ୍ବ ଅର୍ଥନୀତିରେ ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଛି। ତାହା ଉପରେ ବୈଠକ ରେ ବ୍ୟାପକ ଚର୍ଚ୍ଚା ହେବାର ଅଛି। ହାଉଦୀ ଆତଙ୍କି ସଂଗଠନ ପକ୍ଷରୁ ଳୋହିତ ସାଗରରେ ବାଣିଜ୍ୟକ  ଜାହାଜ ଉପରେ ହେଉଥିବା ଆକ୍ରମଣ ଯୋଗୁଁ ବାଣିଜ୍ୟ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ସମାଧାନ ଲାଗି ବିଶ୍ବ ବାଣିଜ୍ୟ ସଂଗଠନ (World Trade Organization )ରେ ଆଲୋଚନା ହେବ। ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଚୀନର ପ୍ରସ୍ତାବକୁ ଭାରତ ବିରୋଧ କରିବାକୁ ନିସ୍ପତି ନେଇଛି। ବୈଠକରେ ଭାରତ ପକ୍ଷରୁ କୃଷିଜାତ ଦ୍ରବ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ  ନିର୍ଦ୍ଦାରଣ,କୃଷି ସଂସ୍କାର, ଫିସରିଜ୍ ଉପରେ ସବସିଡି଼,ଇ-କମର୍ସ,  ଉପରେ ଇମୋର୍ଟ ଡ୍ୟୁଟି ବନ୍ଦ କରିବା , ଡବ୍ଲୁଟିଓରେ ସଂସ୍କାର ଏବଂ ବିବାଦରେ ସମାଧାନ ପ୍ରସଙ୍ଗ ଉଠାଯିବା।  ଖ୍ୟାଦ୍ୟ ସୁରକ୍ଷା ନିମନ୍ତେ  ପବ୍ଲିକ୍ ଷ୍ଟକ  ହୋଲ୍ଡିଂ ଉପରେ ବୈଠକରେ ଚର୍ଚ୍ଚା ହେବ। 

Read More
{}{}