Hindi News >>Home >>Odisha National-International

୯ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ପାକ୍ ନୌସେନା

Arabian Sea: ପାକିସ୍ତାନ ନୌସେନା ସୋମବାର ସମୁଦ୍ରରେ ଫସିଥିବା ୯ ଜଣ  ଭାରତୀୟ ନାବିକଙ୍କୁ ଉଦ୍ଧାର କରିଛି। ସେନା ନିଜ ଦେଶର ସାମୁଦ୍ରିକ ସୁରକ୍ଷା ଏଜେସନ୍ସି  ସହଯୋଗରେ ଏହି ଅପରେସେନ କରିଥିଲା।  ଏହି ସମୟରେ ସେମାନେ ଟଗ୍ ଡଙ୍ଗା ଏସଏଏସ୍-୫ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିଥିଲେ।  ଏହି ଟଗ୍ ଡଙ୍ଗା ପେବୃଆରୀ ୧ରେ  ମହାରାଷ୍ଟ୍ରର ୟୁଏଇ ଅଭିମୁଖେ  ଯାତ୍ରା କରିଥିଲା। 

Advertisement
୯ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ପାକ୍ ନୌସେନା
Stop
Zee Odisha Desk|Updated: Feb 07, 2024, 08:04 AM IST

Arabian Sea: ପାକିସ୍ତାନ ନୌସେନା ସୋମବାର ସମୁଦ୍ରରେ ଫସିଥିବା ୯ ଜଣ  ଭାରତୀୟ ନାବିକଙ୍କୁ ଉଦ୍ଧାର କରିଛି। ସେନା ନିଜ ଦେଶର ସାମୁଦ୍ରିକ ସୁରକ୍ଷା ଏଜେସନ୍ସି  ସହଯୋଗରେ ଏହି ଅପରେସେନ କରିଥିଲା।  ଏହି ସମୟରେ ସେମାନେ ଟଗ୍ ଡଙ୍ଗା ଏସଏଏସ୍-୫ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିଥିଲେ।  ଏହି ଟଗ୍ ଡଙ୍ଗା ପେବୃଆରୀ ୧ରେ  ମହାରାଷ୍ଟ୍ରର ୟୁଏଇ ଅଭିମୁଖେ  ଯାତ୍ରା କରିଥିଲା।  ଏହା ପରେ  କରାଚି ଠାରୁ  ପ୍ରାୟ ୩୦୯ କିଲୋମିଟପ ଦକ୍ଷିଣ -ପୂର୍ବରେ ଥିବା ଭାରତୀୟ ଉପକୂଳରେ  ଜାହାଜଟିରେ ତ୍ର଼ଟି ଦେଖାଦେଇଥିଲା।  ଏହାର ଜେନେରେଟର ଅକ୍ଷମ  ହୋଇଥିଲା। ପାକିସ୍ତାନୀ ନୌସେନାର ମିଳିତ ସାମୁଦ୍ରିକ ସୂଚନା ଏବଂ ସମନ୍ବୟ କେନ୍ଦ୍ର ଫେବୃଆରୀ ୪ ତାରିଖ ସକାଳେ ଆଲର୍ଟ ସଙ୍କେତ ପାଇଁ ୩ ଘଣ୍ଟା ମଧ୍ୟରେ ଜେନେରେଟର ମରାମତି କରିଥିଲେ।  

ପାକ୍ ନୌସେନା ସୂଚନା ଅନୁସାରେ ,ସଙ୍କେତ ପାଇବା ମାତ୍ରେ ସୋମାନେ ଜାହାଜଟି ଖୋଜିବା ପାଇଁ ସେମାନଙ୍କର ପିଏମଏସଏସ କାଶ୍ମୀର ଜାହାଜ ମୃତୟନ କରିଥିଲେ। ଏହାପରେ ଏଲଆରଏମପି  ବିମାନ ଏବଂ ପାଟ୍ରୋଲିଂ ଜାହାଜ ମିଳିତ ଭାବେ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ। । ପାକ୍ ସେନା ଭାରତୀୟ କର୍ମଚାରୀଙ୍କୁ  ଚିକିତ୍ସା ସୁବିଧା , ଜଳ ଏବଂ ଖାଦ୍ୟ ଯୋଗାଇ ଦେଇଥିଲେ।  ଜେନେରେଟର ମରାମତି କାର୍ଯ୍ୟ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।  ଉଦ୍ଧାର କର୍ଯ୍ୟ ଶେଷ ହେବା ପରେ ଟଗଏସଏଏସ୍-୫ ପୁନର୍ବାର ୟୁଏଇର ଶାରଜା ଅଭିମୁଖେ ଯାଇଥିଲା। 

 

 

Read More
{}{}