Hindi News >>Home >>Odisha National-International

Indonesia Tragedy: ଫୁଟବଲ ପଡ଼ିଆ ପରେ ଭୂକମ୍ପ, ୫୦ ଦିନରେ ଗଲା ୩୦୦ ଜୀବନ

Indonesia Tragedy: ସୋମବାର ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ସୋମବାର ଦେଶର ମୁଖ୍ୟ ଭୂଖଣ୍ଡ ଜାଭା ଦ୍ୱୀପରେ ସୋମବାର ହୋଇଥିବା ଭୂକମ୍ପରେ ପ୍ରାୟ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି।

Advertisement
 Indonesia Tragedy: ଫୁଟବଲ ପଡ଼ିଆ ପରେ ଭୂକମ୍ପ, ୫୦ ଦିନରେ ଗଲା ୩୦୦ ଜୀବନ
Stop
Shankarshan Bagh|Updated: Nov 22, 2022, 08:53 AM IST

 

Indonesia Tragedy, ସିଆନଞ୍ଜୁର:  ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ମୃତ୍ୟୁର ତାଣ୍ଡବଲୀଳା ଚାଲିଛି। ଗତ ୫୦ ଦିନରେ ଦୁଇଟି ବଡଧରଣର ଅଘଟଣ ଘଟିଛି। ଉଭୟ ଘଟଣାରେ ପ୍ରାୟ ୩୦୦ ଜଣଙ୍କ ମୃତ୍ୟୁ ହୋଇଛି। ଅକ୍ଟୋବର ପହିଲାରେ ଇଣ୍ଡୋନେସିଆର ମାଲାଙ୍ଗସ୍ଥିତ Kanjuruhan stadiumରେ ଦଳାଚକଟା ହୋଇଥିଲା। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଠିକ ୫୦ ଦିନ ପରେ ଜାଭା ପ୍ରଦେଶର ସିୟାଞ୍ଜୁର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୩୦୦ ଜଣେ ଆହତ ହୋଇଛନ୍ତି। 

ସୋମବାର ଶକ୍ତିଶାଳୀ ଭୂମିକମ୍ପରେ ଇଣ୍ଡୋନେସିଆ ଥରିଉଠିଛି। ଦେଶର ମୁଖ୍ୟ ଭୂଖଣ୍ଡ ଜାଭା ଦ୍ୱୀପରେ ହୋଇଥିବା ଭୂକମ୍ପରେ ପ୍ରାୟ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି। ଅତି କମରେ ୩୦୦ ଲୋକ ଆହତ ହୋଇଛନ୍ତି। ଭୂମିକମ୍ପ କାରଣରୁ ଅନେକ କୋଠାଘର ଭାଙ୍ଗି ଯିବାରୁ ସେଠାରେ ଅନେକ ଲୋକମାନେ ଫସି ରହିଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (United States Geological Survey) ୟୁଏସଜିଏସ (USGS) ଏହି ଭୂମିକମ୍ପର ତୀବ୍ରତା ୫.୪ ରହିଥିବା କହିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରଦେଶର (Java Province Indonesia) ସିୟାଞ୍ଜୁର ଅଞ୍ଚଳରେ (Cianjur) ୧୦ କିଲୋମିଟର ଗଭୀରତାରେ ଥିଲା। 

Also Read: Indonesian football league: ଫୁଟବଲ୍ ପାଇଁ କଳା ଦିବସ! ଷ୍ଟାଡିୟମରେ 'ମହାଭାରତ' ପରେ 'ଲଙ୍କାକାଣ୍ଡ', ୧୫୦ରୁ ଊର୍ଦ୍ଧ୍ୱ ମୃତ

ଇଣ୍ଡୋନେସିଆରେ ବାରମ୍ବାର ଭୂମିକମ୍ପ (Earthquake), ଆଗ୍ନେୟଗିରି ଉଦଗୀରଣ (Volcanic Eruption) ଏବଂ ସୁନାମୀ (Tsunami) ଭଳି ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇଥାଏ। ଏହି ବିସ୍ତୃତ ଦ୍ୱୀପପୁଞ୍ଜର ଜାକର୍ତ୍ତା ଅଞ୍ଚଳରେ ଭୂମିକମ୍ପ ଅନୁଭବ କରିବା ଏକ ଅସ୍ୱାଭାବିକ ପ୍ରକ୍ରିୟା। ଏହି ବିଶାଳ ଦ୍ୱୀପପୁଞ୍ଜ ପ୍ରଶାନ୍ତ ମହାସାଗରରେ (Pacific Ocean) ଅବସ୍ଥିତ। ଯେଉଁଠାରେ ରିଙ୍ଗ୍ସ ଅଫ ଫାୟାର (Rings of Fire) ଅବସ୍ଥିତ ରହିଛି। ଯେଉଁ କାରଣରୁ ଏଠାରେ ଭୂମିକମ୍ପ, ଆଗ୍ନେୟଗିରି ଉଦଗୀରଣ ଏବଂ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ପ୍ରଭାବିତ ହୋଇଥାଏ। 

ଚଳିତ ବର୍ଷ ଫେବୃଆରୀରେ ପଶ୍ଚିମ ସୁମାତ୍ରା ପ୍ରଦେଶରେ (West Sumatra Province) ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଘଟଣାରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। ଗତବର୍ଷ ଜାନୁଆରୀରେ ପଶ୍ଚିମ ସୁଲାୱେସି ପ୍ରଦେଶରେ (West Sulawesi Province) ୬.୨ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୧୦୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫୦୦ ଲୋକ ଆହତ ହୋଇଥିଲେ। ଗତ ୨୦୦୪ ବର୍ଷରେ ଭାରତ ମହାସାଗରରେ (Indian Ocean) ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ସହ ଏକ ଭୟାନକ ସୁନାମୀ ଦ୍ୱାରା ପ୍ରାୟ ୨ ଲକ୍ଷ ୩୦ ହଜାର ୩୦୦ ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପ ଏବଂ ସୁନାମୀ କାରଣରୁ ଇଣ୍ଡୋନେସିଆ ସର୍ବାଧିକ କ୍ଷତି ସହିଥିଲା।

Also Read: Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଲା ଇଣ୍ଡୋନେସିଆ; ୧୬୨ ମୃତ

 

ସୂଚନାଯୋଗ୍ୟ, ଅକ୍ଟୋବର ପହିଲା ଫୁଟବଲ ଇତିହାସ ପାଇଁ କଳା ଦିବସ ଥିଲା। ଅକ୍ଟୋବର ଏକ ତାରିଖ (ଶନିବାର) ଇଣ୍ଡୋନେସିଆର ପୂର୍ବ ଜାଭାରେ ଏକ ଅଘଟଣ ଘଟିଯାଇଥିଲା। ମାଲାଙ୍ଗ ରେଜେଂସିରେ ଆୟୋଜିତ ଫୁଟବଲ ଲିଗ୍ ମ୍ୟାଚ ବେଳେ ଷ୍ଟାଡିୟମରେ ହିଂସା ଓ ଦଳା ଚକଟା ହୋଇଥିଲା। ଫଳରେ ୩୨ ଶିଶୁ ସହ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଆହତ ହୋଇଥିଲେ। ଆରେମା ଓ ପର୍ସେବାୟା ସୁରବାୟା ନାମକ ଦୁଇଟି କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ସରିଲା ପରେ ହିଂସାକାଣ୍ଡ ଘଟିଥିଲା। ଷ୍ଟାଡିୟମରେ ଅବ୍ୟବସ୍ଥା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଷ୍ଟାଡିୟମରେ ଦଳାଚକଟା ପରେ ସହରରେ ଉତ୍ୟକ୍ତ ଲୋକମାନେ ପୋଡାଜଳା କରିବା ସହ ପୋଲିସ ଉପରେ ଆକ୍ରମଣ ମଧ୍ୟ କରିଥିଲେ।

 

 

 

 

Read More
{}{}