Hindi News >>Home >>Odisha National-International

Atal Setu: ଆସନ୍ତାକାଲି ‘ଅଟଳ ସେତୁ’ର ଉଦ୍‍ଘାଟନ, ଜାଣନ୍ତୁ କେଉଁ ବାହାନ ପାଇଁ କେତେ ଦେବାକୁ ପଡ଼ିବ ଟୋଲ୍

Atal Setu:  ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଯାତାୟତକୁ ନେଇ ସମସ୍ତ ପ୍ରକାରର ରେକର୍ଡ ଉପରେ ନଜର ରଖାଯିବ। ମିଡିଆ ରିପୋର୍ଟ ଅନୁସାରେ, ଟୋଲ ଦରରେ ପ୍ରତିବର୍ଷ ୬ ପ୍ରତିଶତ ବୃଦ୍ଧି କରାଯିବ। ଅଟଳ ସେତୁ ଉପରେ କାରର ଗୋଟିଏ ଥର ଯାତାୟତ ରେ ୨୫୦ ଟଙ୍କା ଦେବାକୁ ପଡ଼ିବ।   

Advertisement
Atal Setu: ଆସନ୍ତାକାଲି ‘ଅଟଳ ସେତୁ’ର ଉଦ୍‍ଘାଟନ, ଜାଣନ୍ତୁ କେଉଁ ବାହାନ ପାଇଁ କେତେ ଦେବାକୁ ପଡ଼ିବ ଟୋଲ୍
Stop
Rasmita Sahoo|Updated: Jan 11, 2024, 03:33 PM IST

Atal Setu: ଅଟଳ ସେତୁ ନାମ ଅନୁସାରେ ଲୋକପ୍ରିୟ MTHL ଅର୍ଥାତ୍ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇ ରହିଛି। ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅର୍ଥାତ୍ ୧୨ ଜାନୁଆରୀରେ ଏହାର ଉଦଘାଟନ ହେବାକୁ ଯାଉଛି। ହେଲେ ଉଦଘାଟନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାର ଟୋଲ ଟ୍ୟାକ୍ସକୁ ନେଇ ପ୍ରସ୍ତାବ ପାସ କରିଛନ୍ତି। ତେବେ ଏହି ଟୋଲ ପ୍ରସ୍ତାବ ପାସ୍ ହେବା ପରେ ଏହି ପଟେ ଦେଇ ଯାଉଥିବା ଗାଡ଼ି ବା ଯାନବାହାନ ଗୁଡ଼ିକ କେତେ ଟୋଲ ଟ୍ୟାକ୍ସ ଦେବେ ସେନେଇ ଆସନ୍ତୁ ଟିକିନିଖି ତଥ୍ୟ ଜାଣିବା। ସବୁଠାରୁ ବଡ଼ କଥା ହେଲା ଏହି ଅଟଳ ସେତୁ ହେଉଛି ସମୁଦ୍ର ପଥରେ ହୋଇଥିବା ସବୁଠାରୁ ବଡ଼ ସେତୁ। 

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) କହିଥିଲେ ଯେ, ଆଗାମୀ ପୀଢି ପାଇଁ ଅବସରଞ୍ଚନା ଯାହା ଆଗାମୀ ଭବିଷ୍ୟତ ରେ ଯାତାୟତ ପାଇଁ ସହଜ ସୁଗମ ପଥ ସାବ୍ୟସ୍ତ ହେବ। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଥିଲେ ଯେ, ଏହି ୬ ଲେନ୍  ବିଶିଷ୍ଟ ଏହି ସେତୁ ସେବରୀ ରୁ ନ୍ୟୋହା ପର୍ଯ୍ୟନ୍ତ ଯାଇଛି। ଏହାଦ୍ୱାରା ମୁମ୍ବାଇ, ନଭି ମୁମ୍ବାଇ, ରାୟଗଢ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଓ ମୁମ୍ବାଇ-ଗୋଆ ହାଇୱେ ପଥକୁ ସହଜ କରିବା ସହ ଦୂରତା କମିବା ନେଇ ସେ କହିଥିଲେ।

ପ୍ରଥମେ MMRDA ଅର୍ଥାତ୍ ମୁମ୍ବାଇ ମେଟ୍ରୋପଲିଟାନ ରୀଜନ ଡେଭଲପମେଣ୍ଟ ଅଥୋରିଟି (Mumbai Metropolitan Region Development) ପ୍ରତିଟି ଟ୍ରିପରେ ୫୦୦ ଟଙ୍କାର ଟୋଲ ଉପରେ ମୋହର ଲଗାଇଛି। ପରେ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ (UDD) ଏଥିରେ ସଂଶୋଧନ କରିଥିଲା । ଏବଂ କାର୍ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରସ୍ତାବିତ ଟୋଲ ୨୦୨୪ ରୁ ୨୦୫୩ ଅର୍ଥାତ୍ ୩୦ ବର୍ଷ ପର୍ଯ୍ୟନ୍ତ କରାଯାଇଛି। ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଯାତାୟତକୁ ନେଇ ସମସ୍ତ ପ୍ରକାରର ରେକର୍ଡ ଉପରେ ନଜର ରଖାଯିବ। ମିଡିଆ ରିପୋର୍ଟ ଅନୁସାରେ, ଟୋଲ ଦରରେ ପ୍ରତିବର୍ଷ ୬ ପ୍ରତିଶତ ବୃଦ୍ଧି କରାଯିବ। ଅଟଳ ସେତୁ ଉପରେ କାରର ଗୋଟିଏ ଥର ଯାତାୟତ ରେ ୨୫୦ ଟଙ୍କା ଦେବାକୁ ପଡ଼ିବ। ଏହାସହ ସେହି ରାସ୍ତା ଦେଇ ଫେରିବା ଓ ବାରମ୍ବାର ଯାତାୟତରେ ଏଥିରେ ପରିବର୍ତ୍ତନ ମଧ୍ୟ ଦେଖାଦେବ। 

କେଉଁ ଯାନ ପାଇଁ କେତେ ଟଙ୍କା 
ଖବର ଅନୁସାରେ କାର୍ ର ଟୋଲ(Toll Tax)  ୨୫୦ ଥିବା ବେଳେ ମିନି ବସ୍ ପାଇଁ ୫୬୦ ଟଙ୍କା ଦେବାକୁ ପଡିବ । ସେହିପରି ବସ୍ ଓ ୨ ଏକ୍ସଏଲ ଟ୍ରକ ପାଇଁ ୧୧୮୦ ଟଙ୍କା ଦେବାକୁ ପଡ଼ିବ। ଥ୍ରୀ ଏକ୍ସଏଲ ଟ୍ରକ୍ ପାଇଁ ୧୨୯୦ ଟଙ୍କା, 4 ଓ 6 ଏକ୍ସଏଲ ଟ୍ରକ ପାଇଁ ୧୮୫୦ ଟଙ୍କା ଟୋଲ ଦେବାକୁ ପଡ଼ିବ। ଅନ୍ୟପଟେ ପୁଲ୍ ଉପରେ ଓଭର ସାଇଡ ବାହାନ ପାଇଁ ୨୨୫୦ ଟଙ୍କା ଦେବାକୁ ପଡିବ। ୨୧.୮ କିଲୋମିଟର ଲମ୍ବା MTHL ୧୭ ହଜାର ୮୪୩ କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏହାର ୧୬.୫୦ କିମି ସମୁଦ୍ର ଭାଗରେ ଓ ୫.୫୦ କିମି ସ୍ଥଳ ଭାଗରେ ରହିଛି। ତେବେ ଏହି ସେତୁ ନିର୍ମାଣ ନେଇ ୧୯୬୨ ମସିହାରେ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। 

Also Read: କ'ଣ ଏହି FTA; ଯାହାକୁ ନେଇ ଋଷି ସୁନକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Read More
{}{}