Hindi News >>Home >>Odisha National-International

Intranasal Covid Vaccine: ଏଣିକି ନାକରେ ଦିଆଯିବ କୋଭିଡ୍ ଭ୍ୟାକ୍ସିନ୍, ଜାଣନ୍ତୁ ପ୍ରଥମେ କାହାକୁ ଦିଆଯିବ?

ଭାରତ ବାୟୋଟେକର ନାକରେ ଦିଆଯାଉଥିବା ଟିକା ସୁରକ୍ଷିତ ସହ ରୋଗପ୍ରତିରୋଧକଶକ୍ତି ବୃଦ୍ଧି କାରକ ବୋଲି ପ୍ରମାଣିତ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅନୁମତି ପାଇଁ ଭାରତ ବାୟୋଟେଲ ଟିକାର ତୃତୀୟ ପର୍ଯ୍ୟାୟର ହ୍ୟୁମାନ କ୍ଲିନିକାଲ ଟ୍ରାଏଲର ତଥ୍ୟ ଜମା କରିଛି। ସେପଟେ ଭାରତ ବାୟୋଟକର ଯୁଗ୍ମ ନିର୍ଦ୍ଦେଶକ ସୁଚିତ୍ରା କେ. ଇଲା କହିଛନ୍ତି ଯେ, ଟିକାକୁ ସରକାରୀ ମଞ୍ଜୁରୀ ମିଳିଲେ ଏହା ଗଣ ଟିକାକରଣରେ ସହାୟକ ହେବ।

Advertisement
Intranasal Covid Vaccine: ଏଣିକି ନାକରେ ଦିଆଯିବ କୋଭିଡ୍ ଭ୍ୟାକ୍ସିନ୍, ଜାଣନ୍ତୁ ପ୍ରଥମେ କାହାକୁ ଦିଆଯିବ?
Stop
Zee Odisha Desk|Updated: Sep 06, 2022, 03:47 PM IST

Intranasal Covid Vaccine: ଆଉ ଫୋଡିବାକୁ ପଡିବନି ଛୁଞ୍ଚି, ଏଣିକି ନାକରେ ଦିଆଯିବ କୋଭିଡ୍ ଭ୍ୟକ୍ସିନ୍। ଗୁରୁବାର ଭାରତର ପ୍ରଥମ Intranasal Covid Vaccineକୁ DCGIର ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ ଏହି ଟିକାକୁ ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ନାକରେ ଦିଆଯିବ। ଏହା ଭାରତର କୋରୋନା ବିରୋଧି ଲଢେଇ ପାଇଁ ଏକ ବିଗ୍ ବୁଷ୍ଟ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ କରି କହିଛନ୍ତି ଯେ, ଭାରତର କୋରୋନା ବିରୋଧି ଲଢେଇ ପାଇଁ ଏକ ବିଗ୍ ବୁଷ୍ଟ! ଭାରତ ବାୟୋଟେକର ChAd36-SARS-CoV-S COVID-19 (Chimpanzee Adenovirus Vectored)କୁ ଅନୁମତି ଦିଆଯାଇଛି। ଟିକାକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଠାରେ ଜରୁରୀ ବ୍ୟବହାର ପାଇଁ DCGI ମୁଞ୍ଜୁର କରିଛି। ଗତ ସପ୍ତାହରେ ଭାରତ ବାୟୋଟେକ୍ ନାକରେ ଦିଆଯାଉଥିବା କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ତଥା ବୁଷ୍ଟର ଡୋଜର ଟ୍ରାଏଲ ଶେଷ କରିଥିଲା। ତେବେ ଏଗି ଦୁଇଟି ଟିକାକୁ ଅଲଗା ଅଲଗା ଟ୍ରାଏଲ କରାଯାଇଥିଲା। ପ୍ରଥମଟି ପ୍ରାଥମିକ ପର୍ଯ୍ୟାୟ ଟିକା ହୋଇଥିବା ବେଳେ ଦ୍ୱିତୀୟଟି ବୁଷ୍ଟର ଡୋଜ ଥିଲା ବୋଲି କମ୍ପାନୀ କହିଛି।

Also Read: Coronavirus: ଛଅ ମାସର ରେକର୍ଡ ଭାଙ୍ଗିଲା କୋଭିଡ ସଂକ୍ରମଣ, ଦିନକରେ ଚିହ୍ନଟ ହେଲା ଏତିକି ମାମଲା

ତେବେ ଭାରତ ବାୟୋଟେକର ନାକରେ ଦିଆଯାଉଥିବା ଟିକା ସୁରକ୍ଷିତ ସହ ରୋଗପ୍ରତିରୋଧକଶକ୍ତି ବୃଦ୍ଧି କାରକ ବୋଲି ପ୍ରମାଣିତ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅନୁମତି ପାଇଁ ଭାରତ ବାୟୋଟେଲ ଟିକାର ତୃତୀୟ ପର୍ଯ୍ୟାୟର ହ୍ୟୁମାନ କ୍ଲିନିକାଲ ଟ୍ରାଏଲର ତଥ୍ୟ ଜମା କରିଛି। ସେପଟେ ଭାରତ ବାୟୋଟକର ଯୁଗ୍ମ ନିର୍ଦ୍ଦେଶକ ସୁଚିତ୍ରା କେ. ଇଲା କହିଛନ୍ତି ଯେ, ଟିକାକୁ ସରକାରୀ ମଞ୍ଜୁରୀ ମିଳିଲେ ଏହା ଗଣ ଟିକାକରଣରେ ସହାୟକ ହେବ। ଟିକା ସ୍ଥାନାନ୍ତର ମଧ୍ୟ ସହଜ ହେବ।

 

ସେପଟେ, ରାଜ୍ୟରେ ଖୁବଶୀଘ୍ର ମାଗଣା କୋରୋନା ଟିକା ବଣ୍ଟନ ବନ୍ଦ ହେବାକୁ ଯାଉଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରୁଛି। ତେଣୁ ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୧୩ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ କୋଭିଡ ଟିକାକରଣ ହୋଇଛି। 

 

 

 

 

 

 

 

 

 

 

Read More
{}{}