Hindi News >>Home >>Odisha National-International

ଅରୁଣାଚଳର-ଚୀନ୍ ସୀମାରୁ ନିଖୋଜ ହେଲେ ଦୁଇ ଭାରତୀୟ ଯବାନ; ୨୯ ମେ'ରୁ ମିଳୁନାହିଁ ସୁରାଗ

Indian Soldiers Missing: ଭାରତ-ଚୀନ୍ ସୀମାର ଦେହରାଡୁନରୁ ଜଣେ ବାସିନ୍ଦାଙ୍କ ସମେତ ଦୁଇ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । ପ୍ରକାଶ ସିଂ ରାଣାଙ୍କୁ ଅରୁଣାଚଳ ପ୍ରଦେଶରେ ପୋଷ୍ଟ କରାଯାଇଥିଲା । ସୈନିକ ମାନେ ନିଖୋଜ ହେବା ପରେ ଭାରତୀୟ ସେନା ଦ୍ୱାରା ଖୋଜା ଚାଲିଛି ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jun 12, 2022, 04:14 PM IST

Indian Soldiers Missing: ଅରୁଣାଚଳ ପ୍ରଦେଶର (Arunachal Pradesh) ଚୀନ୍ ସୀମାରେ ପୋଷ୍ଟ ହୋଇଥିବା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ନିବାସୀ ପ୍ରକାଶ ସିଂ ରାଣା ଓ ଅନ୍ୟ ଜଣେ ଯବାନ ହରେନ୍ଦ୍ର ନେଗୀ ଗତ ୧୫ ଦିନ ଧରି ନିଖୋଜ ଅଛନ୍ତି । ମେ' ୨୯ ତାରିଖରୁ ନିଖୋଜ ଯବାନମାନଙ୍କର କୌଣସି ସୂଚନା ମିଳିନାହିଁ । ସେନା ଓ ସ୍ଥାନୀୟ ଲୋକମାନେ ଖୋଜାଖୋଜିରେ ନିୟୋଜିତ ଅଛନ୍ତି । 

ଏହି ସୂଚନା ସେନା ଦ୍ୱାରା ଯବାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇଛି । ନିଖୋଜ ହେବାର ଖବର ପାଇବା ପରେ ପରିବାର ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ମୂଳତ ରୁଦ୍ରପ୍ରୟାଗ ଜିଲ୍ଲା ବାସିନ୍ଦା ପ୍ରକାଶ ସିଂ ରାଣାଙ୍କ (୩୪) ପରିବାର, ଦେହରାଡୁନର ଆମ୍ବିୱାଲା ସାଇନିକ୍ କଲୋନୀରେ ରୁହନ୍ତି । ସପ୍ତମ ଗଡ଼ୱାଲ ରାଇଫଲରେ ପୋଷ୍ଟ ହୋଇଥିବା ନାୟକ ରାଣା ବର୍ତ୍ତମାନ ଅରୁଣାଚଳ ପ୍ରଦେଶର ଚୀନ୍ ସୀମାରେ ଥିବା ଥାକାଲା ପୋଷ୍ଟରେ ପୋଷ୍ଟିଂ ଥିଲେ  ।

ମେ' ୨୯ ରେ ପ୍ରକାଶ ରାଣାଙ୍କ ପତ୍ନୀ ମମତା ରଣା ସେନା ପକ୍ଷରୁ ଏକ କଲ ପାଇଥିଲେ ଯେ, ଆପଣଙ୍କ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି। ଏହା ସହିତ କୁହାଯାଇଥିଲା ଯେ ତାଙ୍କ ସହିତ ଅନ୍ୟ ଜଣେ ସୈନିକ ନିଖୋଜ ଅଛନ୍ତି । ଦୁଇ ଦିନ ପରେ ମମତା ପୁନର୍ବାର ଯୋଗାଯୋଗ କଲେ ଓ ତାଙ୍କୁ ଖୋଜା ଚାଲିଥିବା କୁହା ଯାଇଥିଲା। ମମତା କହିଛନ୍ତି ଯେ ଗତ ଦୁଇ ଦିନ ଧରି ସେ ନିରନ୍ତର ସେନା ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।

କିନ୍ତୁ ବର୍ତ୍ତମାନ ସେ କହିଛନ୍ତି କେହି ତାଙ୍କ ଫୋନ ଉଠାଉ ନାହାଁନ୍ତି । ସେ ଶୀଘ୍ର ସ୍ୱାମୀଙ୍କୁ ଖୋଜିବାକୁ ଦାବି କରିଛନ୍ତି । ମମତା କହିଛନ୍ତି ଯେ ତାଙ୍କ ପୁଅ ଓ ଝିଅ ବାରମ୍ବାର ତାଙ୍କ ପିତାଙ୍କ ବିଷୟରେ ପଚାରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ବିଷୟରେ କୌଣସି ଠୋସ୍ ସୂଚନା ନାହିଁ । ଅନେକ ଦିନ ଧରି ଯବାନଙ୍କ ନିଖୋଜ ହେବାନେଇ ପରିବାର ଗଭୀର ଚିନ୍ତିତ ।

ବିଜେପିର ସହସପୁର ବିଧାୟକ ସାହଦେବ ପାଣ୍ଡିର ରାଣାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କୁ ଭେଟିବା ପରେ ସେନା ଯବାନଙ୍କ ନିଖୋଜ ବିଷୟରେ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ଏହା କୁହାଯାଇଥିଲା ଯେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ଯବାନଙ୍କ ସନ୍ଧାନ ଚାଲିଛି ।

ଏହା ବି ପଢ଼ନ୍ତୁ: ED ସମନକୁ ନେଇ କଂଗ୍ରେସର 'ସତ୍ୟଗ୍ରହ'; ବିଜେପି କହିଲେ - ଏମାନେ ନକଲି ଗାନ୍ଧୀ

ଏହା ବି ପଢ଼ନ୍ତୁ: Presidential polls: ମମତାଙ୍କ ବୈଠକରେ ସାମିଲ ହେବେ ନାହିଁ ଉଦ୍ଧବ; ସଞ୍ଜୟ ରାଉତ କହିଲେ କାରଣ

Read More
{}{}