Hindi News >>Home >>Odisha National-International

Indian Railway: ଏଣିକି ଯାତ୍ରୀଙ୍କୁ ଅଧିକ ସଂଖ୍ୟାରେ କନଫର୍ମ ଟିକେଟ୍ ଦେବ ଭାରତୀୟ ରେଳବାଇ, ଜାଣନ୍ତୁ କିପରି

Indian Railway Confirm Train Ticket: ରେଳଯାତ୍ରୀଙ୍କୁ ଅଧିକ ସଂଖ୍ୟାରେ ନିଶ୍ଚିତ ଟିକେଟ ପ୍ରଦାନ କରିବାକୁ ଏକ ନୂଆ ଉପାୟ ବାହାର କରିଛି। ସଦ୍ୟ ରେଳବାଇ ପକ୍ଷରୁ ଏକ କୃତ୍ରିମ ବୁଦ୍ଧିମତା ମଡ୍ୟୁଲ୍ "ଆଇଡିଲ ଟ୍ରେନ୍ ପ୍ରୋଫାଇଲ" ବିକଶିତ କରାଯାଇଛି।

Advertisement
Indian Railway: ଏଣିକି ଯାତ୍ରୀଙ୍କୁ ଅଧିକ ସଂଖ୍ୟାରେ କନଫର୍ମ ଟିକେଟ୍ ଦେବ ଭାରତୀୟ ରେଳବାଇ, ଜାଣନ୍ତୁ କିପରି
Stop
Zee Odisha Desk|Updated: Jan 23, 2023, 09:18 PM IST

Confirm Train Ticket of Indian Railway: ରେଳଯାତ୍ରା କରୁଥିବା ଲୋକେ ନିଶ୍ଚିତ ହୋଇଥିବା ଟିକେଟ୍ ପାଇବାକୁ ନେଇ ଚିନ୍ତିତ ରହିଥାନ୍ତି। ନିଶ୍ଚିତ ହୋଇଥିବା ଟିକେଟ୍ ପାଇବା ପାଇଁ ରେଳଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ସେମାନଙ୍କ ନାଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ତାଲିକାରେ ରହିଥାଏ। ଏଭଳି ପରିସ୍ଥିତିରେ ନିଜର ସେବାରେ ଉନ୍ନତି ଆଣିବାକାର୍ଯ୍ୟରେ ନିୟୋଜିତ ରହିଥିବା ଭାରତୀୟ ରେଳବାଇ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ସହାୟତାରେ ଯାତ୍ରୀଙ୍କୁ ଅଧିକ ସଂଖ୍ୟକ ନିଶ୍ଚିତ ଟିକେଟ ଦେବାକୁ ଏକ ନୂଆ ଉପାୟ ବାହାର କରିଛି। ସଦ୍ୟ ରେଳବାଇ ପକ୍ଷରୁ ଏକ କୃତ୍ରିମ ବୁଦ୍ଧିମତା ମଡ୍ୟୁଲ୍ "ଆଇଡିଲ ଟ୍ରେନ୍ ପ୍ରୋଫାଇଲ" ବିକଶିତ କରାଯାଇଛି।

ଭାରତୀୟ ରେଳବାଇ (Indian Railway) ଅଧିନସ୍ଥ ସେଣ୍ଟର ଫର ରେଲୱେ ଇନଫରମେସନ ସିଷ୍ଟମ (Center for Railway Information Systems) ସିଆରଆଇଏସ (CRIS) ଦ୍ୱାରା କୃତ୍ରିମ ବୁଦ୍ଧିମତା ମଡ୍ୟୁଲ୍ (Artificial Intelligence Module) "ଆଇଡିଲ ଟ୍ରେନ୍ ପ୍ରୋଫାଇଲ" (Ideal Train Profile) ବିକଶିତ କରାଯାଇଛି।

ଏହି ମଡ୍ୟୁଲ୍ ଟ୍ରେନ ଟିକେଟ୍ (Train Ticket) ୱେଟିଂ ଲିଷ୍ଟ (Waiting List) ଭଳି ଅସୁବିଧାକୁ ୫-୬ ପ୍ରତିଶତ ହ୍ରାସ କରିବାକୁ ସକ୍ଷମ। ଏହି ମଡ୍ୟୁଲ୍ ସମ୍ପର୍କରେ ରେଳବାଇ ଅଧିକାରୀ ଆଶା କରୁଛନ୍ତି ଯେ 
ଏହାର ସହାୟତାରେ ରେଳଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟାରେ ସୁନିଶ୍ଚିତ ଟିକେଟ୍ (Confirm Train Ticket) ଉପଲବ୍ଧ ହୋଇପାରିବ। ଅନ୍ୟପଟେ ଦୂରଗାମୀ ଟ୍ରେନ ଦ୍ୱାରା ହେଉଥିବା ଆୟ ଗୋଟିଏ ବର୍ଷରେ ୧ 
କୋଟି ଟଙ୍କାକୁ ବୃଦ୍ଧି କରାଯାଇ ପାରିବ।

ଏକ ରିପୋର୍ଟ ଅନୁସାରେ ୱେଟିଂ ଲିଷ୍ଟ ଏପରି ଏକ ବ୍ୟବସ୍ଥା ଯାହା ସବୁ ସମୟରେ ରହୁଛି। ଯେତେବେଳେ କୌଣସି ଦୂରଗାମୀ ଯାତ୍ରୀବାହୀ ରେଳଗାଡିରେ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସିଟ୍ ସଂଖ୍ୟା ଠାରୁ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇଥାଏ ସେତେବେଳେ ୱେଟିଂ ଲିଷ୍ଟ ଭଳି ସମସ୍ୟା ଉପୁଜି ଥାଏ। ଏଭଳି ସମସ୍ୟାକୁ ହ୍ରାସ କରିବା ପାଇଁ ଭାରତୀୟ ରେଳବାଇ ଅଧିନସ୍ଥ ସିଆରଆଇଏସ, "ଆଇଡିଲ ଟ୍ରେନ୍ ପ୍ରୋଫାଇଲ" ନାମକ ଏକ ନୂଆ ମଡ୍ୟୁଲ୍ ବିକଶିତ କରିଛି। ଏହି ସୁବିଧା ରାଜଧାନୀ ଏକ୍ସପ୍ରେସ ସମେତ ପ୍ରାୟ ୨୦୦ ଦୂରଗାମୀ ରେଳଗାଡ଼ିରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯାଇଛି। 

ଏହାର ପରୀକ୍ଷଣ ସମୟରେ କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ବିଭିନ୍ନ ପ୍ରକାର ରେଳଯାତ୍ରା ଉପରେ ଗବେଷଣା କରାଯାଇଥିଲା। ରେଳଯାତ୍ରୀ କିପରି ଟିକେଟ୍ ବୁକ୍ କରୁଛନ୍ତି, ଷ୍ଟେସନ କେତେ ଦୂର ପର୍ଯ୍ୟନ୍ତ ଚୟନ କରାଯାଇଛି ଏବଂ କେଉଁ ଷ୍ଟେସନ ପାଇଁ ଟିକେଟ ଚାହିଦା କମ୍ ଏବଂ କାହା ପାଇଁ ଅଧିକ ରହିଛି ତାହାର ପରୀକ୍ଷା କରାଯାଇଥିଲା। ଏହା ସହିତ ଏହା ମଧ୍ୟ ଦେଖା ଯାଇଥିଲା ଯେ ଯାତ୍ରା ସମୟର କେଉଁ ସିଟ୍ ଖାଲି ରହିଲା ଏବଂ ବର୍ଷର କେଉଁ ସମୟରେ ସିଟ୍ ଚାହିଦା ଅଧିକ ରହିଥିଲା।

ପୂର୍ବରୁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation) ଆଇଆରସିଟିସି (IRCTC) ଏହାର ନିଶ୍ଚିତ ଟିକେଟ୍ ବିକଳ୍ପ ମଧ୍ୟ ପ୍ରକାଶ କରିଥିଲା। ଯାହା ମାଧ୍ୟମରେ ସମସ୍ତ ଖାଲି ଟିକେଟ୍ ବିଷୟରେ ତଥ୍ୟ ପ୍ରଦାନ କରାଯାଇଥାଏ। ଏଭଳି ପରିସ୍ଥିତିରେ ରେଳଯାତ୍ରୀଙ୍କ ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇଥିଲା। ହେଲେ ବର୍ତ୍ତମାନ ଏହି ପ୍ରକ୍ରିୟାକୁ ସହଜ କରିବାକୁ ରେଳବାଇ ଅଧିକ ସେବା ଯୋଗାଇବ। ଯାହା ଦ୍ୱାରା ରେଳବାଇ ଅଧିକ ରାଜସ୍ୱ କମାଇବ।

Read More
{}{}