Hindi News >>Home >>Odisha National-International

Indian Railways: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ପ୍ଲାଟଫର୍ମ ଟିକେଟ ଦର

Indian Railways: ଉତ୍ତର ରେଳବାଇର ବାଣିଜ୍ୟ ବିଭାଗୀୟ ବରିଷ୍ଠ ପରିଚାଳକ ରେଖା ଶର୍ମା କହିଛନ୍ତି ଯେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଉତ୍ସବ ପାଳନ ପୂର୍ବରୁ ଯାହା ରହିଥିଲା ତାକୁ ପୁନଃସ୍ଥାପିତ କରାଯାଇଛି । 

Advertisement
ସୌ: ସୋସିଆଲ ମିଡିଆ
Stop
Durga Madhaba Pattanayak|Updated: Nov 04, 2022, 08:11 PM IST

Indian Railways: ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଳବାଇ  ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ହ୍ରାସ କରିଛି । ଦୀପାବଳି ଏବଂ ଛଟ୍ ପୂଜାକୁ (Diwali and Chhath Puja) ଦୃଷ୍ଟିରେ ରଖି ରେଳବାଇ ଯେଉଁ ଟିକେଟର ମୂଲ୍ୟକୁ ପୂର୍ବରୁ ୫୦ ଟଙ୍କା କରିଥିଲା ବର୍ତ୍ତମାନ ସେହି ମୂଲ୍ୟକୁ ୧୦ ଟଙ୍କା କରିଦେଇଛି। ଯାହାଫଳରେ ଯାତ୍ରୀମାନେ ଏହାର ଲାଭ ପାଇପାରିବେ ।

ଉତ୍ତର ରେଳବାଇର ବାଣିଜ୍ୟ ବିଭାଗୀୟ ବରିଷ୍ଠ ପରିଚାଳକ ରେଖା ଶର୍ମା କହିଛନ୍ତି ଯେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଉତ୍ସବ ପାଳନ ପୂର୍ବରୁ ଯାହା ରହିଥିଲା ତାକୁ ପୁନଃସ୍ଥାପିତ କରାଯାଇଛି । ସିନିୟର ଡିଭିଜନାଲ ବାଣିଜ୍ୟ ପରିଚାଳକ ରେଖା ଶର୍ମା କହିଛନ୍ତି, "ମୋଟ ୧୪ଟି ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୧୦ ଟଙ୍କାକୁ ହ୍ରାସ କରାଯାଇଛି । ଲକ୍ଷ୍ନୌ(Lucknow), ବାରାଣାସୀ(Varanasi), ବାରବାଙ୍କି(Barabanki), ଅଯୋଧ୍ୟା କ୍ୟାଣ୍ଟ (Ayodhya Cantt), ଅଯୋଧ୍ୟା ଜଙ୍କସନ (Ayodhya Junction), ଆକବରପୁର(Akbarpur), ଶାହଗଞ୍ଜ(Shahganj), ଯଉନପୁର(Jaunpur), ସୁଲତାନପୁର(Sultanpur Junction), ରାବବରେଲି(Rae Bareli),ଜଙ୍ଘାଇ(Janghai), ଭଦୋଇ(Bhadohi), ପ୍ରତାପଗଡ(Pratapgarh) ଏବଂ ଉନ୍ନାଓ ଜଙ୍କସନ(Unnao Junction)ରେ ପ୍ଲାଟଫର୍ମ ଟିକେଟ ଶସ୍ତା ହୋଇଥିବା କହିଛନ୍ତି ରେଖା । ଏ ସମସ୍ତ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ପୂର୍ବ ଭଳି ୧୦ ଟଙ୍କା ରହିଛି ।

ଅନ୍ୟପଟେ ଦକ୍ଷିଣ ଓ ପଶ୍ଚିମ ରେଳବାଇ ମଧ୍ୟ ବହୁ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରି ଅଧିକ ମାତ୍ରାରେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ । ଚେନ୍ନାଇ ଏବଂ ଉପାନ୍ତ ଅଞ୍ଚଳର ଆଠଟି ପ୍ରମୁଖ ରେଳ ଷ୍ଟେସନରେ ସାଉଥ୍ ରେଲଓ୍ୱେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରିଥିଲେ । ଯାହାକି ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ । ପ୍ଲାଟଫର୍ମ ଟିକେଟ୍ ହାରରେ ବୃଦ୍ଧି ପାଇଥିବା ରେଳ ଷ୍ଟେସନ ଗୁଡ଼ିକ ମଧ୍ୟରେ ଡକ୍ଟର MGR,ଚେନ୍ନାଇ ସେଣ୍ଟ୍ରାଲ, ଚେନ୍ନାଇ ଏଗମୋର, ତାମ୍ବରାମ ଏବଂ କାଟପାଡି ଷ୍ଟେସନ ଅନ୍ତର୍ଭୁକ୍ତ । ସେପଟେ ଚେଙ୍ଗଲପାଟ୍ଟୁ, ଆରାକୋନାମ୍, ତିରୁଭାଲୁର ଏବଂ ଅଭାଦୀ ଭଳି ଷ୍ଟେସନ ପାଇଁ ଟିକେଟ୍ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା।

ପଶ୍ଚିମ ରେଳବାଇ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ମୁମ୍ବାଇ ସେଣ୍ଟ୍ରାଲ, ଦାଦର, ବୋରିଭାଲୀ, ବାନ୍ଦ୍ରା ଟର୍ମିନାସ, ଭାପି, ଭାଲସାଡ, ଉଦନା ଏବଂ ସୁରଟରେ ପ୍ଲାଟଫର୍ମ ଟିକେଟ୍ ହାରକୁ ୫୦ ଟଙ୍କାକୁ ବୃଦ୍ଧି କରିଛି । ଭାରତୀୟ ରେଳ ସମଗ୍ର ଦେଶରେ ଥିବା ରେଳ ଷ୍ଟେସନ ଗୁଡ଼ିକୁ ନବୀକରଣ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ରେଳ ମନ୍ତ୍ରଣାଳୟ ଦେଶର ପ୍ରମୁଖ ଷ୍ଟେସନଗୁଡିକର ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଭାରତ ରେଳବାଇରେ ଆଧୁନିକ ସୁବିଧା ଯୋଗାଇବା ପାଇଁ ୪୦ ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି ଓ ୧୪ଟି ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । 

ଏହା ବି ପଢ଼ନ୍ତୁ: Indian Railway: ଭୁବନେଶ୍ୱର ସହ ଦେଶର ୪୦ଟି ରେଲୱେ ଷ୍ଟେସନରେ ମିଳିବ ଏହି ସ୍ୱତନ୍ତ୍ର ସୁବିଧା, ଜାଣନ୍ତୁ ରେଳବାଇର ନୂଆ ପ୍ଲାନ

 

 

Read More
{}{}