Hindi News >>Home >>Odisha National-International

Vande Metro Train: ଜୁଲାଇରୁ ଟ୍ରାଏଲ୍ ରନ୍, ଏହି ସବୁ ରୁଟରେ ମିଳିବ ସେବା

Vande Metro Train: ଆସନ୍ତା ଜୁଲାଇରୁ ବନ୍ଦେ ମେଟ୍ରୋ ଟ୍ରେନର (Vande Metro Train) ଟ୍ରାଏଲ୍ ରନ୍ ଆରମ୍ଭ ହେବ। ଏଥିଲାଗି ୧୦୦ ରୁ ୨୫୦ କିଲୋମିଟର ଦୂରତା ଅତିକ୍ରମ କରିବା ନିମନ୍ତେ ରୁଟ୍ ଚିହ୍ନଟ କରାଯାଇଛି।  ଦେଶର ୧୨୪ ଟି ପ୍ରମୁଖ ସହର ଦେଇ ଏହି ଟ୍ରାଏଲ୍ ରନ୍ ହେବେ। ପଢନ୍ତୁ ପୂରା ଖବର...

Advertisement
Vande Metro Train: ଜୁଲାଇରୁ ଟ୍ରାଏଲ୍ ରନ୍, ଏହି ସବୁ ରୁଟରେ ମିଳିବ ସେବା
Stop
Narmada Behera|Updated: Apr 28, 2024, 07:46 AM IST

Vande Metro Train: ଆସନ୍ତା ଜୁଲାଇରୁ ବନ୍ଦେ ମେଟ୍ରୋ ଟ୍ରେନର (Vande Metro Train) ଟ୍ରାଏଲ୍ ରନ୍ ଆରମ୍ଭ ହେବ। ଏଥିଲାଗି ୧୦୦ ରୁ ୨୫୦ କିଲୋମିଟର ଦୂରତା ଅତିକ୍ରମ କରିବା ନିମନ୍ତେ ରୁଟ୍ ଚିହ୍ନଟ କରାଯାଇଛି।  ଦେଶର ୧୨୪ ଟି ପ୍ରମୁଖ ସହର ଦେଇ ଏହି ଟ୍ରାଏଲ୍ ରନ୍ ହେବେ।  ଏହି ସବୁ ସହର ମଧ୍ୟରେ ରହିଛି ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା, ଦିଲ୍ଲୀ-ରେଓ୍ବାରୀ, ତିରୁପତି -ଚେନ୍ନାଇ ,ଭାଗଲପୁର-ବିହାର ଓ ହାଓ୍ବଡା-ପଶ୍ଚିମବଙ୍ଗ ପ୍ରମୁଖ ସହର ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ।  ଭୁବନେଶ୍ବର-ବାଲେଶ୍ବର ମଧ୍ୟରେ  ଟ୍ରନ୍ ର ଟ୍ରାଏଲ୍ ରନ୍ ପରେ ଟ୍ରେନ୍ ସେବା ଆରମ୍ଭ ହେବ। 

ALSO READ: Odisha Election 2024: ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଓ ରାହୁଲ ଗାନ୍ଧୀ, କମ୍ପିବ ପ୍ରଚାର ମଇଦାନ

ଏହି ସବୁ ଟ୍ରେନ୍ ଦ୍ରୃତ ଗତିରେ ଯାତ୍ରା କରିବ।  ଏବଂ ପ୍ରତ୍ୟକ ଟ୍ରେନରେ ୧୨ଟି କୋଚ୍ ରହିବ। ସେହିପରି କୋଚରେ ଅଟୋମେଟିକ୍ ଡୋର୍ ରହିବ। ଟ୍ରାଏଲ୍ ରନ୍ ସଫଳ ହେବା ପରେ  ଏହାର ନିୟମିତ ଚଳାଚଳ ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ଏଥିରେ ସମସ୍ତ ସିଟ୍ ସାଧାରଣ ଯାତ୍ରୀଙ୍କ ଲାଗି ଅଣସଂରକ୍ଷିତ ରହିବ। ଏବଂ ଦୈନିକ ଟ୍ରେନରେ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧାଜନକ ହେବ।

ଏହି ସମସ୍ତ ବଗିରେ ଏସି ସୁବିଧା ରହିଛି। ଏ-ହି ବନ୍ଦେ ମେଟ୍ରୋ ଟ୍ରେନଟି  ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଯାତ୍ରା କରିବ। ଏହାର ପ୍ରତ୍ୟେକ କୋଚରେ ୨୮୦ ଲୋକ ଯାତ୍ରା କରିବାର ସୁବିଧା ରହିଛି । ଯେଉଁଥିରେ ୧୦୦ ଜଣଙ୍କ ପାଇଁ ବସିବାର ବ୍ୟବସ୍ଥା ରହିବ। ଏହାସହ ୧୮୦ ଲୋକେ ଛିଡା ହୋଇ ଯାତ୍ରା କରିବାର ସୁବିଧା ମଧ୍ୟ ରହିଛି। ତେବେ, ରେଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଦେଶରେ ଏକାସାଙ୍ଗରେ ୪୦୦ ଟ୍ରେନ୍ ଚାଲିବାର ଯୋଜନା ରହିଛି। 

 

Read More
{}{}