Hindi News >>Home >>Odisha National-International

Indian Navy: ଆରବ ସାଗରରେ ଭାରତୀୟ ନୌସେନା ଦେଖାଇଲା ବୀରତା, ୨୪ ଘଣ୍ଟାରେ ମଧ୍ୟରେ...

Indian Navy: ପୁଣି ଦେଶ ପାଇଁ ଗର୍ବ ଆଣିଛି ଭାରତୀୟ ନୌସେନା। ଆରବ ସାଗରରେ ( Arabian Sea) ଦେଖାଇଛି ପରାକ୍ରମ। ଭାରତୀୟ ନୌ-ସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ ଟି ଯାହାଜକୁ ସମୁଦ୍ର ଲୁଟେରା ବା ଜଳଦସ୍ୟଙ୍କ ଠାରୁ ରକ୍ଷା କରିଛି । 

Advertisement
Indian Navy: ଆରବ ସାଗରରେ ଭାରତୀୟ ନୌସେନା ଦେଖାଇଲା ବୀରତା,  ୨୪ ଘଣ୍ଟାରେ ମଧ୍ୟରେ...
Stop
Zee Odisha Desk|Updated: Jan 30, 2024, 12:59 PM IST

Indian Navy: ପୁଣି ଦେଶ ପାଇଁ ଗର୍ବ ଆଣିଛି ଭାରତୀୟ ନୌସେନା। ଆରବ ସାଗରରେ ( Arabian Sea) ଦେଖାଇଛି ପରାକ୍ରମ। ଭାରତୀୟ ନୌ-ସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ ଟି ଯାହାଜକୁ ସମୁଦ୍ର ଲୁଟେରା ବା ଜଳଦସ୍ୟଙ୍କ ଠାରୁ ରକ୍ଷା କରିଛି । ଗୋଟିଏ  ଜାହାଜରୁ ୧୯ ଜଣ ପାକିସ୍ତାନୀ ଓ ଆଉ ଏକ ଜାହାଜରୁ ୧୭ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏନେଇ ଭାରତୀୟ ନୌ-ସେନା(Indian Navy)ପକ୍ଷରୁ ସୂଚନା ଦିଆଯାଇଛି। 

 

ସୂଚନା ଅନୁଯାୟୀ, ଆଇଏନଏସ ସୁମିତ୍ରା (INS Sumitra) ଇରାନୀୟ ଜାହାଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଥିଲା। ଏହାପରେ  ଆରବ ସାଗରରେ ସ୍ପେଶାଲ ଅପରେସନ୍ ମାଧ୍ୟମରେ ଅଲ୍ ନଇମୀ( FV Al Naeemi) ଜାହାଜକୁ ସୋମାଲିଆ ଲୁଟେରାଙ୍କ ଠାରୁ ରକ୍ଷା କରିବାରେ ସଫଳ ହୋଇଥିଲା । ଏହି ଅପରେସନରେ ଭାରତୀୟ ମେରାଇନ୍ କମାଣ୍ଡୋମାନେ ସାମିଲ ଥିଲେ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ଘଟଣା କେରଲ କୋଚି ଉପକୂଳର ୮୫୦ ମାଇଲ ଦୂରରେ ଆରବ ସାଗରରେ ଘଟିଛି। ସେପଟେ, ଘଟଣା ନେଇ ମୁହଁ ଖୋଲିଛନ୍ତି, ନୌ-ସେନା ଅଧିକାରୀ। ସେ କହିଛନ୍ତି  ଜାହାଜରୁ ଉଦ୍ଧାର ହୋଇଥିବା ନାବିକମାନେ ଏବେ ସୁରକ୍ଷିତ ଅଛନ୍ତି।  ଆରବ ସାଗରରେ ଜଳଦଶ୍ୟୁଙ୍କ ଏପରି କାଣ୍ତକୁ ଦେଖି ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।

Read More
{}{}