Hindi News >>Home >>Odisha National-International

Russia Ukraine War: ମିସାଇଲ ଆକ୍ରମଣ ପରେ ଭାରତ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Security Advisory of India: ଋଷିଆ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନ ରାଜଧାନୀ କୀଭସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ଲାଗି ଚେତାବନୀ ଜାରିକରିଛି।

Advertisement
Russia Ukraine War: ମିସାଇଲ ଆକ୍ରମଣ ପରେ ଭାରତ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Stop
Subhramjit Ray|Updated: Oct 10, 2022, 11:19 PM IST

MEA on Russia Ukraine War: ସୋମବାର ଋଷିଆ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର ହୋଇଉଠିଛି ୟୁକ୍ରେନ। ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି। ସୋମବାର ହୋଇଥିବା ମିସାଇଲ ହମଲା ପରେ ଏବେ ସତର୍କ ହୋଇଉଠିଛନ୍ତି ଭାରତ ସରକାର।

ଋଷିଆ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନ ରାଜଧାନୀ କୀଭସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ଲାଗି ଚେତାବନୀ ଜାରିକରିଛି। ଅନ୍ୟାବଶ୍ୟକ ୟୁକ୍ରେନ ଯାତ୍ରା କରିବାରୁ ଦୂରେଇ ରହିବା ପାଇଁ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ୟୁକ୍ରେନ ଠାରେ ଉପସ୍ଥିତ ଥିବା ଭାରତୀୟଙ୍କୁ ସେମାନଙ୍କ ଉପସ୍ଥିତି ବାରେ ଅବଗତ କରିବାକୁ ଅନୁରୋଧ କରିଛି ଦୂତାବାସ। ଯାହା ଦ୍ୱାରା ଆବଶ୍ୟକ ହେଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ। ଏହା ସହିତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ କୁହାଯାଇଛି।

ସୋମବାର କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନ (Russian President Vladimir Putin)। ଏନେଇ ରାଷ୍ଟ୍ରପତି କହିଛନ୍ତି, କ୍ରୀମିୟା ଉପଦ୍ୱୀପକୁ ଯୋଡୁଥିବା ପୋଲରେ ହୋଇଥିବା ବିସ୍ଫୋରଣ ହେଉଛି କୀଭ ଦ୍ୱାରା କରାଯାଇଥିବା ଏକ ଆତଙ୍କବାଦୀ କାର୍ଯ୍ୟ। ଏହାର ଜବାବ ମିସାଇଲ ଜରିଆରେ ଦେଇଛି ଋଷିଆ। ଯଦି ୟୁକ୍ରେନ ଋଷିଆ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରଖେ, ତାହେଲେ କୀଭ ପ୍ରତି ମସ୍କୋର ପ୍ରତିକ୍ରିୟା ଆହୁରି କଠୋର ହେବ। 

Also Read: Russia Ukraine War: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସହ ହେବ ନାହିଁ କୌଣସି କଥାବାର୍ତ୍ତା

ଅନ୍ୟପଟେ କ୍ଷେପଣାସ୍ତ୍ର ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି  ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelenskyy)। ଏନେଇ ରାଷ୍ଟ୍ରପତି କହିଛନ୍ତି ସୋମବାର ଦେଶର ବିଭିନ୍ନ ସ୍ଥାନ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ମିସାଇଲ ଆକ୍ରମଣ କରି ଋଷିଆ ଆମ ଚିହ୍ନ ବର୍ଣ୍ଣ ନଷ୍ଟ କରିଦେବାକୁ ଚାହୁଁଛି। ଋଷିଆ ଆମକୁ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଭାବେ ପୋଛି ଦେବାକୁ ଚାହୁଁଛି। ଯୁଦ୍ଧ ସମୟରେ ଦୃଢତାର ସହ ଛିଡା଼ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛିନ୍ତ ୟୁକ୍ରେନ ରାଷ୍ଟ୍ରପତି।  

ଆମେ ଆତ୍ମସମର୍ପଣ କରିବୁ ନାହିଁ। ଶେଷ ପର୍ଯ୍ୟନ୍ତ ଆମେ ଲଢେଇ କରିବୁ। ଆମେ ଆତଙ୍କବାଦୀଙ୍କ ମୁକାବିଲା କରୁଛୁ। ଯୁଦ୍ଧ ବେଳେ ଦେଶର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି। ଦେଶରେ ଆତଙ୍କ ଏବଂ ଅରାଜକତା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି। ଋଷିଆ ଆମର ଶକ୍ତି ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚାହୁଁଛି। ଏହି ଆକ୍ରମଣର ଦ୍ୱିତୀୟ ଲକ୍ଷ୍ୟ ହେଉଛନ୍ତି ୟୁକ୍ରେନ ଜନ ସାଧାରଣ। ଏପରି ସମୟ ଏପରି ଆକ୍ରମଣ କରି ଅଧିକରୁ ଅଧିକ କ୍ଷତି ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି। 

ସୋମବାର ଋଷିଆ ପକ୍ଷରୁ ୟୁକ୍ରେନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ସମାଲୋଚନା କରିଛି ୟୁରୋପୀୟ ସଂଘ। ଋଷିଆ ଦ୍ୱାରା କରାଯାଇଥିବା ଏହି ଆକ୍ରମଣକୁ ବର୍ବର ବୋଲି କହିଛି ସଂଘ। ମଙ୍ଗଳବାର ଜି-7 ଦେଶଙ୍କ ପକ୍ଷରୁ  ୟୁକ୍ରେନ ପରିସ୍ଥିତି ସମ୍ପର୍କରେ ଏକ ଭିଡିଓ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ଏନେଇ ପ୍ରତିକ୍ରିୟା ରଖି ୟୁରୋପୀୟ ସଂଘ ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ କ୍ଷେଣଣାସ୍ତ୍ର ଆକ୍ରମଣ ନିନ୍ଦା କରିଛନ୍ତି। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଏଭଳି କାର୍ଯ୍ୟର ସ୍ଥାନ ନାହିଁ। ମୁଁ ସେମାନଙ୍କୁ ନିନ୍ଦା କରୁଛି। ଆମେ ୟୁକ୍ରେନ ସହିତ ଛିଡା ହୋଇଛୁ। ୟୁରୋପୀୟ ସଂଘରୁ ଅତିରିକ୍ତ ସାମରିକ ସହାୟତା ଆସୁଛି। 

Also Read: Russia Ukraine War: ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କୁ ଏହି ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ୟୁକ୍ରେନ ଏବଂ ନାଗରିକ ଭିତ୍ତିଭୂମି ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଘୃଣ୍ୟ ଆକ୍ରମଣକୁ  ସଂଘ ନିନ୍ଦା କରୂଛି। ଏହି ବର୍ବର ଆକ୍ରମଣ କେବଳ ଦର୍ଶାଉଛି ଯେ ଋଷିଆ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଛି ବୋଲି ୟୁଏଇ କାର୍ଯ୍ୟନିର୍ବାହୀ ଶାଖା ମୁଖପାତ୍ର ପିଟର ଷ୍ଟାନୋ କହିଛନ୍ତି। ଏହି ସମୟରେ ଜର୍ମାନୀ ପକ୍ଷରୁ କହିଛନ୍ତି ଯେ ଜି-7 ଦେଶର ନେତା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଜରୁରୀକାଳୀନ ଆଲୋଚନା କରିବେ। ୟୁକ୍ରେନ ଉପରେ ହୋଇଥିବା ଋଷିଆ ଆକ୍ରମଣ ଉପରେ ଆଲୋଚନା କରିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଆଶ୍ୱାସନା ଦେଇଛନ୍ତି ଜର୍ମାନ ଚାନସେଲର ଓଲାଫ ସ୍କୋଲଜ। 

 

{}{}