Hindi News >>Home >>Odisha Politics

Currency of India: ନୋଟ ଉପରେ ଫଟୋ ଲଗାଇବାକୁ ନେଇ ଏପରି ଦାବି କଲେ ବିଜେପି ବିଧାୟକ

Indian Currency: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକ୍ଷ୍ମୀ-ଗଣେଶ ଫଟୋ ନୋଟ ଉପରେ ରଖିବାକୁ ଦାବି କରିବା ପରେ ଏବେ ରାଜନୀତି ବଢିବାରେ  ଲାଗିଛି। ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେପି ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ରଖି ସାରିଛନ୍ତି।

Advertisement
Currency of India: ନୋଟ ଉପରେ ଫଟୋ ଲଗାଇବାକୁ ନେଇ ଏପରି ଦାବି କଲେ ବିଜେପି ବିଧାୟକ
Stop
Subhramjit Ray|Updated: Oct 27, 2022, 09:58 PM IST

BJP MLA Ram Kadam: ଭାରତୀୟ ନୋଟ ଉପରେ ଫଟୋ ଲଗାଇବାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକ୍ଷ୍ମୀ-ଗଣେଶ ଫଟୋ ନୋଟ ଉପରେ ରଖିବାକୁ ଦାବି କରିବା ପରେ ଏବେ ରାଜନୀତି ବଢିବାରେ  ଲାଗିଛି। ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେପି ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ରଖି ସାରିଛନ୍ତି। କଂଗ୍ରେସ ସାଂସଦ ମନୀଷ ତିୱାରୀ ଭାରତୀୟ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ଫଟୋ ନୋଟ ଉପରେ ରଖିବାକୁ ଦାବି କରିଛନ୍ତି। ଅନ୍ୟପଟେ ବିଜେପି ବିଧାୟକ ରାମ କାଦାମ ଛତ୍ରପତି ଶିବାଜୀ ମହାରାଜ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ନୋଟ୍ ଟ୍ୱିଟ କରିଛନ୍ତି। 

ଟ୍ୱିଟ କରି ବିଜେପି ବିଧାୟକ ରାମ କାଦାମ (BJP MLA Ram Kadam) କହିଛନ୍ତି, ସକୀର୍ଣ୍ଣ ରାଜନୀତିରୁ ପ୍ରେରିତ କିଛି ରାଜନେତା ନିର୍ବାଚନ ଦେଖିବା ପରେ ଏହି ଦାବି କରିଛନ୍ତି ଯେ ଦେବାଦେବୀ ଫଟୋ ନୋଟ ଉପରେ ରହିବା ଆବଶ୍ୟକ। ଯଦି ସେମାନେ ହୃଦୟରୁ ସଚ୍ଚୋଟତାର ସହ କହିଥାନ୍ତେ ତାହେଲେ ଦେଶ ତାଙ୍କୁ ଗ୍ରହଣ କରିଥାନ୍ତେ। ହେଲେ ସେମାନଙ୍କର ଅତୀତ କହୁଛି ଯେ ସେମାନେ କେବଳ ନିର୍ବାଚନରେ ହିନ୍ଦୁ ଦେବଦେବୀଙ୍କୁ ମନେ ପକାଇଥାନ୍ତି। ଯଦିଓ ଆମର ମହାପୁରୁଷ ଛତ୍ରପତି ଶିବାଜୀ ମହାରାଜ, ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକର, ସ୍ୱାତନ୍ତ୍ର୍ୟବୀର ବିନାୟକ ଦାମୋଦର ସାବରକର ଫଟୋ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇବ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସେମାନେ ଆମ ସମସ୍ତଙ୍କ ପାଇଁ ପୂଜନୀୟ। ଆମ ଦେଶକୁ ଗର୍ବିତ କରିଥିବା ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାନ ବଳିଦାନ, ଉତ୍ସର୍ଗୀକୃତ ଏବଂ ପରିଶ୍ରମର ନିରନ୍ତର ସମାପ୍ତିକୁ ଆମେ କିପରି ଅସ୍ୱୀକାର କରିପାରିବା? କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ପ୍ରଧାନନନ୍ତ୍ରୀ ମୋଦିଙ୍କ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷକୁ ମହାନ କରିବା ପାଇଁ କରିଥିବା ପ୍ରୟାସକୁ ମନେ ରଖିବ।  

Also Read: ନୋଟରୁ ହଟିବ ଗାନ୍ଧୀଙ୍କ ଫଟୋ; PM Modi ଙ୍କୁ ପତ୍ର ଲେଖିଲେ କଂଗ୍ରେସ ବିଧାୟକ

ଭାରତୀୟ ନୋଟ ଉପରେ ଲକ୍ଷ୍ମୀ-ଗଣେଶ ଫଟୋ ରଖିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)। ଏହି ପ୍ରସଙ୍ଗରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ (Congress MP Manish Tewari)। ନୋଟ ଉପରେ ସମ୍ବିଧାନ ପ୍ରଣେତା (Founder of Indian Constitution) ଡକ୍ଟର ବାବାସାହେବ ଆମ୍ବେଦକରଙ୍କ (Dr. Baba Saheb Ambedkar) ଫଟୋ ରଖିବାକୁ ଦାବି କରିଛନ୍ତି କଂଗ୍ରେସ ସାଂସଦ। ଏନେଇ ସେ କହିଛନ୍ତି ଯେ ଗୋଟିଏ ପଟେ ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଫଟୋ ଏବଂ ଅନ୍ୟ ପଟେ ବାବାସାହେବ ଆମ୍ବେଦକରଙ୍କ ଫଟୋ ରହିବା ଆବଶ୍ୟକ। ନୂଆ ନୋଟ ଶୃଙ୍ଖଳାରେ (Indian Note Series) ଡକ୍ଟର ଆମ୍ବେଦକରଙ୍କ ଫଟୋ କାହିଁକି ରହିବ ନାହିଁ? ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ପଟେ ଡକ୍ଟର ଆମ୍ବେଦକରଙ୍କ ଫଟୋ ରହିବା ଆବଶ୍ୟକ। ଅହିଂସା, ସମ୍ବିଧାନବାଦ ଏବଂ ସମାନତାବାଦ ଏକ ଅଦ୍ୱିତୀୟ ସଂଘରେ ବିଲୀନ ହେଉଛି। ଯାହା ଆଧୁନିକ ଭାରତୀୟ ପ୍ରତିଭାକୁ ସମ୍ପୂର୍ଣ୍ଣ ରୂପେ ଯୋଡ଼ି ଦେବ।  

Also Read: ଗାନ୍ଧୀଙ୍କ ପରେ ନୋଟରେ ସ୍ଥାନ ପାଇବ ଏହି ନେତାଙ୍କ ଫଟୋ!

ନୋଟ ଉପରେ ଫଟୋ ଲଗାଇବାକୁ ନେଇ ବିତର୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦାବିରୁ ଆରମ୍ଭ ହୋଇଥିଲା। ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୋଟ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ଭଗବାନ ଗଣେଶ (Lord Ganesh) ଏବଂ ଦେବୀ ଲକ୍ଷ୍ମୀଙ୍କ (Devi Laxmi) ଫଟୋ ରଖିବାକୁ ଦାବି କରିଥିଲେ। ଏନେଇ ସେ କହିଛନ୍ତି ଯେ ଯଦି ଗୋଟିଏ ପାର୍ଶ୍ୱରେ ଗାନ୍ଧୀ ଏବଂ ଅନ୍ୟ ପଟେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରହେ ତାହେଲେ ଏହା ଦ୍ୱାରା ସମଗ୍ର ଦେଶକୁ ଆଶୀର୍ବାଦ ମିଳିବ। ମାତା ଲକ୍ଷ୍ମୀଙ୍କୁ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ ଏବଂ ଭଗବାନ ଗଣେଶ ସମସ୍ତ ଅସୁବିଧା ଦୂର କରନ୍ତି। ଏଥିପାଇଁ ଉଭୟଙ୍କ ଫଟୋ ନୋଟ ଉପରେ ରହିବା ଆବଶ୍ୟକ। 

 

 

Read More
{}{}