Hindi News >>Home >>Odisha National-International

Indian Citizenship: ୨୦୧୧ ମସିହାଠାରୁ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଛାଡ଼ିଲେଣି ଭାରତୀୟ ନାଗରିକତ୍ୱ

Indian Citizenship: ୨୦୨୨ ମସିହାରେ ସମୁଦାୟ ୨ ଲକ୍ଷ ୨୫ ହଜାର ୬୨୦ଜଣ ଦେଶର ନାଗରିକତ୍ୱ ତ୍ୟାଗ କରିଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୮୫ ହଜାର ୨୫୬ ରହିଥିଲା। ତେବେ କୋରୋନା ସମୟରେ ସାରା ବିଶ୍ୱରେ ଲକଡା଼ଉନ(Lockdown) ଥିବାରୁ ଏହି ସଂଖ୍ୟା ୨୦୨୦ ମସିହାରେ ସର୍ବନିମ୍ନ ରହିଥିବା ନେଇ ସୂଚନା ରହିଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 10, 2023, 09:06 AM IST

Indian Citizenship: ୨୦୧୧ ମସିହାଠାରୁ ଏ ପର୍ଯ୍ୟନ୍ତ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିବା ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସଂସଦରେ(Parliament) ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ ତଥ୍ୟ ଅନୁସାରେ ନାଗରିକତ୍ୱ ତ୍ୟାଗ କରିବାରେ ଏହି ସଂଖ୍ୟା ଗତବର୍ଷ ସର୍ବାଧିକ ଥିବାବେଳେ ୨୦୨୦ ମସିହାରେ ଏହା ସର୍ବନିମ୍ନ ରହିଥିଲା। ୨୦୧୧ ମସିହାଠାରୁ ଦେଶର ନାଗରିକତ୍ୱ ତ୍ୟାଗ କରିବାରେ ଏକ ପ୍ରକାର ବୃଦ୍ଧି ଘଟିଛି। ଇଏଏମ (EAM) ଡାଟା ଅନୁଯାୟୀ ୨୦୨୨ ମସିହାରେ ସମୁଦାୟ ୨ ଲକ୍ଷ ୨୫ ହଜାର ୬୨୦ଜଣ ଦେଶର ନାଗରିକତ୍ୱ ତ୍ୟାଗ କରିଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୮୫ ହଜାର ୨୫୬ ରହିଥିଲା। ତେବେ କୋରୋନା ସମୟରେ ସାରା ବିଶ୍ୱରେ ଲକଡା଼ଉନ(Lockdown) ଥିବାରୁ ଏହି ସଂଖ୍ୟା ୨୦୨୦ ମସିହାରେ ସର୍ବନିମ୍ନ ରହିଥିବା ନେଇ ସୂଚନା ରହିଛି। ୨୦୧୪ ମସିହାରେ ମୋଦି ସରକାର ଆସିବା ପରେ ୨୦୧୫ ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତଥ୍ୟ ପରିବେଷଣ କରିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୫ ମସିହାରେ ୧ ଲକ୍ଷ ୩୧ ହଜାର ୪ ଶହ ୮୯ ଜଣ ବ୍ୟକ୍ତି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ବେଳେ ୨୦୧୬ ମସିହାରେ ଏହି ସଂଖ୍ୟା ୧ ଲକ୍ଷ ୪୧ ହଜାର ୬ ଶହ ୩ ରହିଛି। ଏହାସହ ୨୦୧୭ ମସିହାରେ ୧ ଲକ୍ଷ ୩୩ ହଜାର ୪୯ ଜଣ, ୨୦୧୮ ମସିହାରେ ୧ ଲକ୍ଷ ୩୪ ହଜାର ୫ ଶହ ୬୧ ଜଣ, ୨୦୧୯ ମସିହାରେ ୧ ଲକ୍ଷ ୪୪ ହଜାର ୧୭ ଜଣ, ୨୦୨୦ ରେ ୮୫ ହଜାର ୨୫୬ ଜଣ ଓ ୨୦୨୧ ମସିହାରେ ଏହି ସଂଖ୍ୟା ୧ ଲକ୍ଷ ୬୩ ହଜାର ୩ ଶହ ୭୦ ରହିଛି। କଂଗ୍ରେସ ଶାସନ କାଳର ତଥ୍ୟ ନେଇ ମଧ୍ୟ ଏସ ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୧ ମସିହାରେ ୧ ଲକ୍ଷ ୨୨ ହଜାର ୮ ଶହ ୧୯ ଜଣ ଦେଶର ନାଗରିକତ୍ୱ ଛାଡି଼ଥିବା ବେଳେ ୨୦୧୨ ମସିହାରେ ୧ ଲକ୍ଷ ୨୦ ହଜାର ୯ ଶହ ୨୩ ଜଣ, ୨୦୧୩ ମସିହାରେ ୧ ଲକ୍ଷ ୩୧ ହଜାର ୪ ଶହ ୫ ଜଣ ଓ ୨୦୧୪ ମସିହାରେ ୧ ଲକ୍ଷ ୨୯ ହଜାର ୩ ଶହ ୨୮ ଜଣ ଭାରତୀୟ ନାଗରିକତ୍ୱ(Indian Citizenship) ଛାଡି଼ଥିଲେ।

କୋଭିଡ଼ ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା । ଏହାସହ ମନ୍ତ୍ରୀ ୧୩୫ଟି ଦେଶର ତାଲିକା ମଧ୍ୟ ପ୍ରକାଶ କରିଥିଲେ, ଯେଉଁଠିକାର ନାଗରିକତ୍ୱ ଭାରତୀୟ ମାନେ ଗ୍ରହଣ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ୫ ଜଣ ଭାରତୀୟ ନାଗରିକ ୟୁନାଇଟେଡ ଆରବ ଏମିରେଟ୍‌ସର ନାଗରିକତ୍ୱ ହାସଲ କରିଛନ୍ତି। ୨୦୧୧ ମସିହା ପରଠାରୁ ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୧୬ ଲକ୍ଷ ୬୩ ହଜାର ୪ ଶହ ୪୦ ଜଣ ଭାରତୀୟ ନାଗରିକ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ସୂଚନା ରହିଛି।

Read More
{}{}