Hindi News >>Home >>Odisha National-International

UNSC Vote: ରୁଷକୁ ଭାରତର ଶକ୍ତ ଚାପୁଡା, ୟୁକ୍ରେନ ସପକ୍ଷରେ ଦେଲା ଭୋଟ୍

India votes against Russia: ରୁଷ ଏବଂ ୟୁକ୍ରେନ (Russia And Ukraine) ମଧ୍ୟରେ ଯୁଦ୍ଧ ପ୍ରାୟ ୬ ମାସ ଧରି ଚାଲିଛି ଓ ଏହାଦ୍ବାରା ପୁରା ବିଶ୍ବର ଥିବା ଦେଶଗୁଡିକ ପ୍ରଭାବିତ ହେଉଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ୟୁକ୍ରେନ ପ୍ରସଙ୍ଗରେ ହୋଇଥିବା ଭୋଟରେ ଭାରତ ରୁଷ ବିରୋଧରେ ଭୋଟ୍ ଦେଇଛି।

Advertisement
ପ୍ରତୀକାତ୍ମକ ଫଟୋ
Stop
Zee Odisha Desk|Updated: Aug 25, 2022, 08:57 PM IST

India votes against Russia: ରୁଷ ଓ ୟୁକ୍ରେନ (Russia And Ukraine) ମଧ୍ୟରେ ଯୁଦ୍ଧ ପ୍ରାୟ ୬ ମାସ ଧରି ଚାଲିଛି ଓ ଏହାଦ୍ବାରା ପୂରା ବିଶ୍ବର ଥିବା ଦେଶଗୁଡିକ ପ୍ରଭାବିତ ହେଉଛନ୍ତି। କେବଳ ଏତିକି ନୁହେଁ, ଏହି ଯୁଦ୍ଧ ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରିଛି। ଅଧିକାଂଶ ଦେଶ ରୁଷ ବିରୁଦ୍ଧରେ ଅଛନ୍ତି ଓ କେତେକ ଦେଶ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥ ବୋଲି କହୁଛନ୍ତି। କିନ୍ତୁ, ଏହି ସମସ୍ତ ପ୍ରସଙ୍ଗରେ ଭାରତ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି। ନିରନ୍ତର କଥାବାର୍ତ୍ତା ମାଧ୍ୟମରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ କରିବାକୁ ଭାରତ ନିବେଦନ କରିଚାଲିଛି। କିନ୍ତୁ, ବର୍ତ୍ତମାନ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ୟୁକ୍ରେନ ପ୍ରସଙ୍ଗରେ ହୋଇଥିବା ଭୋଟ୍ ସମୟରେ ଭାରତ ରୁଷ ବିରୋଧରେ ଭୋଟ୍ ଦେଇଛି। ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କୁ ଏହି ସମୟରେ ଭିଡିଓ ଟେଲିକନଫରେନ୍ସ ଜରିଆରେ ବୈଠକକୁ ସମ୍ବୋଧିତ କରିବାକୁ କୁହାଯାଇଥିଲା।  

ଫେବୃଆରୀରେ ରୁଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ପ୍ରଥମ ଥର ପାଇଁ ରୁଷ ବିରୋଧରେ ଭୋଟ୍ ଦେଇଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ପ୍ରସଙ୍ଗକୁ ଏପର୍ଯ୍ୟନ୍ତ ନୂଆଦିଲ୍ଲୀ ଏଡ଼ାଇ ଆସୁଛି ଯାହା ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ କ୍ରୋଧିତ କରିଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିକି ଆମେରିକା ଏବଂ ବ୍ରିଟେନ ସାମରିକ ସହାୟତା ଠାରୁ ୟୁକ୍ରେନକୁ ପାଣ୍ଠି ମଧ୍ୟ ଯୋଗାଉଛନ୍ତି।

ଏଥର ଭାରତ ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣକୁ ନିନ୍ଦା କରିନାହିଁ। କଥାବାର୍ତ୍ତା ଜରିଆରେ ପରିସ୍ଥିତି ସଜାଡିବା ସହିତ ଏବଂ ଦୁଇ ଦେଶ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ସମସ୍ତ କୂଟନୈତିକ ପ୍ରୟାସରେ ସହଯୋଗ ବୃଦ୍ଧି କରିବାକୁ ନୂଆଦିଲ୍ଲୀ ବାରମ୍ବାର ରୁଷ ଏବଂ ୟୁକ୍ରେନକୁ ନିବେଦନ କରିଆସିଛି। ଦୁଇ ବର୍ଷ ଧରି ଭାରତ, ୟୁଏନଏସସିର ଏକ ଅସ୍ଥାୟୀ ସଦସ୍ୟ ହୋଇଥିବା ବେଳେ ଏହାର କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବ। ୟୁକ୍ରେନ ସ୍ୱାଧୀନତାର ୩୧ ତମ ବାର୍ଷିକୀ ପାଇଁ ଦିର୍ଘ ମାସ ଧକି ଚାସିଥିବା ଯୁଦ୍ଧର ସମୀକ୍ଷା ପାଇଁ ସୁରକ୍ଷା ପରିଷଦ ବୁଧବାର ଏକ ବୈଠକ କରିଥିଲେ। 

ଯୁଦ୍ଧ ମଧ୍ୟରେ ମଧ୍ୟ ଭାରତ ଅପରେସନ୍ ଗଙ୍ଗାକୁ ସଫଳ କରିପାରିଛି। ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ନିରାପଦରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକେ ସଫଳ ହୋଇଛି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ରୁଷର ରାଷ୍ଟ୍ରପତି ପୁତିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାକୁ ନିବେଦନ ମଧ୍ୟ କରିଥିଲେ। ହେଲେ ଏପର୍ଯ୍ୟନ୍ତ ବିଶ୍ବର ନେତାଙ୍କ ଉଦ୍ୟମ ପର୍ଯ୍ୟାପ୍ତ ହୋଇନଥିବା ବେଳ ଯୁଦ୍ଧର ତାଣ୍ଡବରେ ଉଭୟ ଦେଶ ଅନେକ କ୍ଷତି ହୋଇଛି। ଯେଉଁଥିରେ ରୁଷିଆ ମଧ୍ୟ ଭାରତ ଉପରେ କ୍ଷୁବ୍ଧ ହୋଇଛି।

Read More
{}{}