Hindi News >>Home >>Odisha National-International

India: ଗୁଣବତ୍ତାକୁ ନେଇ କଠୋର ମୋଦି ସରକାର, ଦୁଇ ସପ୍ତାହରେ ଜବତ ହେଲା ୧୮ ହଜାରରୁ ଅଧିକ ଖେଳନା

BIS Raid News: ଭାରତୀୟ ମାନକ ବ୍ୟୁରୋ ବିଆଇଏସ ପକ୍ଷରୁ ଯେଉଁ ଦୋକାନ ଅଥବା ବ୍ୟବସାୟିକ ସଂସ୍ଥାନ ଚଢାଇ କରାଯାଇଛି  ତାହା ମଧ୍ୟରେ ଅନେକ ନାମଦାମୀ ସଂସ୍ଥା ଅନ୍ତର୍ଭୂକ୍ତ ରହିଛି। ଅହମ୍ମଦାବାଦସ୍ଥିତ ଏକ ଦୋକାନରୁ ପ୍ରାୟ ଏପରି ୯୦୦୦ ହଜାର ଖେଳନା ଜବତ କରାଯାଇଥିଲା, ଯାହା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରି ପାରିନଥିଲା।

Advertisement
India: ଗୁଣବତ୍ତାକୁ ନେଇ କଠୋର ମୋଦି ସରକାର, ଦୁଇ ସପ୍ତାହରେ ଜବତ ହେଲା ୧୮ ହଜାରରୁ ଅଧିକ ଖେଳନା
Stop
Zee Odisha Desk|Updated: Jan 13, 2023, 06:40 PM IST

BIS Raid in India: ଖେଳନାର ଗୁଣବତ୍ତାକୁ ନେଇ କଠୋର ହୋଇ ଉଠିଛନ୍ତି ମୋଦି ସରକାର। ଏନେଇ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ସ୍ଥିର କରାଯାଇଥିବା ମାନଦଣ୍ଡକୁ ପୂରଣ ନ କରି ଖେଳନା ବିକ୍ରି 
ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। ଏଭଳି ଖେଳନା ବିକ୍ରି ବିରୋଧରେ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିଛି ଭାରତୀୟ ମାନକ ବ୍ୟୁରୋ। ଗତ ୨୮ ଡିସେମ୍ବରରୁ ବ୍ୟୁରୋ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ୪୪ ଥର ଚଢାଉ କରାଯାଇଛି। ଚଢାଉ ବେଳେ ବ୍ୟୁରୋ ଏପରି ଖେଳନା ଜବତ କରିଛି ଯାହା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାରେ ସକ୍ଷମ ହୋଇନାହିଁ। ଚଡାଇ ବେଳେ ବ୍ୟୁରୋ ପକ୍ଷରୁ ୧୮ ହଜାର ୬୨୯ ଖେଳନା ଜବତ କରାଯାଇଛି।

ଭାରତୀୟ ମାନକ ବ୍ୟୁରୋ (Bureau of Indian Standards) ବିଆଇଏସ (BIS) ପକ୍ଷରୁ ଯେଉଁ ଦୋକାନ ଅଥବା ବ୍ୟବସାୟିକ ସଂସ୍ଥାନ ଚଢାଇ କରାଯାଇଛି Hamleys, WHSmith ଏବଂ Archie ଭଳି ନାମଦାମୀ ସଂସ୍ଥା ଅନ୍ତର୍ଭୂକ୍ତ ରହିଛି। ଅହମ୍ମଦାବାଦସ୍ଥିତ ଏକ ଦୋକାନରୁ ପ୍ରାୟ ଏପରି ୯୦୦୦ ହଜାର ଖେଳନା ଜବତ କରାଯାଇଥିଲା, ଯାହା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରି ପାରିନଥିଲା।

ବିଆଇଏସ ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ ଖେଳନାର ଗୁଣବତ୍ତା ବୃଦ୍ଧି ପାଇଁ ବ୍ୟୁରୋ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଦେଶ ବାହାରୁ ଆମଦାନୀ ହେଉଥିବା ଖେଳନା ଉପରେ କେନ୍ଦ୍ର ସରକାର କଠୋର ହେବାକୁ ଯାଉଛନ୍ତି। ଏଥିପାଇଁ ସୀମା ଶୁଳ୍କ ବିଭାଗର (Custom Department) ସହଯୋଗରେ ବ୍ୟୁରୋ ପକ୍ଷରୁ ଏକ ମିଳିତ ଦଳ ଗଠନ କରାଯାଇଛି। ଯାହା ଭାରତୀୟ ମାନକ ଅନୁଯାୟୀ ବାହାରୁ ଆସୁଥିବା ଖେଳନା ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବ।

ମହାନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ମାନକ ବିନା ଖେଳନା ବିକ୍ରୟ କରୁଥିବା ଉତ୍ପାଦକ ଏବଂ ବିକ୍ରେତାଙ୍କ ବିରୋଧରେ ବିଆଇଏସ୍ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ସହିତ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନିଧି ଖରେ କହିଛନ୍ତି ଯେ ତିନୋଟି ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ନାପଡାଲ ଉଦ୍ଦେଶ୍ୟରେ ନୋଟିସ ମଧ୍ୟ ପଠାଯାଇଛି। ବିଆଇଏସ ମାନକ ବିନା ଖେଳନା ବିକ୍ରୟ ପାଇଁ ଏହି ଇ-ସପିଂ କମ୍ପାନୀ ବିରୋଧରେ ଅଭିଯୋଗ ଗ୍ରହଣ କରାଯାଇଥିଲା।

ପ୍ରଥମ ଥର ପାଇଁ ଗତ ବର୍ଷ ଜାନୁୟାରୀ ପହିଲାରେ ଭାରତ ସରକାର ଖେଳନାର ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ କାର୍ଯ୍ୟକାରୀ କରି ଖେଳନା ପାଇଁ ବିଆଇଏସ ସାର୍ଟିଫିକେଟ୍ (BIS Certification) ବାଧ୍ୟତାମୂଳକ 
କରିଥିଲେ। ଯାହାର ଅର୍ଥ ହେଉଛି କୌଣସି ଖେଳନା ସାମଗ୍ରୀ ବିନା ବିଆଇଏସ ମାନକ ଦ୍ୱାରା ବିକ୍ରୟ ହୋଇପାରିବ ନାହିଁ। ଦେଶରେ ନିର୍ମିତ କିଛି ଖେଳନାକୁ ଏହି ନିୟମରୁ ବାଦ ଦିଆଯାଇଛି।

Read More
{}{}