Hindi News >>Home >>Odisha National-International

Arvind Kejriwal: ଏଥର ହୋଲି ପାଳିବ ନାହିଁ AAP

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଗିରଫ ହେବା ପରେ ଉଠୁଛି ପଡୁଛି ଦିଲ୍ଲୀ ଦରବାର। ଏହାରି ଭିତରେ ଦଳ (ଆପ୍) ଆଉ ଏକ ବଡ଼ ନିସ୍ପତି ନେଇଛି।  ଯେହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ହୋଲି ପାଳିବେ ନାହିଁ । ଏହି କାରଣରୁ ଦଳ ବି ଏଥର ରଙ୍ଗର ପର୍ବ ହୋଲି ପାଳନ କରିବ ନାହିଁ ବୋଲି ଜଣାପଡିଛି।

Advertisement
Arvind Kejriwal: ଏଥର ହୋଲି ପାଳିବ ନାହିଁ AAP
Stop
Zee Odisha Desk|Updated: Mar 23, 2024, 11:21 AM IST

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଗିରଫ ହେବା ପରେ ଉଠୁଛି ପଡୁଛି ଦିଲ୍ଲୀ ଦରବାର। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଏଥର ଦିଲ୍ଲୀ ସିଏମଙ୍କ ହୋଲି ଇଡି ହେପାଜତରେ ହେବ। କୋର୍ଟ ତାଙ୍କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଏହାରି ଭିତରେ ଦଳ (ଆପ୍) ଆଉ ଏକ ବଡ଼ ନିସ୍ପତି ନେଇଛି।  ଯେହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ହୋଲି ପାଳିବେ ନାହିଁ । ଏହି କାରଣରୁ ଦଳ ବି ଏଥର ରଙ୍ଗର ପର୍ବ ହୋଲି ପାଳନ କରିବ ନାହିଁ ବୋଲି ଜଣାପଡିଛି।

ALSO READ: Moscow: ମସ୍କୋ ସହରରେ ଆତଙ୍କୀ ଆକ୍ରମଣ ଘଟଣା, ଏଥିପାଇଁ ନିଜକୁ ଦାୟୀ କଲା...

ଏ-ପରିକି ଇଡିର ଗିରଫଦାରୀକୁ ବିରୋଧ କରି ଦଳର କାର୍ଯ୍ୟକର୍ତ୍ତା (ମାର୍ଚ୍ଚ ୨୬) ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନିବାସ ଘେରାଉ କରିବ ବୋଲି ଜଣାପଡିଛି। ଏନେଇ ଦଳର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ବାଲ୍ ଗିରଫ ହେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାର୍ଚ୍ଚ ୨୪ ତାରିଖରେ ସମସ୍ତ ବିଧାନସଭା ମଣ୍ତଳୀରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜଣାପଡି଼ଛି। ଆଉ ୨୫ରେ ହୋଲି ପଡୁଥିବାରୁ ଦଳ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବଂ ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରାଯିବ। 
 
ସୂଚନା ଯୋଗ୍ୟ,  ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗୁରୁବାର ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ପ୍ରଥମେ ଯାଞ୍ଚ ଆରମ୍ଭ କରିଥିଲା। ପରେ ଦିର୍ଘ ସମୟ ଧରି ତାଙ୍କୁ ପଚାରାଉଚରା କରିବା  ପରେ ତାଙ୍କୁ ଗିରଫ କରିଛି ।ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁବୁ ଯେ,  ଏହି ମାମଲାରେ ଏହା ପୂର୍ବରୁ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ଓ ସଞ୍ଜୟ ସିଂହଙ୍କୁ ମଧ୍ୟ ଇଡି ଗିରଫ କରି ସାରିଛି ।

Read More
{}{}