Hindi News >>Home >>Odisha National-International

Inflation Rate Will Reduce in India: ବଜେଟ୍ ପୂର୍ବରୁ ଆସିଲା ଖୁସି ଖବର, ଚଳିତ ବର୍ଷ କମିପାରେ ମୁଦ୍ରାସ୍ଫୀତି ହାର

Inflation Rate Will Reduce Before Budget 2023-24: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଗବେଷଣା ବିଭାଗ ପ୍ରମୁଖ ଡାନିଏଲ୍ ଲେ କହିଛନ୍ତି ଯେ ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୨ ବର୍ଷରେ ୬.୮ ପ୍ରତିଶତରୁ ହ୍ରାସ ପାଇ ୨୦୨୩ ବର୍ଷରେ ୫ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଆସନ୍ତା ୨୦୨୪ ବର୍ଷରେ ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇ ୪ ପ୍ରତିଶତକୁ ଖସିପାରେ। 

Advertisement
Inflation Rate Will Reduce in India: ବଜେଟ୍ ପୂର୍ବରୁ ଆସିଲା ଖୁସି ଖବର, ଚଳିତ ବର୍ଷ କମିପାରେ ମୁଦ୍ରାସ୍ଫୀତି ହାର
Stop
Zee Odisha Desk|Updated: Jan 31, 2023, 04:33 PM IST

Union Budget 2023-24: ଆଗାମୀ ୨୦୨୩-୨୪ କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ଆସିଛି ଏକ ଖୁସି ଖବର। ଦେଶରେ ମୁଦ୍ରାସ୍ଫୀତି ହାର ହ୍ରାସ ହେବା ପାଇବାର ସମ୍ଭାବନା ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି 
ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ହାର ୬.୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇପାରେ। ଆସନ୍ତା ୨୦୨୪ ବର୍ଷରେ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ଖସିପାରେ ବୋଲି ଆକଳନ କରାଯାଇଛି। ଆଇଏମଏଫ ପକ୍ଷରୁ ପକ୍ଷରୁ ଏହି ତଥ୍ୟା ପ୍ରଦାନ କରାଯାଇଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (International Monetary Fund) ଆଇଏମଏଫ (IMF) ଗବେଷଣା ବିଭାଗ ପ୍ରମୁଖ ଡାନିଏଲ୍ ଲେ କହିଛନ୍ତି ଯେ ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୨ ବର୍ଷରେ ୬.୮ ପ୍ରତିଶତରୁ ହ୍ରାସ ପାଇ ୨୦୨୩ ବର୍ଷରେ ୫ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଆସନ୍ତା ୨୦୨୪ ବର୍ଷରେ ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇ ୪ ପ୍ରତିଶତକୁ ଖସିପାରେ। ଏହା ଆଂଶିକ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରତିଫଳିତ କରୁଛି।

ଆଇଏମଏଫ ପକ୍ଷରୁ "ବିଶ୍ୱ ଅର୍ଥନୈତିକ ପରିସ୍ଥିତି" ସମ୍ପର୍କରେ ଏକ ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ପ୍ରାୟ ୮୪% ଦେଶରେ ୨୦୨୨ ବର୍ଷ ତୁଳନାରେ ୨୦୨୩ ବର୍ଷରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ହ୍ରାସ ପାଇବ।

ରିପୋର୍ଟ ଜରିଆରେ ଆହୁରି ଦର୍ଶାଯାଇଛି ଯେ ବୈଶ୍ୱିକ ମୁଦ୍ରାସ୍ଫୀତି ୨୦୨୨ ବର୍ଷରେ ୮.୮ ପ୍ରତିଶତରୁ ହ୍ରାସ ପାଇ ୨୦୨୩ ବର୍ଷରେ ୬.୬ ପ୍ରତିଶତ ଏବଂ ୨୦୨୪ ବର୍ଷରେ ୪.୩ ପ୍ରତିଶତକୁ ହ୍ରାସ ପାଇବ। ପ୍ରାକ୍-ମହାମାରୀ ସମୟରେ ଅର୍ଥାତ ୨୦୧୭-୧୯ ବର୍ଷରେ ମୁଦ୍ରାସ୍ଫୀତି ହାର ୩.୫ ପ୍ରତିଶତ ରହିଥିଲା।

ମୁଦ୍ରାସ୍ଫୀତି ହ୍ରାସ ପାଇବା ନେଇ ଯେଉଁ ଅନୁମାନ କରାଯାଉଛି ତାହା ଆଂଶିକ ଭାବେ ବୈଶ୍ୱିକ ଦୁର୍ବଳ ଚାହିଦା ହେତୁ ଆନ୍ତର୍ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟ ହ୍ରାସ ଏବଂ ଇନ୍ଧନ ନଥିବା ମୂଲ୍ୟ ଉପରେ ଆଧାରିତ। ଏହା ମଧ୍ୟ ଦର୍ଶାଏ ଯେ ମୁଦ୍ରା କଡାକଡି ପ୍ରଭାବ ପକାଉଛି। ଆଇଏମ୍ଏଫ୍ କହିଛି ଯେ ୨୦୨୨ ବର୍ଷର ଚତୁର୍ଥ ତ୍ରୈମାସିକରେ ମୂଳ ମୁଦ୍ରାସ୍ଫୀତି ୬.୯ ପ୍ରତିଶତରୁ ୨୦୨୩ ବର୍ଷର ଚତୁର୍ଥ ତ୍ରୈମାସିକରେ ୪.୫ ପ୍ରତିଶତକୁ ହ୍ରାସ ପାଇବ।

ଅନୁସନ୍ଧାନ ବିଭାଗ ନିର୍ଦ୍ଦେଶକ ତଥା ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ପିୟରେ ଅଲିଭିଆର୍ ଗୋରିଞ୍ଚସ୍ ଏକ ବ୍ଲଗ୍ ପୋଷ୍ଟ ଜରିଆରେ କହିଛନ୍ତି ଯେ ଚଳିତ ବର୍ଷ ବୈଶ୍ୱିକ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ହେଲେ ଆସନ୍ତା ବର୍ଷ  ବିଶ୍ୱର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଦେଶରେ ପ୍ରାକ୍-ମହାମାରୀ ସ୍ତର ଅତିକ୍ରମ କରିବ।

 

Read More
{}{}