Hindi News >>Home >>Odisha National-International

India China Standoff: କାହିଁକି ତୱାଙ୍ଗ ଠାରେ ଭାରତୀୟ ସେନାକୁ ଫସାଇ ରଖିବାକୁ ଚାହୁଁଛି ଚୀନ? ଜାଣନ୍ତୁ ଏହାର ଉଦ୍ଦେଶ୍ୟ

India China Faceoff:  ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଠାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଚୀନ ଏବେ ସନ୍ଦେହଘେରକୁ ଆସିଯାଇଛି। କାହିଁକି ଭାରତୀୟ ସେନାକୁ ତୱାଙ୍ଗ ଠାରେ ଚୀନ  ଫସାଇ ରଖିବାକୁ ଚାହୁଁଛି ତାହାର କାରଣ ମଧ୍ୟ ସାମ୍ନାକୁ ଆସିଛି। 

Advertisement
India China Standoff: କାହିଁକି ତୱାଙ୍ଗ ଠାରେ ଭାରତୀୟ ସେନାକୁ ଫସାଇ ରଖିବାକୁ ଚାହୁଁଛି ଚୀନ? ଜାଣନ୍ତୁ ଏହାର ଉଦ୍ଦେଶ୍ୟ
Stop
Zee Odisha Desk|Updated: Dec 13, 2022, 11:54 PM IST

India China Skirmish: ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକା ଆଉ ଏବେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ସଦ୍ୟ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଚୀନ ଏବେ ସନ୍ଦେହଘେରକୁ ଆସିଯାଇଛି। କାହିଁକି ଭାରତୀୟ ସେନାକୁ ତୱାଙ୍ଗ ଠାରେ ଚୀନ  ଫସାଇ ରଖିବାକୁ ଚାହୁଁଛି ତାହାର କାରଣ ମଧ୍ୟ ସାମ୍ନାକୁ ଆସିଛି। ଏନେଇ କୁହାଯାଉଛି ଯେ ଜିରୋ କୋଭିଡ ପଲିସି ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଚୀନ ଏଭଳି କାର୍ଯ୍ୟ କରୁଛି।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ ହେବା ସମୟରୁ ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବର୍ତ୍ତମାନ ଚୀନରେ କୋରୋନା ସଂକ୍ରମଣ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଚୀନ ସରକାର ଦେଶରେ ଜିରୋ କୋଭିଡ ପଲିସି ଲାଗୁ କରିଛନ୍ତି। ଏପରିକି ଦେଶର ଅନେକ କ୍ଷେତ୍ରରେ ଲକଡାଉନ ମଧ୍ୟ ଲାଗୁ କରିଛନ୍ତି। ହେଲେ କୋରୋନା ରୋକିବା ପାଇଁ ଦେଶର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଚୀନ ନାଗରିକ। ଦେଶର ସରକାରୀ ନିଷ୍ପତ୍ତି ବିରୋଧରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନରେ ଆସିଥିଲେ। ଏହି ବିରୋଧ ପ୍ରଦର୍ଶନରେ ଦେଶର ଜନସାଧାରଣଙ୍କ ଠାରୁ କରି ଅଧ୍ୟୟନରତ ଛାତ୍ର ମଦ୍ୟ  ଅଂଶଗ୍ରହଣ କରିଥିଲେ।

କମ୍ୟୁନିଷ୍ଟ ଶାସିତ ଚୀନ ଭଳି ଦେଶରେ ପ୍ରାୟତଃ ସେଠାକାର ଲୋକ ସ୍ଥାନୀୟ ସରକାର ବିରୋଧରେ କିଛି କହିବାକୁ ଅସମର୍ଥ। ହେଲେ ଏଥର କୋରୋନା ବେଳେ ଜନସାଧାରଣଙ୍କ ଦ୍ୱାରା ଜବରଦସ୍ତ ସ୍ୱର ଉତ୍ତୋଳନ କରିବା ଏବଂ ବଡ଼ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛ। କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ବିରୋଧରେ ହେଉଥିବା ପ୍ରତିବାଦକୁ ନଜରରେ ରଖି ଚୀନ ସରକାର ଜିରୋ କୋଭିଡ ପଲିସି ନିୟମରେ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଚୀନ୍ ସରକାର ଦେଶରେ ଲକଡାଉନ କିମ୍ବା କ୍ୱାରେଣ୍ଟାଇନ ଭଳି କଠୋର ନିୟମ ଲାଗୁ କରିବେ ନାହିଁ। ଏହି ପ୍ରସଙ୍ଗରେ ଦେଶବାସୀଙ୍କ ଦୃଷ୍ଟି ହଟାଇବାକୁ  ଚୀନ୍ ସରକାର ବୋଧ ହୁଏ ଭାରତୀୟ ସେନାକୁ ତୱାଙ୍ଗ ଅଞ୍ଚଳରେ ଫସାଇ ରଖିବାକୁ ଚାହୁଁଛି। 

କିଛି ଦିନ ପୂର୍ବ ଏକ ନେପାଳୀ ୱେବସାଇଟ ରିପୋର୍ଟ ଅନୁସାରେ ଭାରତ ସହ ଗଠବନ୍ଧନ କରିବାକୁ ନେଇ ଭୂଟାନକୁ ଚୀନ ପକ୍ଷରୁ ଧମକ ଦିଆଯାଉଛି। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ଆଞ୍ଚଳିକ ବିବାଦ ସୃଷ୍ଟି କରିବା ପାଇଁ ଚୀନ୍ ଭାରତ ସହ ମେଣ୍ଟ ଗଠନ କରିବା ଦିଗରେ ଭୂଟାନ ଲାଗି ଅସୁବିଧା ସୃଷ୍ଟି କରୁଛି। ଚୀନ ବିଶ୍ୱାସ କରେ ଯେ  ଭୂଟାନ ବୈଦେଶିକ ନୀତି ଭାରତର ପ୍ରାଧାନ୍ୟ ଏବଂ ନିୟନ୍ତ୍ରଣ ରହୁଛି। ଯାହା ଚୀନ ପ୍ରତି ବିପଦ ସୃଷ୍ଟି କରୁଛି। 

ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ଘଟାଇଥିବା ଘଟଣାର ପୁନରାବୃତ୍ତି ଏବେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ କରିବାକୁ ଚାହୁଁଛି ଚୀନ। କୌଣସି ପ୍ରକାରେ ତୱାଙ୍ଗ ଅଞ୍ଚଳକୁ ଦଖଲ କରିନେବାକୁ ଚାହୁଁଛି ଚୀନ। ହେଲେ ଏନେଇ ପ୍ରତ୍ୟେକ ଥର କରାଯାଉଥିବା ପ୍ରୟାସକୁ ବିଫଳ କରିଦେଉଛି ଭାରତୀୟ ସେନା। ଏହା ପୂର୍ବରୁ ଉଭୟ ଦେଶର ସୈନିକ ଯେତେବେଳେ ଏହି କ୍ଷେତ୍ରରେ ମୁହାଁମୁହିଁ ହୋଇଛନ୍ତି ସେତେବେଳେ ଚୀନକୁ ଉପଯୁକ୍ତ ଜବାବ ଦେଇଛି ଭାରତ। ଏଥର ମଧ୍ୟ ସମାନ ଘଟଣା ଘଟିଛି।

ଏନେଇ କୁହାଯାଉଛି ଯେ  ପ୍ରାୟ ୩୦୦ ଚୀନ ସୈନିକ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ  ତୱାଙ୍ଗ ଆସିଥିଲେ। ହେଲେ ସେଠାରେ  ନିୟୋଜିତ ରହିଥିବା ଭାରତୀୟ ସୈନିକ ମଧ୍ୟ ପ୍ରସ୍ତୁତ ରହିଥିଲେ। ଚୀନ୍ ସୈନ୍ୟ ଭରତୀୟ ସେନାର ସକ୍ରିୟ ପ୍ରସ୍ତୁତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଚୀନ ସୈନ୍ୟବାହିନୀ  ଭାରତୀୟ ସେନା ପକ୍ଷରୁ ଏପରି ପ୍ରସ୍ତୁତି ଆଶା କରିନଥିଲା। ତୱାଙ୍ଗ ସଂଘର୍ଷ ପରେ ଭାରତୀୟ କମାଣ୍ଡୋ ଚୀନ ପ୍ରତିପକ୍ଷଙ୍କ ସହ ଫ୍ଲାଗ ବୈଠକ କରି ସୀମାରେ ଶାନ୍ତି ଫେରାଇ ଆଣିବା ଉପରେ ଆଲୋଚନା କରିଛନ୍ତି। ଫ୍ଲାଗ ବୈଠକ ପରେ ଉଭୟ ଭାରତ-ଚୀନ ସୈନିକ ସୀମାରୁ ହଟି ଯାଇଛନ୍ତି।

 

Read More
{}{}