Hindi News >>Home >>Odisha National-International

passenger urinated on the blanket: ୧୦ ଦିନ ମଧ୍ୟରେ ଏୟାର ଇଣ୍ଡିଆରେ ଦ୍ୱିତୀୟ ଘଟଣା, କମ୍ବଳ ଉପରେ କରିଦେଲେ ପରିସ୍ରା

ଡିସେମ୍ବର ୬ରେ ଏୟାର ଇଣ୍ଡିଆର ଅଧିକାରୀମାନେ କହିଛନ୍ତି ଯେ ପୁରୁଷ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାରଣ ସେ ଲିଖିତ ଆକାରରେ କ୍ଷମା ମାଗିଛନ୍ତି। ମହିଳା ଅଭିଯୋଗ ପରେ ବିମାନଟିରୁ ଓହ୍ଲାଇବା ପରେ ପୁରୁଷ ଯାତ୍ରୀଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ବା CISF ଉଠାଇ ନେଇଥିଲା। 

Advertisement
passenger urinated on the blanket: ୧୦ ଦିନ ମଧ୍ୟରେ ଏୟାର ଇଣ୍ଡିଆରେ ଦ୍ୱିତୀୟ ଘଟଣା, କମ୍ବଳ ଉପରେ କରିଦେଲେ ପରିସ୍ରା
Stop
Zee Odisha Desk|Updated: Jan 09, 2023, 07:31 PM IST

passenger urinated on the blanket: ନୂଆଦିଲ୍ଲୀ: ନ୍ୟୁୟର୍କରୁ ଦିଲ୍ଲୀକୁ ଏୟାର ଇଣ୍ଡିଆ ବିମାନର ବ୍ୟବସାୟ ଶ୍ରେଣୀରେ ଜଣେ ମଦ୍ୟପ ବ୍ୟକ୍ତି ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିବାର ଦଶ ଦିନ ପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଆଉ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ। ଏହି ମାମଲା ଡିସେମ୍ବର ୬ରେ ଏୟାର ଇଣ୍ଡିଆ ବିମାନ ୧୪୨ରେ ହୋଇଛି ଯେଉଁଥିରେ ଜଣେ ମଦ୍ୟପ ମହିଳା ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଥିଲେ। ଯାତ୍ରୀ କେଉଁ ଶ୍ରେଣୀରେ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାପୂର୍ବରୁ ୨୬ ନଭେମ୍ବର ୨୦୨୨ରେ, ବିଜନେସ କ୍ଲାସର ଜଣେ ମହିଳା ସହ-ଯାତ୍ରୀଙ୍କୁ ଜଣେ ନିଶାଶକ୍ତ ବ୍ୟକ୍ତି ପରିସ୍ରା କରିଦେଇଥିଲେ। 

ଡିସେମ୍ବର ୬ରେ ଏୟାର ଇଣ୍ଡିଆର ଅଧିକାରୀମାନେ କହିଛନ୍ତି ଯେ ପୁରୁଷ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାରଣ ସେ ଲିଖିତ ଆକାରରେ କ୍ଷମା ମାଗିଛନ୍ତି। ମହିଳା ଅଭିଯୋଗ ପରେ ବିମାନଟିରୁ ଓହ୍ଲାଇବା ପରେ ପୁରୁଷ ଯାତ୍ରୀଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ବା CISF ଉଠାଇ ନେଇଥିଲା। କିନ୍ତୁ ପରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ଏବଂ ଲିଖିତ କ୍ଷମା ପ୍ରାର୍ଥନା ପରେ ତାଙ୍କୁ ଛାଡ଼ିବାକୁ ଅନୁମତି ମିଳିଥିଲା। 

ଗତ ନଭେମ୍ବର ମାସ ୧୬ ତାରିଖରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତିଜଣକୁ ପୋଲିସ ଚିହ୍ନଟ କରିଥିଲା। ଉକ୍ତ ଅଭିଯୁକ୍ତ ଜଣକ ଶଙ୍କର ମିଶ୍ର ବୋଲି ଜଣାପଡ଼ିଥିଲା। ଶଙ୍କରଙ୍କ ବିରୋଧରେ ପୀଡ଼ିତା ମହିଳା ଜଣକ ଯୌନ ଉତ୍ପୀଡ଼ନ ଓ ଅଶୋଭନୀୟ ଆଚରଣ କରିଥିବା ନେଇ ଅଭିଯୋଗ କରିଥିଲେ। ବୁଧବାର ଏୟାରଲାଇନ୍ସ ପକ୍ଷରୁ ୩୦ ଦିନ ପର୍ଯ୍ୟନ୍ତ ତାଙ୍କୁ ବିମାନସେବାରୁ ବଞ୍ଚିତ କରିବାକୁ ପଦକ୍ଷେପ ନେଇଛି। ମିଡ଼ିଆ ରିପୋର୍ଟ ମୁତାବକ ଗିରଫଦାରୀରୁ ବଞ୍ଚିବା ପାଇଁ ଶଙ୍କର ମିଶ୍ରା ଗୃହନଗର ଖସି ପଳାଇଥିବା ଜଣାଯାଏ। ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ଏକ ଟିମ ଗଠନ କରିଥିଲା। ପୋଲିସ ପକ୍ଷରୁ ସେହି ସମୟରେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ପ୍ରଦାନ କରିଥିଲେ। ତେବେ ନିକଟରେ ଶଙ୍କରଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁ ଠାରୁ ୧୫୦ କିଲୋମିଟର ଦୂର ଏକ ସ୍ଥାନରୁ ଗିରଫ କରିଛି। 

ସେପଟେ ଡିଜିସିଏ ଏହି ଘଟଣା ପାଇଁ ଏୟାର ଇଣ୍ଡିଆକୁ କଡ଼ା ଭାଷାରେ ସମାଲୋଚନା କରିଛି। ଏହା ସହିତ ଏୟାର ଲାଇନ୍ସର ପ୍ରବନ୍ଧକ, ଉଡ଼ାଣ ସେବାର ନିର୍ଦ୍ଦେଶକ, ନ୍ୟୁୟର୍କ ଦିଲ୍ଲୀକୁ ଆସିଥିବା ବିମାନର ପାଇଲଟ ଓ କ୍ୟାବିନ କ୍ରୁର ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଡିଜିସିଏ ଏହି ଘଟଣା ପାଇଁ ଏୟାରଲାଇନ୍ସକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ଏୟାରଲାଇନ୍ସ ପକ୍ଷରୁ ଜବାବ ଆସିବା ପରେ ଆଗକୁ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Read More
{}{}