Hindi News >>Home >>Odisha National-International

IMD Weather: ପୁଣି ଥରିବ ପୁରା ଭାରତ ! ଖସୁଛି ପାରଦ

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ହିମାଳୟ ଅଞ୍ଚଳରେ ୨୯ ଓ ୩୦ ଜାନୁଆରୀରେ ବର୍ଷା ଓ ତୁଷାରପାତ ହେବା ନେଇ ସୂଚନା ରହିଛି। ଯେଉଁଥିପାଇଁ ଉତ୍ତର ଭାରତରେ ପୁଣି ଥରେ ଶୀତର ପ୍ରକୋପ ଦେଖିବାକୁ ମିଳିବ।

Advertisement
IMD Weather: ପୁଣି ଥରିବ ପୁରା ଭାରତ ! ଖସୁଛି ପାରଦ
Stop
Zee Odisha Desk|Updated: Jan 27, 2023, 12:37 PM IST

IMD Weather: ନୂଆଦିଲ୍ଲୀ: ପୁଣି ଥରେ ଫେରିଛି ଥଣ୍ଡା (Winter Season)। ଆଜି ସକାଳେ ଦିଲ୍ଲୀ (New Delhi) ସମେତ ଉତ୍ତର ଭାରତରେ (North India) ପୁଣି ଥରେ ପ୍ରବଳ ଥଣ୍ଡା (Cold Wave) ଅନୁଭୂତ ହୋଇଛି। ତେବେ ଗତ କିଛି ଦିନ ହେବ ରାଜ୍ୟର ଅନେକ ରାଜ୍ୟରେ ସାମାନ୍ୟ ତାତି ବଢିଥିଲା। ଖରା ବଢିବା କାରଣରୁ ଲୋକମାନେ ଥଣ୍ଡାରୁ କିଛି ମାତ୍ରାରେ ଆଶ୍ୱସ୍ତି ପାଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ପୁଣି ଥରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଥଣ୍ଡାକୁ ପୁଣି ସାମ୍ନା କରିବାକୁ ପଡିପାରେ।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ହିମାଳୟ ଅଞ୍ଚଳରେ ୨୯ ଓ ୩୦ ଜାନୁଆରୀରେ ବର୍ଷା ଓ ତୁଷାରପାତ ହେବା ନେଇ ସୂଚନା ରହିଛି। ଯେଉଁଥିପାଇଁ ଉତ୍ତର ଭାରତରେ ପୁଣି ଥରେ ଶୀତର ପ୍ରକୋପ ଦେଖିବାକୁ ମିଳିବ। ଏହା ବ୍ୟତୀତ ରାଜଧାନୀ ସମତଳ ସମତଳ ଅଞ୍ଚଳରେ ଏହି ଦୁଇ ଦିନରେ ହାଲୁକା ବର୍ଷା କିମ୍ବା ମେଘୁଆ ପାଗ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ଗୁରୁବାର ଦିନ ୧୨.୮ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହାକି ଚଳିତ ମାସରେ ସର୍ବାଧିକ ଥିଲା।

ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୭.୩ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ଚଳିତ ଋତୁରେ ହାରାହାରି ତାପମାତ୍ରା ଠାରୁ ପାଞ୍ଚ ଡିଗ୍ରୀ ସେଲସିୟସ ଅଧିକ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୯୭ ରେକର୍ଡ କରାଯାଇଛି।

୦ ରୁ ୫୦ ମଧ୍ୟରେ AQI ଭଲ ବର୍ଗରେ ଗଣାଯାଇଥାଏ। ସେହିପରି ୫୧ ରୁ ୧୦୦ ମଧ୍ୟରେ ରହିଲେ 'ସନ୍ତୋଷଜନକ', ୧୦୧ରୁ ୨୦୦ ମଧ୍ୟରେ ରହିଲେ 'ମଧ୍ୟମ', ୨୦୧ରୁ ୩୦୦ ମଧ୍ୟରେ ରହିଲେ 'ଖରାପ' ଏବଂ ୩୦୧ ରୁ ୪୦୦ ମଧ୍ୟରେ ରହିଲେ 'ଅତ୍ୟନ୍ତ ଖରାପ' ବର୍ଗ ବୋଲି ବିବେଚନା କରାଯାଏ ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ 'ଗୁରୁତର' ଭାବରେ ବିବେଚନା କରାଯାଏ। ସ୍କାଏମେଟ ପାଣିପାଗ ସଂସ୍ଥାର ମହେଶ ପାଲୱାଟ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇପାରେ। ଜାମ୍ମୁ କାଶ୍ମୀରରେ ମଧ୍ୟ ଶୀତ ଲହରୀ ଜାରି ରହିଛି। ଏହି ଅଞ୍ଚଳରେ କ୍ରମାଗତ ତୁଷାରପାତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରରେ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି।

{}{}